ଭିତ୍ତିଭୂମିରେ ବ୍ୟୟ ହେବ ୧୦୨ ଲକ୍ଷ କୋଟି

Get real time updates directly on you device, subscribe now.

ନୂଆଦିଲ୍ଲୀ:୨୦୨୫ ସୁଦ୍ଧା ଦେଶକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ରୂପାନ୍ତର କରିବା ପାଇଁ ସରକାର ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ଏହି କ୍ରମରେ ଆସନ୍ତା ୫ ବର୍ଷରେ ଭିତ୍ତିଭୂମି କ୍ଷେତ୍ରରେ ୧୦୨ ଲକ୍ଷ କୋଟି ଟଙ୍କା ବ୍ୟୟ କରାଯିବ । ମଙ୍ଗଳବାର ୧୦୨ ଲକ୍ଷ କୋଟିର ଜାତୀୟ ଭିତ୍ତିଭୂମି ପ୍ରକଳ୍ପଗୁଡିକର ଉନ୍ମୋଚନ କରିବା ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି । ଏହି ପ୍ରକଳ୍ପଗୁଡିକ ଦେଶର ଜିଡିପିକୁ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବାରେ ସହାୟକ ହେବ ବୋଲି ସୀତାରମଣ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ।
ସେ ଆହୁରି ସୂଚନା ଦେଇଛନ୍ତି ଯେ, ଗତ ୬ ବର୍ଷରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଭିତ୍ତିଭୂମି ବିକାଶରେ ୫୧ ଲକ୍ଷ କୋଟି ଟଙ୍କା ବ୍ୟୟ କରିଛନ୍ତି । ଏହା ଦେଶର ମୋଟ ଘରୋଇ ଉପôାଦ(ଜିଡିପି)ର ୫-୬ଧ ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ଭିତ୍ତିଭୂମି ପ୍ରକଳ୍ପ ବାବଦ ଖର୍ଚ୍ଚ ହେବାକୁ ଥିବା ୧୦୨ ଲକ୍ଷ କୋଟି ଟଙ୍କାକୁ ୨୧ଟି ମନ୍ତ୍ରାଳୟ ମଧ୍ୟରେ ଆବଣ୍ଟନ କରାଯିବ । ଏହା ଜରିଆରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭିତ୍ତିଭୂମି ବିକାଶ କରାଯିବ ।
ଏହି ପରିପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସ୍ୱାଧୀନତା ଦିବସ ବକ୍ତବ୍ୟରେ ଭିତ୍ତିଭୂମିରେ ୧୦୦ ଲକ୍ଷ କୋଟି ଟଙ୍କା ନିବେଶ ବିଷୟରେ ଉଲ୍ଲେଖ କରିଥିଲେ । ଏହା ପରେ ଏକ ଟାସ୍କଫୋର୍ସ ୪ ମାସ ଭିତରେ ୭୦ ଜଣ ଅଂଶୀଦାରଙ୍କ ପରାମର୍ଶ ନେଇ ୧୦୨ ଲକ୍ଷ କୋଟିର ପ୍ରକଳ୍ପଗୁଡିକୁ ଚିହ୍ନଟ କରିଛି । ପାଇପ୍ଲାଇନ୍ରେ ୩ ଲକ୍ଷ କୋଟି ଟଙ୍କାର ଆଉ କେତେକ ପ୍ରକଳ୍ପକୁ ଯୋଡାଯାଇପାରେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ଶକ୍ତି, ରେଳ, ସହରାଞ୍ଚଳ ଜଳସେଚନ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରକଳ୍ପଗୁଡିକୁ ଚିହ୍ନଟ କରାଯାଇଛି । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଦେଶକୁ ୨୦୨୫ ସୁଦ୍ଧା ୫ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ରୂପାନ୍ତର କରିବା ପାଇଁ ସରକାର ଭିତ୍ତିଭୂମି ବିକାଶ ଉପରେ ଜୋର ଦେଉଛନ୍ତି । ଉକ୍ତ ଦିଗରେ ଜାତୀୟ ଭିତ୍ତିଭୂମି ପ୍ରକଳ୍ପଗୁଡିକର ଉନ୍ମୋଚନ କରାଯାଇଛି । ୧୦୨ ଲକ୍ଷ କୋଟି ଟଙ୍କା ମଧ୍ୟରୁ ୨୫ ଲକ୍ଷ କୋଟି ଟଙ୍କା ଶକ୍ତି, ୨୦ ଲକ୍ଷ କୋଟି ଟଙ୍କା ସଡ଼କ ଏବଂ ୧୪ ଲକ୍ଷ କୋଟି ଟଙ୍କା ରେଳ ପ୍ରକଳ୍ପରେ ବିନିଯୋଗ ହେବ । ସରକାରୀ ଘରୋଇ ସହଭାଗିତା(ପିପିପି) ମୋଡ୍ରେ ପ୍ରକଳ୍ପଗୁଡିକର ବିକାଶ କରାଯିବ । ଯୋଜନାଗୁଡିକରେ କେନ୍ଦ୍ର ଏବଂ ରାଜ୍ୟ ସରକାର ୩୯ଧ ଲେଖାଏଁ ନିବେଶ କରିବେ । ଘରୋଇ କ୍ଷେତ୍ରର ସହଭାଗିତା ୨୨ଧ ରହିବ । ୨୦୨୫ ସୁଦ୍ଧା ଘରୋଇ କ୍ଷେତ୍ରର ଭାଗିଦାରୀ ବଢ଼ାଇବାର ଲକ୍ଷ୍ୟ ରଖାଯାଇଛି ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଘରୋଇ କ୍ଷେତ୍ରରୁ ନିବେଶ ଆକୃଷ୍ଟ କରିବା ପାଇଁ ସରକାର ୨୦୨୦ ଦ୍ୱିତୀୟାର୍ଦ୍ଧରେ ଅନ୍ତର୍ଜାତୀୟ ନିବେଶକ ସମ୍ମିଳନୀର ଆୟୋଜନ କରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons