ଭୀମସାର, ଏମ୍‌କେସିଜିରେ ଖୁବଶିଘ୍ର କୋଭିଡ୍-୧୯ ଟେଷ୍ଟିଂ ସେଣ୍ଟର : ତାଲିମ ନେଲେଣି ୧୫୦୦ ଡାକ୍ତରୀ ଛାତ୍ରଛାତ୍ରୀ ଓ ସ୍ଵାସ୍ଥ୍ୟ ଅଧିକାରୀ

Get real time updates directly on you device, subscribe now.

ଭୁବନେଶ୍ବର : କୋଭିଡ୍ -୧୯ ବା କରୋନା ଭାଇରସ୍‌ର ମୁକାବିଲା ଲାଗି କୌଣସି ବି ଗୋଟିଏ ବିକଳ୍ପକୁ ଛାଡୁ ନାହାନ୍ତି ରାଜ୍ୟ ସରକାର । ମହାମାରୀ ଭୂତାଣୁକୁ ସଂପୂର୍ଣ୍ଣ ଚେକ୍‌ ଦେବାକୁ ଚିକିତ୍ସା ବ୍ୟବସ୍ଥାର ସମସ୍ତ ଦିଗ ଏବଂ ଉପାୟ ପ୍ରତି ସରକାର ଯତ୍ନବାନ । ନମୁନା ପରୀକ୍ଷଣ ଠାରୁ ସ୍ବତନ୍ତ୍ର ଡାକ୍ତରଖାନା ସବୁ ପ୍ରତି ସରକାର ଗୁରୁତ୍ବର ସହ ନଜର ଦେଇ ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସୋମବାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏବଂ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏକ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ କୋଭିଡ୍‌-୧୯ ପରୀକ୍ଷଣ ସୁବିଧା(ଟେଷ୍ଟିଂ)କୁ ତ୍ବରାନ୍ନିତ କରିବା ଏବଂ ଯଥା ସମ୍ଭବ ଅଧିକ ପରୀକ୍ଷଣ କରିବା ଉପରେ ଗୁରୁତ୍ବ ଦେଇଛନ୍ତି । ବର୍ତ୍ତମାନ ତିନୋଟି ସ୍ଥାନରେ
ଦୈନିକ ହାରାହାରି ୩୦୦ କୋଭିଡ୍‌-୧୯ ନମୁନା ପରୀକ୍ଷା କରାଯାଉଥିବାବେଳେ ଆସନ୍ତା ୫ ଦିନ ତାହାର ପରିମାଣକୁ ୧୦୦୦କୁ ବୃଦ୍ଧି କରିବା ପାଇଁ ଉଦ୍ୟମ କରାଯାଉଛି । ଖୁବ୍‌ ଶୀଘ୍ର ବୁର୍ଲା ସ୍ଥିତ ଭୀମସାର ଏବଂ ବ୍ରହ୍ମପୁର ସ୍ଥିତ ଏମ୍‌କେସିଜିରେ କୋଭିଡ୍‌-୧୯ ପରୀକ୍ଷଣର ସୁବିଧା ଉପଲବ୍ଧ କରାଇବାକୁ ସମସ୍ତ ପ୍ରସ୍ତୁତି ଜାରି ରହିଛି । ଏହି ହସ୍‌ପିଟାଲ୍‌ ଦୁଇଟିକୁ କୋଭିଡ୍‌-୧୯ ପରୀକ୍ଷଣ ନିମନ୍ତେ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ୟ୍ୟ ଚାଲୁରହିଛି ଏବଂ ଖୁବ୍‌ ଶୀଘ୍ର ଆଇସିଏମ୍‌ଆର୍‌ରଅନୁମୋଦନ ହାସିଲ ନେଇ ସମ୍ଭାବନା ରହିଛି
ଏହା ସହ କୋଭିଡ୍‌-୧୯ ମୁକାବିଲା ପାଇଁ ସ୍ବାସ୍ଥ୍ୟସେବାକୁ ଅଧିକ ସକ୍ରିୟ କରିବା ଲକ୍ଷ୍ୟରେ ଡାକ୍ତର, ଡାକ୍ତରୀ ଛାତ୍ର, ସ୍ବାସ୍ଥ୍ୟ ବିଭାଗ ପଦାଧିକାରୀ, ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ମାଷ୍ଟର ଟ୍ରେନରମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ଏହାକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ତାଲିମ କାର୍ୟ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ଏସ୍‌ସିବି(କଟକ)ର ୮୯୧ ଛାତ୍ରଛାତ୍ରୀ, ଏମ୍‌କେସିଜି(ବ୍ରହ୍ମପୁର)ର ୩୨୫ ଛାତ୍ରଛାତ୍ରୀ,
ଭୀମ୍‌ସାର(ବୁର୍ଲା)ର ୩୦୦ ଛାତ୍ରଛାତ୍ରୀ ,ଏମ୍‌କେସିଜି (ବ୍ରହ୍ମପୁର)ର ୨୪୭ ଅଧ୍ୟାପକ ଓ ସ୍ନାତକ
ଛାତ୍ରଙ୍କୁ ମିଶାଇ ପ୍ରାୟ ୧୫୦୦ ଡାକ୍ତରୀ ଛାତ୍ରଛାତ୍ରୀ ଓ ସ୍ବାସ୍ଥ୍ୟ ଅଧିକାରୀ ତାଲିମ ନେଇଛନ୍ତି ।
ଅନୁରୂପ ଭାବରେ, ୩୬୦ ଜିଲ୍ଲାସ୍ତରୀୟ ମାଷ୍ଟର ଟ୍ରେନର ଓ ୨୨୬୪ ବ୍ଲକ୍‌ସ୍ତରୀୟ ମାଷ୍ଟର ଟ୍ରେନରଙ୍କୁ ମଧ୍ୟତାଲିମ ପ୍ରଦାନ କରାଯାଇଛି ।
ରାଜ୍ୟରେ ସୋମବାର ଅପରାହ୍ନ ୪ ଟା ସୁଦ୍ଦଆ କରୋନା ପଜିଟିଭ ରୋଗୀଙ୍କ ସଂକ୍ୟା ୩୯ ହୋଇଥିବା ବେଳେ , ଏହାର ନିୟନ୍ତ୍ରଣ ସହ କରୋନାକୁ ବ୍ରେକ୍‌ ଦେବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କସହଯୋଗ ଲାଗି ପୁଣି ଆହ୍ବାନ କରିଚନ୍ତି । ସମସ୍ତଙ୍କୁ ନିଜର ତଥା ସମାଜର ଭଲ ପାଇଁ ଲକ୍‌ଡାଉନ୍‌ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି । ସେ କହିଛନ୍ତି ଯେ, ‘କୋଭିଡ୍‌-୧୯ ବିରୁଦ୍ଧରେ ଆମର ସଂଗ୍ରାମରେ ହଜାର ହଜାର ପୋଲିସ୍‌ କର୍ମଚାରୀ ବ୍ୟକ୍ତିଗତ ଓ ପାରିବାରିକ ତ୍ୟାଗ ସ୍ବୀକାର କରି ଜନସେବାରେ ବ୍ରତୀ ହୋଇଛନ୍ତି । ଘରେ ରହି ଏବଂ ସାମାଜିକ ଦୂରତା ବଜାୟ ରଖି ଆସନ୍ତୁ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ।’ ଲକ୍‌ ଡାଉନ୍‌ ନିୟମକୁ କଡ଼ାକଡ଼ି କାର୍ୟ୍ୟକାରୀ କରିବା ଏବଂ ଯେକୌଣସି ସାଂପ୍ରଦାୟିକ ପରିସ୍ଥିତ ସୃଷ୍ଟି ହେଲେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ପୋଲିସ୍‌ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons