ଭିଜିଲାନ୍ସ ଦ୍ୱାରା ସୁବଳୟା ପ୍ରାଣୀ ଚିକିତ୍ସକ ଗିରଫ

Get real time updates directly on you device, subscribe now.

ସୋନପୁର,(ବି.ବି.ନୁ୍ୟଜ୍): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ପ୍ରାଣୀ ଚିକିତ୍ସକ ପ୍ରିୟବ୍ରତ ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଗାଈଗୁହାଳ ନିର୍ମାଣ ଲାଗି ଜଣେ ହିତାଧିକାରୀଙ୍କ ଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କାବୁ କରିଥିଲା । ଏନେଇ ସୋନପୁର ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ସଂପୃକ୍ତ ଚିକିତ୍ସକଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି । ଆଜି ଯୋଜନା ମୁତାବକ ଟଙ୍କା ଦେବା ସମୟରେ ସୋନପୁର, ବଲାଙ୍ଗୀର ଓ ସମ୍ବଲପୁର ଭିଜିଲାନ୍ସ ବିଭାଗର ମିଳିତ ଟିମ୍ ସୁବଳୟା ପ୍ରାଣୀ ଚିକିତ୍ସାଳୟରେ ଚଢଉ କରି ପ୍ରାଣୀ ଚିକିତ୍ସକ ଶ୍ରୀ ମେହେରଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ । ସେଠାରୁ ତାଙ୍କୁ ଗିରଫ କରି ସୋନପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇଥିଲା । ପରେ ସମ୍ପୃକ୍ତ ପ୍ରାଣୀ ଚିକିତ୍ସକଙ୍କୁ ବାଲଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିବା ସୋନପୁର ଡିଏସପି କାଦମ୍ବିନୀ ସାମଲ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons