ଭିନିତ୍ ଅଗ୍ରଓବାଲ କନ୍ଧମାଳ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ

Get real time updates directly on you device, subscribe now.

କନ୍ଧମାଳ,(ବି.ବି.ନୁ୍ୟଜ୍): କନ୍ଧମାଳ ଜିଲ୍ଲାର ନୂତନ ଏସ୍ପି ଭାବେ ଭିନୀତ ଅଗ୍ରଓବାଲ ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବତନ ଏସପି ପ୍ରତିକ ସିଂଙ୍କ ଠାରୁ ସେ ଦାୟିତ୍ୱ ନେଇଛନ୍ତି । ଶ୍ରୀ ଅଗ୍ରଓବଲ ଏଥି ପୂର୍ବରୁ ନୁଆପଡା ଏସପି ଭାବେ ଦାୟିତ୍ୱରେ ଥିଲେ । ପୂର୍ବରୁ ସେ ବାଲିଗୁଡ଼ା ଏସଡ଼ିପିଓ ଭାବେ ମଧ୍ୟ କାର୍ଯ୍ୟ କରିଥିବାରୁ ଜିଲ୍ଲା ବିଷୟର ତାଙ୍କର ସାମ୍ୟକ ଧାରଣା ରହିଛି ଯାହ ତାଙ୍କୁ କନ୍ଧମାଳରେ କାର୍ଯ୍ୟ କରିବାର ସହାୟକ ହେବ । ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥôତିକୁ ବଜାୟ ରଖିବା ସହ ମାଓବାଦୀ ଓ ଗଞ୍ଜେଇ ଚାଲାଣ ରୋକିବା ଉପରେ ଗୁରୁତ୍ୱ ଦବେ ବୋଲି ସେ ଦାୟିତ୍ୱ ଗ୍ରହଣ ପରେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons