ଭିଜିଲାନ୍ସ ଜାଲରେ କୋଟିପତି ଆର୍ଟିଓ

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ନବରଙ୍ଗପୁର ଆର୍ଟିଓ ଗଣେଶ୍ୱର କହଁର । କନ୍ଧମାଳ, ଭୁବନେଶ୍ୱର, ନବରଙ୍ଗପୁର ଅଫିସ୍, ରାୟଗଡ଼ାକୁ ମିଶାଇ ମୋଟ ୬ ଟି ଜାଗାରେ ଚଢ଼ଉ କରିଛି କୋରାପୁଟ ଭିଜିଲାନ୍ସ ଡିଭିଜନ । ଶ୍ରୀ କହଁରଙ୍କ ଘରୁ ୧ କୋଟି ୫୦ ଲକ୍ଷ ୬୩ ହାଜର ୩୨୮ ଟଙ୍କାରେ ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି । ଭିଜିଲାନ୍ସ ତାଙ୍କୁ ଅଟକ ରଖିଛି । ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ।
ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି, ଭୁବନେଶ୍ୱର କଳାରାହଙ୍ଗରେ ଥିବା ଏକ ଫ୍ଲାଟ୍ । ଯାହାର ମୂଲ୍ୟ ୩୬ ଲକ୍ଷ ୭୫ ହଜାର ଟଙ୍କା, ୩୬ ଲକ୍ଷ ୭୦ ହଜାର ୨୨୧ ଟଙ୍କା ମୂଲ୍ୟର ଫୁଲବାଣୀରେ ଥିବା ମାର୍କେଟ୍ କମ୍ପେ୍ଲକ୍ସ । ଫୁଲବାଣୀରେ ରହିଛି ୨୬ ଲକ୍ଷ ୮୬ ହଜାର ୫୨୬ ମୂଲ୍ୟର ଏକ ମହଲା ଘର ଓ ୨୬ ଲକ୍ଷ ୯୫ ହଜାର ୩୭୫ ଟଙ୍କା ମୂଲ୍ୟର ଆଉ ଏକ ଘର । ବିଭିନ୍ନ ବ୍ୟାଙ୍କ୍ରେ ଜମା ରହିଛି ୧୪ ଲକ୍ଷ ୧୯ ହଜାର ୧୪୫ ଟଙ୍କା । ୧ ଲକ୍ଷ ୪୧ ହଜାର ଟଙ୍କାର ସୁନା ଓ ରୁପା ଅଳଙ୍କାର । ବଡ଼ କଥା ହେଲା ତାଙ୍କ ଘରୁ ନଗଦ ୭ ଲକ୍ଷ ୭୫ ହଜାର ୯୬୩ ଟଙ୍କା ମଧ୍ୟ ଜବତ ହୋଇଛି । ଶ୍ରୀ କହଁର ପାରଳାଖେମୁଣ୍ଡିରେ ଆରଟିଓ ଥିବା ବେଳେ ତାଙ୍କ ନିକଟରେ ବେସରକାରୀ ଭାବେ ଡ୍ରାଇଭର ଥିବା ନିରଞ୍ଜନ କାର୍ଜୀଙ୍କ ଭଡା ଘରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଛି । ତେବେ ସେଠାରୁ କୌଣସି ଜିନିଷ ମିଳି ନଥିବା ଭିଜିଲାନ୍ସ ଡିଏସ୍ପି ଅନନ୍ତ ମଲ୍ଳିକ କହିଛନ୍ତି ।
ସୂଚନା ମୁତାବକ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର(ଡିଇଓ) ଲକ୍ଷ୍ମୀନାଥ ହରିଜନଙ୍କୁ ଚାକିରି କରାଇଦେବା ଓ ପରେ ସ୍ଥାୟୀ କରିବା ଲାଗି ଆର୍ଟିଓ ଶ୍ରୀ କହଁର ତାଙ୍କ ପାଖରୁ ଦୁଇ ଥରରେ ୭୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ । କିନ୍ତୁ ଚାକିରି ନିୟମିତ କଲେନି । ଏଥିସହ ଲକ୍ଷ୍ମୀନାଥଙ୍କ ୧୬ ମାସର ବକେୟା ଦରମା ମଞ୍ଜୁର କଲେନି । ବକେୟା ଟଙ୍କା ପ୍ରଦାନ ଲାଗି ଲକ୍ଷ୍ମୀନାଥ ବହୁବାର କାକୁତିମିନତି ହେବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଓଲଟା ତାଙ୍କୁ ନିର୍ଯାତନା ଦିଆଯାଇଥିଲା । ଏ ସଂପର୍କରେ ଗତ ଫେବ୍ରୁଆରୀ ୨୨ରେ ସେ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ପୁଲିସ ଆର୍ଟିଓ ଶ୍ରୀ କହଁରଙ୍କ ନାଁରେ ଦଫା ୪୨୦ ଏବଂ ୭ ପିସି ଆକ୍ଟରେ ମାମଲା ରୁଜୁ କରିଛି ।
ମାମଲାର ତଦନ୍ତ ଚାଲିଥିବା ବେଳେ ଗତ ୪ ତାରିଖରେ ଡାଟାଏଣ୍ଟ୍ରି ଅପରେଟର ଲକ୍ଷ୍ମୀନାଥ ଆର୍ଟିଓଙ୍କ କାର୍ଯ୍ୟାଳୟରେ ଚାଲିଥିବା ପିସି କାରବାରର ଗୁମର ଖୋଲିଥିଲେ । ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆର୍ଟିଓ କିଭଳି ମୁଣ୍ଡପିଛା ୫୦୦ ଟଙ୍କା ଲେଖାଏଁ ଆଦାୟ କରିଥିଲେ, ତାହାର ସମସ୍ତ ଦସ୍ତାବିଜ ଏସ୍ପିଙ୍କୁ ଦେଇଥିଲେ । ମୋଟ ୫୦୦ ପୃÂାର ଏକ ପିସି ଖାତା ଦେଖାଇଥିଲେ । ଗତ ୩ ମାସରେ ଆର୍ଟିଓ ପିସି ବାବଦରେ ପ୍ରାୟ ୨୦ ଲକ୍ଷ ଟଙ୍କା କେବଳ ଲର୍ଣ୍ଣିଂ ଲାଇସେନ୍ସ ବାବଦରେ ଆଦାୟ କରିଥିବା ପ୍ରମାଣ ସହ ଅଭିଯୋଗ କରିଥିଲେ । ଏହାବାଦ୍ ଯାନବାହାନ ଫିଟ୍ନେସ, ରେଜିଷ୍ଟେ୍ରସନ ପାଇଁ ମଧ୍ୟ ପିସି ନେଉଥିବା ଅଭିଯୋଗ କରିଥିଲେ । ଛତିଗଡର ମାଲବାହୀ ଟ୍ରକଗୁଡ଼ିକୁ ବେଆଇନ ଭାବେ ଜିଲ୍ଲା ଭିତରକୁ ପ୍ରବେଶ କରାଇବାକୁ ଲାଞ୍ଚ ନେବାକୁ ଆର୍ଟିଓ କାର୍ଯ୍ୟାଳୟର କେତେକ କର୍ମଚାରୀଙ୍କ ଆକାଉଣ୍ଟକୁ ମଧ୍ୟ ବ୍ୟବହାର କରିଥିଲେ ବୋଲି ଲକ୍ଷ୍ମୀନାଥ ଏସ୍ପିଙ୍କ ପାଖରେ ଅଭିଯୋଗ କରିଥିଲେ । ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଭିଜିଲାନ୍ସ ପକ୍ଷରୁ ଏହି ଚଢଉ କରାଯାଇଥିବା ଜଣାପଡିଛି ।
ଏ ସମ୍ପର୍କରେ ଆଜି ରାୟଗଡା ଗସ୍ତରେ ଥିବା ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଭିଜିଲାନ୍ସ ଘଟଣାର ତଦନ୍ତ କରୁଛି । ଆଇନ୍ ଅନୁଯାୟୀ କାର୍ଯ୍ୟାନୁÂାନ ନିଆଯିବ । ଏଥିରେ ବିଭାଗର କୌଣସି ହସ୍ତକ୍ଷେପ ରହିବ ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons