ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ): ଭିଜିଲାନ୍ସ ଜାଲରେ କୋଟିପତି ଅଧ୍ୟାପକ । ଗଜପତି ଜିଲ୍ଲା ଗୁରାଣ୍ଡି ମୀନକେତନ ଡିଗ୍ରୀ କଲେଜର ଏଜୁକେସନ ବିଭାଗର ଅଧ୍ୟାପକ ଜି. ନାଗେଶ୍ୱର ରାଓଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଆଜି ଦିନତମାମ ଅଧ୍ୟାପକଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଏକକାଳୀନ ଚଢ଼ଉ କରି ତଦନ୍ତ ଜାରି ରଖିଛି । ତଦନ୍ତ ଆଗେଇବା ସହ ଅଧ୍ୟାପକଙ୍କ ସମ୍ପତ୍ତି ତାଲିକା ଲମ୍ବିବାରେ ଲାଗିଛି । ଜଣେ ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକଙ୍କ ସମ୍ପତ୍ତି ୨କୋଟି ୮୩ ଲକ୍ଷ, ୩୬ ହଜାର ୮୦୫ ଟଙ୍କାର ଥିବା ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଛି । ତଦନ୍ତ ଜାରି ରହିଛି, ସମ୍ପତ୍ତି ଆହୁରି ବୃଦ୍ଧି ପାଇବ ବୋଲି ଭିଜିଲାନ୍ସ ଡିଏସ୍ପି ଅରୁଣ କୁମାର ନାୟକ କହିଛନ୍ତି ।
ବର୍ତ୍ତମାନ ସୁଦ୍ଧା ମିଳିଥିବା ସମ୍ପତ୍ତି ମଧ୍ୟରେ ଅଧ୍ୟାପକ ରହୁଥିବା ଘର ପାରଳାଖେମୁଣ୍ଡି ରାଧାଗୋବିନ୍ଦ ନଗର ୨ ମହଲା କୋଠା ୧ କୋଟି ୫୦ ଲକ୍ଷ ୧ ହଜାର ୪୪୦ଟଙ୍କା ହେବ । ସେହିଭଳି ଏହି ଘର ସମ୍ମୁଖରେ ଥିବା ଏକ ଗ୍ୟାରେଜ ଯାହାର ମୂଲ୍ୟ ୨ ଲକ୍ଷ ୮୩ ହଜାର ୮୬୪ଟଙ୍କା, ବେତାଗୁଡା ଠାରେ ଦୁଇ ମହଲା ବିଶିଷ୍ଟ ମାର୍କେଟ କମ୍ଲେକ୍ସ ମୂଲ୍ୟ ୩୦ ଲକ୍ଷ ୯୦ ହଜାର ୩୬୪ଟଙ୍କା ଏବଂ ପାରଳାଖେମୁଣ୍ଡିର ବିଭିନ୍ନ ସ୍ଥାନରେ ତାଙ୍କ ସ୍ତ୍ରୀଙ୍କ ନାମରେ ଥିବା ୫୧ଟି ପ୍ଲଟ୍ ଯାହାର ମୂଲ୍ୟ ୨୩ ଲକ୍ଷ ୧୧ ହଜାର ୩୬୮ ଟଙ୍କାର ସ୍ଥାବର ସମ୍ପତ୍ତି ଠାବ ହୋଇଛି । ସେହିଭଳି ୬ ଲକ୍ଷ ୮୩ ହଜାର ଟଙ୍କାର ଘରୋଇ ଆସବାବପତ୍ର, ନଗଦ ୩୧ ଲକ୍ଷ ୫୦ ହଜାର, ୧୨ଲକ୍ଷ ୬୦ହଜାର ୩୯୦ ଟଙ୍କାର କାର (ଓଡି-୨୦ବି-୦୩୪୨), ୭୦ ହଜାର ଟଙ୍କା ମୋଟର ସାଇକେଲ (ଓଡି-୨୦ଏ-୯୮୮୩), ୫ ଲକ୍ଷ ୧୧ ହଜାର ୮୫୦ଟଙ୍କା ୩୯୩ ଗ୍ରାମର ସୁନା ଅଳଙ୍କାର, ୮୫ ହଜାର ୩୩୬ଟଙ୍କାର ୩ କିଲୋ ୪୬୫ଗ୍ରାମର ରୁପା ଅଳଙ୍କାର, ଷ୍ଟେଟ ବ୍ୟାଙ୍କରେ ଫିrଡ ଡେପୋଜିଟ୍ ଥିବା ୫ଲକ୍ଷ ଟଙ୍କା, ବିଭିନ୍ନ ବ୍ୟାଙ୍କରେ ଅଧ୍ୟାପକ, ତାଙ୍କ ସ୍ତ୍ରୀ ଓ ପୁଅ ନାମରେ ୧୦ ଲକ୍ଷ ୩୯ ହଜାର ୧୬୩ ଟଙ୍କା ଜମା କରାଯାଇଛି । ସେହିପରି ବ୍ୟାଙ୍କ ଲକରରେ ୩ ଲକ୍ଷ ୫୦ହଜାର ଟଙ୍କାର ଯାହାକି ୧୪୩ ଗ୍ରାମ ସୁନା ଅଳଙ୍କାର ରହିଥିବା ସମ୍ପତ୍ତିକୁ ଜବତ କରିଛି ଭିଜିଲାନ୍ସ ବିଭାଗ ।
ଜି.ନାଗେଶ୍ୱର ରାଓ ୧୯୯୫ ମସିହାରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିଲେ । ୨୦୦୭ ମସିହାରେ ତାଙ୍କ ଚାକିରି ରେଗୁଲାର ହୋଇଥିଲା । ଅଧ୍ୟାପକଙ୍କ ଦରମା କମ୍ ରହିଥିବା ବେଳେ ଏତେ ଟଙ୍କାର ସମ୍ପତ୍ତି ସେ କେଉଠୁ ଆଣିଲେ ତାହାର ମଧ୍ୟ ତଦନ୍ତ ଜାରି ରହିଛି । ଭିଜିଲାନ୍ସ ବିଭାଗକୁ ଏହି ଅଧ୍ୟାପକଙ୍କ ସଂପର୍କରେ ଅଭିଯୋଗ ହେବା ପରେ ଏକ ମାମଲା (୩/୨୦୨୦) ରୁଜୁ କରିବା ସହ ଚଢଉ କରାଯାଇଛି । ଏକକାଳୀନ ଅଧ୍ୟାପକଙ୍କ ପାରଳାଖେମୁଣ୍ଡି ରାଧାଗୋବିନ୍ଦ ନଗର ସ୍ଥିତ ଘର, ତାଙ୍କ ବାପା ରହୁଥିବା ପାରଳାଖେମୁଣ୍ଡି ବଡ ବ୍ରାହ୍ମଣ ସାହିରେ ଥିବା ଘର, ବେତାଗୁଡା ଠାରେ ଥିବା ମାର୍କେଟ କଂପ୍ଲେr, ରାୟଗଡ ଥାନା ଅଧୀନ ବୁରୁଜାଙ୍ଗ ସ୍ଥିତ ପୈତୃକ ଘର ଏବଂ ଆନ୍ଧ୍ରପ୍ରଦେଶ ଚିପୁରପିଲି ଠାରେ ଥିବା ତାଙ୍କ ଶ୍ୱଶୁର ଘର ଉପରେ ଭିଜିଲାନ୍ସ ଚଢଉ କରିଛି ।


Comments are closed, but trackbacks and pingbacks are open.