ଭୀମକୁଣ୍ଡରେ ପଡ଼ି ଯୁବକ ନିଖୋଜ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ପ୍ରତି ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ ବର୍ଷ ଯେଉଁ ଢଙ୍ଗରେ ଜଣେ ମେଧାବୀ ଛାତ୍ର ଭୀମକୁଣ୍ଡ ପାଣିରେ ବୁଡ଼ି ନିଖୋଜ ହୋଇଥିଲେ ଠିକ୍ ବର୍ଷକ ପରେ ବୁଧବାର ଅପରାହ୍ଣରେ ସେହି ସମାନ ଅବସ୍ଥାରେ ଜଣେ ଯୁବକ ନିଖୋଜ ହୋଇଛନ୍ତି । ଯୁବକ ଜଣକ ଭୀମକୁଣ୍ଡର ଦୃଶ୍ୟ ସହିତ ସେଲ୍ଫି ନେବା ବେଳେ ଅସାବଧାନତାରୁ ଗୋଡ଼ ଖସିଯିବାରୁ ପାଣିରେ ପଡ଼ିଯାଇଥିଲେ । ନିଖୋଜ ଯୁବକଙ୍କ ପରିଚୟ ମିଳିପାରି ନଥିବା ବେଳେ ଘଟଣାକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି । ଭୀମକୁଣ୍ଡ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ସୀମାରେ ଅବସ୍ଥିତ । ଫଳରେ ଉଭୟ ଜିଲ୍ଲାର ପୁଲିସ ସୀମା ବିବାଦକୁ ନେଇ ପରସ୍ପର ଉପରକୁ କାଦୁଅ ଫିଙ୍ଗିବାରେ ବ୍ୟସ୍ତ ରହି ଖସି ଯିବାକୁ ବସିଛନ୍ତି । ଯୁବକ ବୁଡ଼ି ଯାଉଥିବାର ଭିଡିଓକୁ ଯିଏ ଦେଖୁଛି ଧୈର୍ଯ୍ୟହରା ହୋଇପଡୁଛି । ଯୁବକ ଜଣକ ପାଣିରେ ବୁଡ଼ି ଯାଉଥିବା ବେଳେ ଉଦ୍ଧାର କରିବାକୁ ଆକୁଳ ନିବେଦନ କରୁଛନ୍ତି । କିନ୍ତୁ ଭୀମକୁଣ୍ଡ ନିକଟରେ ଶହ ଶହ ଲୋକ ଥିଲେ ମଧ୍ୟ କେହି ଗୁରୁତ୍ୱ ଦେଇନଥିଲେ । ଓଲଟି ଭିଡିଓ ସୁଟିଂ କରି ଛାତ୍ରଙ୍କ ବୁଡ଼ି ଯାଉଥିବା ଦୃଶ୍ୟକୁ ନିଜ ମୋବାଇଲରେ ରଖିବାରେ ବ୍ୟସ୍ତ ଥିଲେ । ଏପରିକି ଉଦ୍ଧାର ପାଇଁ ଦମକଳ ବାହିନୀକୁ ମଧ୍ୟ ଖବର ଦେଇନଥିଲେ ।
ସୂଚନାଯୋଗ୍ୟ, ଭୀମକୁଣ୍ଡରେ ୨୦୧୮ ଡିସେମ୍ବର ୨୮ରେ ସେଲ୍ଫି ନେବା ବେଳେ ପାଦ ଖସି ଯିବାରୁ କଟକର ଜଣେ ମେଧାବୀ ଛାତ୍ର ରୋହନ ମିଶ୍ର (୧୭) ନିଖୋଜ ଥିଲେ । ମାସେ ପରେ ଛାତ୍ରଙ୍କ ମୃତଦେହ ଗଭୀର କୁଣ୍ଡରୁ ଉଦ୍ଧାର ହୋଇଥିଲା । ସେହିପରି ୨୦୧୮ ଜାନୁଆରୀରେ ମଧ୍ୟ ଏହି ସମାନ ଘଟଣା ପରେ ମଧ୍ୟ ପ୍ରଶାସନ ଚେତି ନାହିଁ । ଛାତ୍ର ବୁଡ଼ିଯିବା ପରେ ଭୀମକୁଣ୍ଡ ପ୍ରତି ଲୋକଙ୍କ ମନରେ ଭିନ୍ନ ଧାରଣା ସୃଷ୍ଟି ହେବାରେ ଲାଗିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons