ନୂଆପଡ଼ା,(.ବି.ବି.ନୁ୍ୟଜ୍): ନୂଆପଡ଼ା ବିଦୁ୍ୟତ ବିଭାଗ କନିÂ ଯନ୍ତ୍ରୀ ରାଜକିଶୋର ସାହୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଗଭୀର ନଳକୂପରେ ବିଦୁ୍ୟତ ସଂଯୋଗ ଦେବା ଜଣେ ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଉଥିଲେ । ଅପରାହ୍ନରେ ଜେଇ ଶ୍ରୀ ସାହୁଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି ଭବାନୀପଟଣାସ୍ଥିତ ଭିଜିଲାନ୍ସ ଅଫିସକୁ ନେଇଥିବା ଜଣାପଡିଛି ।
ସଦର ବ୍ଲକ ଝିଲମିଲା ଗାଁର ଲାଲୁ ସାହୁ ତାଙ୍କ ଚାଷଜମିରେ ଏକ ଗଭୀର ନଳକୂଅ ଖନନ କରିଥିଲେ । ଏଥିରେ ତାଙ୍କ ସ୍ତ୍ରୀ ଟିକେଶ୍ୱରୀ ସାହୁଙ୍କ ନାଁରେ ବିଦୁ୍ୟତ ସଂଯୋଗ କରିବା ପାଇଁ ବିଦୁ୍ୟତ ବିଭାଗ ଜେଇ ଶ୍ରୀ ସାହୁଙ୍କୁ କହିଥିଲେ । ଏଥିପାଇଁ ସମ୍ପୃକ୍ତ ଜେଇ ତାଙ୍କୁ କୁଆଡେ ୧୫ହଜାର ଟଙ୍କା ଦାବି କରିଥିଲେ । ଗତ ୧୩ ତାରିଖରେ ଝିଲମିଲା ଗାଁର ଲାଲୁ ଜେଇ ଶ୍ରୀ ସାହୁଙ୍କୁ ୪ହଜାର ୬୦୦ଟଙ୍କା ଦେଇଥିଲେ । ତେବେ ଆହୁରି ୧୦ହଜାର ଟଙ୍କା ଦେବାକୁ ଦାବି କରିଥିଲେ । ଏହାପରେ ଲାଲୁ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ ।
ଆଜି ମଧ୍ୟାହ୍ନରେ ଭାରପ୍ରାପ୍ତ ନୂଆପଡ଼ା ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଥିଲା । ଯୋଜନା ମୁତାବକ ଲାଲୁ ବିଦୁ୍ୟତ ବିଭାଗ ଅଫିସକୁ ଯାଇ ଜେଇ ଶ୍ରୀ ସାହୁଙ୍କୁ ୧୦ହଜାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଥିଲେ । ଅଫିସ ସହ ତାଙ୍କ ଭଡ଼ାଘର ତଲାସି କରିଥିଲେ । ଅପରାହ୍ନରେ ଜେଇ ଶ୍ରୀ ସାହୁଙ୍କୁ ସ୍ଥାନୀୟ ଭିଜିଲାନ୍ସ ଅଫିସକୁ ନେଇଥିଲେ । ଏହାପରେ ଜେଇ ଶ୍ରୀ ସାହୁଙ୍କୁ ଭିଜିଲାନ୍ସ ଅଧିକାରୀ ଭବାନୀପାଟଣା ଅଫିସକୁ ନେଇଛନ୍ତି । ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯିବ ବୋଲି ଡିଏସପି ଶ୍ରୀ ମହାନନ୍ଦ ସୂଚନା ଦେଇଛନ୍ତି । ଏହି ଟିମରେ ଭିଜିଲାନ୍ସ କନେଷ୍ଟବଲ ଅଜୟ ସିଂ, ସନ୍ତୋଷ ମହାନ୍ତି, ଶିବପ୍ରସାଦ ପ୍ରଧାନ, ଗୁଣନିଧି ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହ ଜେଇ ଶ୍ରୀ ସାହୁଙ୍କ ଜଗତସିଂପୁରସ୍ଥିତ ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଚଢଉ କରିଥିବା ଜଣାପଡିଛି । ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ହେଲେ ତାଙ୍କର ଆୟବହିର୍ଭୂତ ସମ୍ପତ୍ତି ସଂପର୍କରେ କୌଣସି ତଥ୍ୟ ଜଣାପଡିନାହିଁ ।
Comments are closed, but trackbacks and pingbacks are open.