ଭିଜିଲାନ୍ସ ଜାଲରେ ପୋଲିସ ବାବୁ, ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଏସ୍‌ଆଇ ଗିରଫ

Get real time updates directly on you device, subscribe now.

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ଲାଞ୍ଚ ନେବା ବେଳେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ସବ୍‌ ଇନ୍ସପେକ୍ଟର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ମୁରିବାହାଲ ଥାନା ସବ୍‌ ଇନ୍ସପେକ୍ଟର ସରୋଜ ରଞ୍ଜନ ରଥ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି ।
ସୂଚନାଯୋଗ୍ୟ ଯେ, ଗୁଡିଘାଟ ଖରବାହାଳି ସଂଜୀବ କୁମାର ପ୍ରଧାନଙ୍କ ଭାଇଙ୍କର ୨୦୧୯ର ଏକ ମାମଲାର ତଦନ୍ତକାରୀ ଅଫିସର ଥିଲେ ସବ୍‌ ଇନ୍ସପେକ୍ଟର ସରୋଜ ରଞ୍ଜନ ରଥ । ମାମଲାର ଚାର୍ଜସିଟ୍ କୋହକ କରିବାକୁ ସଂପୃକ୍ତ ସବ୍ ଇନ୍ସପେକ୍ଟର ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଥାନାରେ ୧୦ ହଜାର ଟଙ୍କା ନେଉଥିବା ବେଳେ ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ଏକକାଳୀନ ଚଢାଉ କରାଯାଇ ତାଙ୍କୁ ଗିରଫ କରାଯାଇଛି । ଏସଆଇ ରହୁଥିବା ବ୍ୟାରେକରୁ ୬୮ ହଜାର ୯୦୦ଟଙ୍କା ବାହାରିଥିବା ବଲାଙ୍ଗୀର ଭିଜିଲାନ୍ସ ଡ଼ିଏସପି କାଦମ୍ବିନୀ ସାମଲ ସୂଚନା ଦେଇଛନ୍ତି । ଏହା ସହ ଭବାନୀପାଟଣା ସାକ୍ଷୀପଡା ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons