ଭୁବନେଶ୍ବରରେ ଡ୍ୟାନ୍ସ ବାର୍ ଖୋଲିବା ସରକାରଙ୍କ ଦୋମୁହାଁ ନୀତି : ଲେଖାଶ୍ରୀ

Get real time updates directly on you device, subscribe now.

ଭୁବନେଶ୍ବର : ଭୁବନେଶ୍ବରରେ ଡ୍ୟାନ୍ସ ବାର୍ ଖୋଲିବା ପ୍ରସଙ୍ଗକୁ ନେଇ ପ୍ରେସମିଟ୍ କରିଛି ବିଜେପି । ପ୍ରେସମିଟ୍ ରେ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର ଡ୍ୟାନ୍ସ ବାର୍‌ ଖୋଲିବା ସରକାରଙ୍କ ଦୋମୁହାଁ ନୀତିକୁ ଦର୍ଶାଉଛି ବୋଲି ଅଭିଯୋଗ ଆଣିଛନ୍ତି।
ଲେଖାଶ୍ରୀ କହିଛନ୍ତି ୨୦୧୮ରେ ମଲ୍‌ରେ ମଡେଲ ଲିକର ସପ୍‌ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଆଫିଡେଭିଟ୍ ଫାଇଲ୍ ହୋଇଥିଲା। ଯେଉଁଥିରେ ମଲ୍‌ରେ ଲିକର ସପ୍‌ ଖୋଲିବା ଓଡ଼ିଆ ସଂସ୍କୃତିର ବିରୋଧାଚରଣ କରେ ଦର୍ଶାଯାଇଥିଲେ।
ଏହା ଦିଲ୍ଲୀ, ଗୁରଗାଓଁ ପରି ମେଟ୍ରୋସିଟି ପାଇଁ ଠିକ୍‌ ହୋଇପାରେ କିନ୍ତୁ ଓଡ଼ିଆ ସଂସ୍କୃତିର ବିରୋଧାଚରଣ କରେ ବୋଲି ସ୍ପଷ୍ଟ ଉଲ୍ଲେଖ ଥିଲା। ଏହାସହ ମଦ ବିକ୍ରି କରି ରାଜସ୍ବ କମାଇବା ଗୋଟିଏ ଜନ କଲ୍ୟାଣୀକାରୀ ରାଜ୍ୟର ଲକ୍ଷ୍ୟ ନୁହେଁ ବୋଲି ଆଫିଡେଭିଟ୍‌ରେ ଦର୍ଶାଯାଇଥିଲା।
ତେବେ ଆଜି କିଭଳି ଡ୍ୟାନ୍ସ ବାର୍ ଯେଉଁଠିକି ମଦ୍ୟପାନ କରୁଥିବା ଲୋକଙ୍କ ଆଗରେ ମହିଳାମାନେ ନୃତ୍ୟ ପ୍ରଦର୍ଶନ କରିବେ ତାକୁ ରାଜ୍ୟ ସରକାର ଖୋଲିବାକୁ ପ୍ରଶ୍ରୟ ଦେଉଛନ୍ତି, ଏହା କଣ ଓଡ଼ିଆ ସସ୍କୃଂତିର ପରିପନ୍ଥୀ ନୁହେଁ ବୋଲି ଲେଖାଶ୍ରୀ ପ୍ରଶ୍ନ ଉଠାଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons