ଭୁବନେଶ୍ବର କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ୍ ୧୪ ଦିନ ପାଇଁ ସିଲ୍

Get real time updates directly on you device, subscribe now.

ଭୁବନେଶ୍ୱର : କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ ସିଲ୍ । କରୋନା ସଂକ୍ରମଣ ଆଶଙ୍କାରେ ଭୁବନେଶ୍ବର ସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସକୁ ସିଲ କରିଛି ବିଏମସି । କରୋନା ସଂକ୍ରମଣକୁ ନେଇ ୧୪ ଦିନ ପାଇଁ ଅଫିସ୍ କୁ ସିଲ କରିଦିଆଯାଇଛି ।
ସେହିପରି ସମସ୍ତ କର୍ମଚାରୀଙ୍କୁ ହୋମ କ୍ବାରେଣ୍ଟାଇନରେ ରଖାଯାଇଥିବା ଜଣାପଡ଼ିଛି । ସ୍ବାବ ସଂଗ୍ରହ ପାଇଁ ପୁରା ଅଫିସକୁ ସିଲ କରାଯାଇଛି । ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସର ଜଣେ ଅଧିକାରୀ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବା ପରେ ନମୁନା ସଂଗ୍ରହ ସହ ସଂକ୍ରମଣ ରୋକିବାକୁ ଏପରି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons