ବାଲେଶ୍ୱର,(ବି.ବି.ନୁ୍ୟଜ୍): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାଲେଶ୍ୱର ଟାଉନ ଥାନାର ଜଣେ ପୁଲିସ ଅଧିକାରୀ । ଜମିବାଡ଼ି ମାମଲା ରଫାଦଫା କରାଇ ଦେବା ପାଇଁ ଲାଞ୍ଚନେଉଥିବା ବେଳେ ବୁଧବାର ସଂଧ୍ୟାରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏହି ଲାଞ୍ଚନେଣଦେଣ କାରବାରରେ ମଧ୍ୟସ୍ଥି କରୁଥିବା ଜଣେ ଆଇନଜୀବୀଙ୍କୁ ମଧ୍ୟ ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ଦୁହେଁ ହେଲେ ବାଲେଶ୍ୱର ଟାଉନ ଥାନାର ଏସ୍ଆଇ ବିମଳ କୁମାର କର ଓ ଆଇନଜୀବୀ ସନ୍ତୋଷ କୁମାର ଦାସ ।
ସୂଚନା ମୁତାବକ, ବାଲେଶ୍ୱର ସହରର ବୈରାମନଗର ଅଞ୍ଚଳରେ ବ୍ୟକ୍ତିଗତ ଜାଗାରେ ମାଟି ପକାଇବାକୁ ନେଇ ଦୁଇ ପଡେ଼ାଶୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏନେଇ ଗତ ସୋମବାର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ତେବେ ଏହି ମାମଲାର ରଫାଦଫା କରିବା ପାଇଁ ପ୍ରତିପକ୍ଷ ପଡେ଼ାଶୀ ଟାଉନଥାନା ଅଞ୍ଚଳର ବିଦୁଭୂଷଣ ପାତ୍ରଙ୍କ ନିକଟରୁ ଏସ୍ଆଇ ଶ୍ରୀକର ୨୫ ହଜାର ଟଙ୍କା ଲାଞ୍ଚମାଗିଥିଲେ । ଆଇନଜୀବୀ ଶ୍ରୀଦାସ ଏଥିରେ ମଧ୍ୟସି୍ଥ କରିଥିଲେ । ଏନେଇ ଶ୍ରୀପାତ୍ର ଭିଜିଲାନ୍ସ ଥାନାରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ଏସ୍ପି ସନ୍ତୋଷ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ପୂର୍ବ ଯୋଜନା ମୁତାବକ, ଶ୍ରୀ ପାତ୍ର ମଧ୍ୟସ୍ଥି ଶ୍ରୀ ଦାସଙ୍କୁ ଟଙ୍କା ଦେଇଥିଲେ । ଏସ୍ଆଇ ଶ୍ରୀକର ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଘଟଣାସ୍ଥଳରୁ ଉଭୟଙ୍କୁ ଗିରଫ କରିଥିବା ଏସ୍ପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଚଢ଼ÿଉରେ ଭିଜିଲାନ୍ସର ଅତିରିକ୍ତ ଏସ୍ପି ନିର୍ମଳ ମହାନ୍ତି, ଡିଏସ୍ପି ସନ୍ତୋଷ ସମାନ୍ତରାୟଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ । ଏନେଇ ଭିଜିଲାନ୍ସ ଥାନା କେସ ନଂ. ୧୯/୨୦ରେ ମାମଲା ରୁଜୁ ହୋଇଛି ।
Comments are closed, but trackbacks and pingbacks are open.