ଛତ୍ରପୁର, (ବି.ବି.ନୁ୍ୟଜ୍): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସିଂ ସମୟରେ ଜଣେ ମାନସିକ ବିକୃତ ଯୁବକର ଉନ୍ମତ୍ତକାଣ୍ଡ । ଥରେ ତାକୁ ଘଉଡ଼ାଇଦେବା ପରେ ଦ୍ୱିତୀୟ ଥର ସେହି କୋଠରୀରେ ପଶି ଉକ୍ତ ଯୁବକ ବେଶ୍ କିଛି ସମୟ ଧରି ଭଙ୍ଗାରୁଜା ଚଳାଇଥିଲା । ଆଜି ସାମାଜିକ ମଙ୍ଗଳ ବିଭାଗର କାର୍ଯ୍ୟାବଳି ସମ୍ପର୍କରେ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ନିଦେ୍ର୍ଧଶକ ଭିଡିଓ କନଫରେନ୍ସ ଜରିଆରେ ସମୀକ୍ଷା କରୁଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡିଙ୍କ ସହ ଉପସ୍ଥିତ ଥିଲେ ଜିଲ୍ଲାର ସିଡିପିଓ ଏବଂ ସୁପର୍ଭାଇଜର୍ମାନେ । ଉକ୍ତ ଯୁବକର କାର୍ଯ୍ୟକଳାପ ସେମାନଙ୍କୁ ଆତଙ୍କିତ କରିଥିଲା । ପରେ ଉକ୍ତ ଯୁବକକୁ କାବୁ କରାଯାଇ ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ତେବେ ଏହି କାଣ୍ଡ ବେଳେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ ।
ଘଟଣା ସଂପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡି କହିଛନ୍ତି ଯେ, ଭିଡିଓ କନ୍ଫରେନ୍ସିଂ ଚାଲିଥିବାବେଳେ ଜଣେ ଯୁବକ ହଠାତ୍ ସେହି ପ୍ରକୋÂକୁ ପଶି ପାଟିତୁଣ୍ଡ କରିଥିଲା । ପରେ ପିଅନ ଆସି ତାକୁ ସେଠାରୁ ଘଉଡାÿଇ ଦେଇଥିଲେ । କିଛି ସମୟ ପରେ ସେହି ଯୁବକ ପୁଣିଥରେ ପଶିଆସିଲା କୋଠରୀକୁ । ସିଧା ଯାଇ ସେ ଟେବୁଲ ଉପରେ ଠିଆ ହୋଇ କନ୍ଫରେନ୍ସିଂ ହେଉଥିବା ଟିଭିକୁ ଧରି ପିଅନଙ୍କ ଉପରକୁ ଫୋପାଡ଼ିଥିଲା । ତେବେ ପିଅନ ଟିଭିକୁ ଧରି ନେଇଥିଲେ । ଏହାପରେ ଯୁବକ ଟେବୁଲ୍ ଉପରେ ଥିବା ଲାପ୍ଟପ୍ ଫୋପାଡ଼ି ଦେଇଥିଲା । ତାପରେ ମହିଳା ଅଧିକାରୀମାନଙ୍କ ବ୍ୟାଗ୍ ଫିଙ୍ଗାଫୋପଡ଼ା କରିଥିଲା । ଜିଲ୍ଲାପାଳଙ୍କ ଦପ୍ତରର ପିଅନ ତାଙ୍କୁ ସେଠାରୁ ବାହାର କରିବାକୁ ଉଦ୍ୟମ କରିବା ଯୋଗୁଁ ତାଙ୍କୁ ଆକ୍ରମଣ କରି ଆହତ କରିଥିଲା ସମ୍ପୃକ୍ତ ବ୍ୟକ୍ତି । ଏହି ଘଟଣା ଦେଖି କନଫରେନ୍ସ ହଲ୍ରେ ଉପସ୍ଥିତ ୨୫ରୁ ଊଦ୍ଧ୍ୱର୍ ମହିଳା ଅଧିକାରୀ ଭୟରେ ଏଣେତେଣେ ଦୌଡ଼ି ଥିଲେ । କିଛି ସମୟ ଭିତରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆଉ କିଛି କର୍ମଚାରୀ ଆସି ଯୁବକକୁ କାବୁ କରିଥିଲେ । ଘଟଣା ସମ୍ପର୍କରେ ଛତ୍ରପୁର ଥାନାକୁ ଖବର ଦିଆଯାଇଥିଲା । ଆଇଆଇସି ପ୍ରିୟାଂଶୁ ରଞ୍ଜନ ଛୋଟରାୟ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଥାନାକୁ ନେଇଥିଲେ ।
ଅଟକ ଯୁବକ ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗ ପଞ୍ଚାୟତ କତୁରୁ ଗ୍ରାମର ତ୍ରିନାଥ ରେଡି ବୋଲି ଆଇଆଇସି ସୂଚନା ଦେଇଛନ୍ତି । ସେ ଜଣେ ମାନସିକ ରୋଗୀ ବୋଲି କହିଛନ୍ତିି ଆଇଆଇସି । ତେବେ ଯୁବକ ଜଣକର ଏଭଳି ଆଚରଣ ପ୍ରଦର୍ଶନ ନେଇ ତଦନ୍ତ କରାଯାଉଥିବା ଥାନାଧିକାରୀ କହିଛନ୍ତି । ଘଟଣା ସମ୍ପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡି ଥାନାରେ ଏତଲା ଦେଇଛନ୍ତି । ଏହାକୁ ଆଧାର କରି ମକଦ୍ଧମା ରୁଜୁ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ଚାଲିଥିôବା ସମୟରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ କିଭଳି ପ୍ରବେଶ କଲେ ତାହା ବଡ଼ ପ୍ରଶ୍ନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କଡ଼ା ସୁରକ୍ଷା ଭିତରେ ରହିଥିôବା ସ୍ୱାଭାବିକ । ତେବେ ସୁରକ୍ଷା ପାଚେରୀ ଭେଦ କରି ଯୁବକ ଜଣକ ସିଧା କନଫରେନ୍ସ ହଲ୍ରେ ପଶିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।
Comments are closed, but trackbacks and pingbacks are open.