
ନବରଙ୍ଗପୁର, (ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲାର ୮ଟି ବିଦ୍ୟାଳୟର ରୂପ ବଦଳିବ । ଭିଡିଓ କନ୍ଫରେନ୍ସିଂ ଜରିଆରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଏହା ଘୋଷଣା କରିଛନ୍ତି । ଜିଲ୍ଲାର ୮ ବିଦ୍ୟାଳୟକୁ ଅକ୍ଟୋବର ମାସ ସୁଦ୍ଧା ନୂଆ ରୂପ ଦେଇ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସଚିବ ନିଦେ୍ର୍ଧଶ ଦେଇଛନ୍ତି । ଏହି ବିଦ୍ୟାଳୟ ଗୁଡ଼ିକରେ ଅତ୍ୟାଧୁନିକ ସ୍ମାର୍ଟ କ୍ଲାସ୍ ରୁମ୍, ଅତ୍ୟାଧୁନିକ ବିଜ୍ଞାନଗାର, ପାଠାଗାର, ଶୌଚାଳୟ କମ୍ପେ୍ଲr, ପାନୀଜୟ ଜଳ ସୁବିଧା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପାଠ୍ୟ ଉପକରଣ ଓ ସ୍ମାର୍ଟ ଟିଭି ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯିବ ବୋଲି ଜଣାପଡ଼ିଛି । ଏହି ଯୋଜନାରେ ୮ଟି ବିଦ୍ୟାଳୟ ପାଇଁ ୪କୋଟି ୪୭ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ନବରଙ୍ଗପୁର ପୌରପାଳିକାର ରାଜାଚୈତନ୍ୟ ନୋଡାଲ ହାଇସ୍କୁଲକୁ ୫୧ଲକ୍ଷ ଟଙ୍କା, ତେନ୍ତୁଳିଖୁଣ୍ଟି ବ୍ଲକର ସରକାରୀ ନୋଡାଲ ଅଂଚଳଗୁମ୍ମା ୟୁଜି ହାଇସ୍କୁଲକୁ ୪୯ଲକ୍ଷ ଟଙ୍କା, ପାପଡାହାଣ୍ଡିର ସରକାରୀ ଲାଲ ବାହାଦୂର ଶାସ୍ତ୍ରୀ ନୋଡାଲ ହାଇସ୍କୁଲକୁ ୬୦ଲକ୍ଷ ଟଙ୍କା, କୋଷାଗୁମଡା ବ୍ଲକର କୋଟାଗାଁ ହାଇସ୍କୁଲକୁ ୬୦ଲକ୍ଷ ଟଙ୍କା, ଉମରକୋଟ ବ୍ଲକର ମୂର୍ତ୍ତୁମା ହାଇସ୍କୁଲକୁ ୪୭ଲକ୍ଷ ଟଙ୍କା, ରାଇଘର ବ୍ଲକର ହାଟଭରଣ୍ଡି ସରକାରୀ ହାଇସ୍କୁଲକୁ ୪୯ଲକ୍ଷ ଟଙ୍କା, ଝରିଗାଁ ବ୍ଲକର ପଂଚାୟତ ସମିତି ହାଇସ୍କୁଲକୁ ୬୧ ଲକ୍ଷ ଟଙ୍କା, ଚନ୍ଦାହାଣ୍ଡି ବ୍ଲକର ପାନାବେଡା ହାଇସ୍କୁଲକୁ ୭୦ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ସେହିଭଳି ଜିଲ୍ଲାରେ ଆଉ କେତେକ ବିଦ୍ୟାଳୟ-ସରକାରୀ ଏସ.ଭି.ଭି.ଏମ ଉଚ୍ଚବିଦ୍ୟାଳୟ ଉମରକୋଟ, ଡାବୁଗାଁ ବ୍ଲକର ସରକାରୀ ପଂଚାୟତ ଉଚ୍ଚବିଦ୍ୟାଳୟ, କୋଷାଗୁମଡା ବ୍ଲକର ସରକାରୀ ଉଚ୍ଚବିଦ୍ୟାଳୟ କୋଷାଗୁମଡା, ନନ୍ଦାହାଣ୍ଡି ବ୍ଲକର ଦହାଣାର ସରକାରୀ ନୋଡାଲ ସଦାଶିବ ଉଚ୍ଚବିଦ୍ୟାଳୟକୁ ଆଗାମୀ ଦିନରେ ରୂପାନ୍ତରୀକରଣ ଯୋଜନାରେ ସାମିଲ କରିବା ପାଇଁ ଜିଲ୍ଲା ପ୍ରଶାସନ ଚିହ୍ନଟ କରିଥିବା ଜଣାପଡ଼ିଛି । ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ର, ଡିଆରଡିଏ ପ୍ରକଳ୍ପ ନିଦେ୍ର୍ଧଶକ ରମାକାନ୍ତ ନାୟକ, ଜିଲ୍ଲା ଶିକ୍ଷାଅଧିକାରୀ ଚନ୍ଦ୍ରଶେଖର ପାଣିଗ୍ରାହୀ, ପୌରନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ, ସମଗ୍ର ଶିକ୍ଷା ଅଭିଯାନର ଜିଲ୍ଲା ଯୋଜନା ସଂଯୋଜକ ଡ. ପ୍ରଦୀପ୍ତ ସଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ବ୍ଲକସ୍ତରରେ ଅଭିଭାବକ ଓ ଲୋକପ୍ରତିନିଧି ମାନଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ୫-ଟି ସଚିବ ଆଲୋଚନା କରି ନୂଆ ଯୋଜନା ଘୋଷଣା କରିଥିଲେ ।


Comments are closed, but trackbacks and pingbacks are open.