ଭିଜିଲାନ୍ସ ଜାଲରେ ଆଇଏଫ୍‌ଏସ୍‌ ଅଫିସର

Get real time updates directly on you device, subscribe now.

ଭୁବନେଶ୍ୱର : ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ୧୯୮୭ ବ୍ୟାଚ୍‌ର ଆଇଏଫ୍‌ଏସ୍‌ ଅଭୟ ଅତିରିକ୍ତ ପିସିସିଏଫ୍‌ ଅଛନ୍ତି । ଓଡ଼ିଶା ସମେତ ମହାରାଷ୍ଟ୍ର ଓ ବିହାରରେ ଏକକାଳୀନ ଚଢ଼ାଉ ହୋଇଛି । କେନ୍ଦ୍ରୀୟ ସଂସ୍ଥାର ସୂଚନା କ୍ରମେ ଭିଜିଲାନ୍ସ ଚଢ଼ାଉ କରିଛି । ଓଡ଼ିଶାର ୪ଟି, ମହାରାଷ୍ଟ୍ରର ୩ଟି ଓ ବିହାରର ୩ଟି ସ୍ଥାନରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି । ତେବେ ଲକଡାଉନ ସମୟରେ ବିଭିନ୍ନ ସ୍ଥାନକୁ ଚାଟାର୍ଡ ପ୍ଲାଇଟରେ ଯାଇଥିଲେ ଅଭୟକାନ୍ତ । ଭୁବନେଶ୍ବରରୁ ପୁଣେ, ଭୁବନେଶ୍ବରରୁ ମହାରାଷ୍ଟ୍ର ଯାଇଥିଲେ ଅଭୟକାନ୍ତ । ଭୁବନେଶ୍ବରରୁ ଦିଲ୍ଲୀ ଓ ଭୁବନେଶ୍ବରରୁ ପାଟଣା ଯାଇଥିଲେ । ଥରେ ଚାଟାର୍ଡ ପ୍ଲାଇଟରେ ଗଲେ ୧୫ ରୁ ୨୫ ଲକ୍ଷ ଟଙ୍କା ଦେୟ ଦେବାକୁ ପଡ଼ିଥାଏ । ଅଭୟକାନ୍ତଙ୍କ ସହ ତାଙ୍କ ପୁଅ ଆକାଶ ପାଠକ ମଧ୍ୟ ଯାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons