ଭିମ୍ସାର୍ରେ କୋଭିଡ୍ ପରୀକ୍ଷା

Get real time updates directly on you device, subscribe now.

ସମ୍ବଲପୁର,(ବି.ବି.ନୁ୍ୟଜ୍): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଆସନ୍ତାକାଲିଠାରୁ ଭିମ୍ସାରରେ କୋଭିଡ -୧୯ ରକ୍ତ ନମୁନା ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ପୁଲ୍ ଟେଷ୍ଟ ପ୍ରକ୍ରିୟାରେ ଦିନକୁ ୨ଟି ପର୍ଯ୍ୟାୟରେ ୯୦ ଟି ରକ୍ତ ନମୁନା ପରୀକ୍ଷଣ କରାଯିବ । ଏଥିପାଇଁ ଆବଶ୍ୟକ କର୍ମଚାରୀ ନିଯୁକ୍ତି ସହ ସବୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ଆଣ୍ଟିଜେନ୍ ପରୀକ୍ଷା କରାଯିବ ଓ ଖୁବ୍ ଶୀଘ୍ର କିଭଳି ଆଣ୍ଟିବଡି ଏବଂ ରିପେଡ୍ ଟେଷ୍ଟ ହେବ ସେନେଇ ସରକାର ବ୍ୟବସ୍ଥା କରୁଥିବା ଜଣାପଡ଼ିଛି । ଏନେଇ ଶନିବାର ସ୍ୱାସ୍ଥାମନ୍ତ୍ରୀ ନବକିଶୋର ଦାସ ଭିମ୍ସାର ଗସ୍ତ କରି ଏହାର ସମୀକ୍ଷା କରିଛନ୍ତି । ଏହାଛଡ଼ା ସମ୍ବଲପୁର ସଦର ଡାକ୍ତରଖାନା ପରିସରରେ ହୋଇଥିବା କୋଭିଡ୍ ଡାକ୍ତରଖାନା କିପରି ତୁରନ୍ତ କାର୍ଯ୍ୟକ୍ଷମ ହେବ ସେନେଇ ସମୀକ୍ଷା କରିଛନ୍ତି ।
ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ଦାସ ଭିମସାର୍ ପରିସରରେ ପହଞ୍ଚିଥିଲେ । ଏହି ସମୟରେ ଜିଲ୍ଲାପାଳ ଶୁଭମ ସକ୍ସେନା, ଭିମସାର୍ର ଭାରପ୍ରାପ୍ତ ନିଦେ୍ର୍ଧଶକ ପ୍ରଫେସର ବର୍ଷା ଟୁଡୁ, ଅଧ୍ୟକ୍ଷ ପ୍ରଫେସର ବି.ଏମ୍. ମିଶ୍ର, ଅଧୀକ୍ଷକ ଡା. ଜୟଶ୍ରୀ ଦୋରା, କୋଭିଡ୍ ନୋଡାଲ ଅଫିସର ଡା. ସୁଦର୍ଶନ ପୋର୍ଥାଲ, କନିÂ ଡାକ୍ତର ସଂଘ ସଭାପତି ଡା. ସଂଜିବ ମିଶ୍ର ପ୍ରମୁଖଙ୍କ ସହିତ କୋଭିଡ୍ ପରୀକ୍ଷା ଏବଂ ଚିକିତ୍ସା ନେଇ ଆଲୋଚନା କରିଥିଲେ । ଜିଲ୍ଲାପାଳ ଶ୍ରୀ ସେrନା କୋଭିଡ୍ ହସ୍ପିଟାଲ୍ ଓ ପରୀକ୍ଷା କେନ୍ଦ୍ର ପାଇଁ କ’ଣ ପଦକ୍ଷେପ ନିଆଯାଇଛି ସେ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ମନ୍ତ୍ରୀ ସାମ୍ବାଦିକଙ୍କୁ ବିଶଦ ଭାବେ ସୂଚନା ଦେଇଥିଲେ ।
ଭିମସାର୍ କୋଭିଡ୍-୧୯ ପରୀକ୍ଷାଗାରରେ ପ୍ରଥମ ପର୍ଯ୍ୟାୟରେ ଦିନକୁ ୯୦ଟି ନମୁନା ପରୀକ୍ଷା ହେବାର କ୍ଷମତା ରହିଛି । ଗୋଟିଏ ପର୍ଯ୍ୟାୟରେ ୪୫ଟି ଲେଖାଏଁ ନମୁନା ପରୀକ୍ଷା ହେବ । ଏହି ପରୀକ୍ଷା ପାଇଁ ଭିମସାର୍ କର୍ତ୍ତୃପକ୍ଷ ସମସ୍ତ ନିଯୁକ୍ତି ଓ ପ୍ରସ୍ତୁତି ଶେଷ କରିଥିବା ଜଣାପଡ଼ିଛି । ଆର୍ଟିପିସିଆର୍ କୋଭିଡ୍ ରକ୍ତ ପରୀକ୍ଷାର ତଦାରଖ ପାଇଁ ସରକାରଙ୍କ ପକ୍ଷରୁ କଟକ ଏସ୍ସିବିରୁ ପ୍ରଫେସର ଦେବୀପ୍ରସାଦ ମିଶ୍ରଙ୍କୁ ଭିମ୍ସାରକୁ ପଠାଯାଇଛି । ଏହାଛଡ଼ା ଖୁବ୍ଶୀଘ୍ର ଏନ୍ଆଇଟି ରାଉରକେଲାରୁ ଆଉ ୨ଟି ଆର୍ଟିପିସିଆର୍ ମେସିନ୍ ଆସିଲେ ଅଧିକ ସଂଖ୍ୟକ ନମୁନା ପରୀକ୍ଷା ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ଭିମସାର୍ ଆଇସୋଲେସନ୍ କେନ୍ଦ୍ରରେ ଡାକ୍ତରଙ୍କୁ ନିମ୍ନମାନର ଖାଦ୍ୟ ପରିବେଷଣ କରାଯାଉଥିବା ନେଇ ଅଭିଯୋଗ ହୋଇଥିବାରୁ ମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ । ରାଜ୍ୟର ଅନ୍ୟ କୌଣସି କେନ୍ଦ୍ରରୁ ଏଭଳି ଅଭିଯୋଗ ଆସୁନଥିବା ବେଳେ ଭିମସାରରେ କାହିଁକି ଏଭଳି ଅଭିଯୋଗ ଆସୁଛି ବୋଲି ମନ୍ତ୍ରୀ ଶ୍ରୀ ଦାସ କର୍ତ୍ତୃପକ୍ଷଙ୍କୁ ପଚାରିଥିଲେ ।
ମନ୍ତ୍ରୀ ଶ୍ରୀ ଦାସ ଆଇସୋଲେସନ୍ କେନ୍ଦ୍ରରେ ମଧ୍ୟ ସ୍ଥିତି କ’ଣ ରହିଛି ସେନେଇ ଯାଞ୍ଚ କରିଥିଲେ । ଯେଉଁ ଡାକ୍ତର ଓ କର୍ମଚାରୀମାନେ କୋଭିଡ୍ ଡୁ୍ୟଟିରେ ରହୁଛନ୍ତି ସେମାନଙ୍କର ରହିବା, ଯିବା ଆସିବା ସୁବିଧା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ । ବାୟୋମେଡିକାଲ ସେଫ୍ଟି ଓ ଇନ୍ଜେrନ୍ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ମନ୍ତ୍ରୀ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଧଶ ଦେଇଥିଲେ । କୋଭିଡ୍ ଚିକିତ୍ସା କ୍ଷେତ୍ରରେ ଆବଶ୍ୟକୀୟ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀଙ୍କ ନିଯୁକ୍ତି ଖୋଦ୍ କର୍ତ୍ତୃର୍ପକ୍ଷ ହିଁ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ । ସେହିଭଳି ସମ୍ବଲପୁର କୋଭିଡ୍ ହସପିଟାଲକୁ ଭିମ୍ସାରରୁ ଯିବାକୁ ଥିବା ୫୦ ଜଣିଆ ଡାକ୍ତରୀ ଦଳଙ୍କ ମଧ୍ୟରେ ଅଭିଜ୍ଞତାପୂର୍ଣ ଓ ବରିÂ ଡାକ୍ତରଙ୍କ ସଂଖ୍ୟା ଅଧିକ ରଖିବାକୁ ମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ସେପଟେ ଭିମସାରରେ ସମସ୍ତ ଔଷଧ, ପିପିଇ (ବ୍ୟକ୍ତିଗତ ସୁରକ୍ଷା ଉପକରଣ), ମାସ୍କ, ପରୀକ୍ଷଣ କିଟ୍ ଓ ଆନୁସଙ୍ଗିକ ସରଞ୍ଜାମ ଉପଲବ୍ଧ କରାଇବା ପାଇଁ ସରକାର ଉଦ୍ୟମ ଜାରି ରଖିଥିବା ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଥିଲେ ।
ପରେ ସମ୍ବଲପୁର ସଦର ଡାକ୍ତରଖାନା ପରିସରରେ ସ୍ଥାପିତ କୋଭିଡ୍ ଡାକ୍ତରଖାନାକୁ ମନ୍ତ୍ରୀ ଶ୍ରୀ ଦାସ ପରିଦର୍ଶନ କରିଥିଲେ । ଏଠାକାର ଭିତ୍ତିଭୂମିକୁ ଅନୁଧ୍ୟାନ କରିବା ସହିତ ଚିକିତ୍ସା ଦିଗରେ ଆଉ କ’ଣ ସମସ୍ୟା ରହିଛି ସେନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶଶୀଭୂଷଣ ପଟେଲଙ୍କୁ ପଚାରି ବୁଝିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସକ୍ସେନା, ନୋଡାଲ୍ ଅଫିସର ତଥା ଏଡିଏମ୍ଓ ଡାକ୍ତର ଅଶୋକ ଦାସଙ୍କ ସମେତ ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons