ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଅନଶନରେ ବସିଥିବା ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ,ଅଭିଯୁକ୍ତ ଗିରଫ

Get real time updates directly on you device, subscribe now.

ଭୁବନେଶ୍ବର: ରାଜଧାନୀରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି। ତାହା ପୁଣି ଖୋଦ୍ ମାଷ୍ଟର କ୍ୟାଣ୍ଟିନ ଛକର କିଛି ଦୂର ଗାନ୍ଧି ମାର୍ଗରେ । ଘଟଣା ଘଟିଛି ରବିବାର ରାତିରେ । ଗାନ୍ଧି ମାର୍ଗରେ ଦୁଇ ଭଉଣୀ ଦୀର୍ଘ ଦିନ ଧରି ଅନଶନରେ ବସିଥିଲେ । ଘଟଣା ସମ୍ପର୍କରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି ।
ବଲାଙ୍ଗିରର ଦୁଇ ଭଉଣୀ ଗତ ଏକବର୍ଷ ଧରି ନିଜର ଦାବି ପୂରଣ ପାଇଁ ଗାନ୍ଧି ମାର୍ଗରେ ଧାରଣାରେ ବସିଛନ୍ତି । ଏଥିପାଇଁ ତାଙ୍କ କ୍ୟାମ୍ପ ନିକଟରେ ଏକ ଅସ୍ଥାୟୀ ପୋଲିସ କ୍ୟାମ୍ପ ମଧ୍ୟ ରହିଛି । ହେଲେ ରବିବାର ରାତିରେ ଜଣେ ଦୁର୍ବୃତ୍ତ ଏହି ଦୁଇ ଭଉଣୀ ଶୋଇଥିବା ସ୍ଥାନରେ ପହଞ୍ଚି ସାନ ଭଉଣୀକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ଏହା ଦେଖି ବଡଭଉଣୀ ଚତୁରତାର ସହିତ ସାନଭଉଣୀକୁ ପୋଲିସ କ୍ୟାମ୍ପକୁ ପଠାଇ ସେଠାରେ କାର୍ୟ୍ୟରତ ପୋଲିସକୁ ଡାକି ଏହି ଯୁବକକୁ ପୋଲିସର ଜିମା ଦେଇଥିଲେ ।
ଗତ ବର୍ଷେ ମଧ୍ୟରେ ଦୁଇଭଉଣୀ ତିନିଥର ତାଙ୍କ ଉପରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ କମିସନରେଟ ପୋଲିସରେ ଦେଇଛନ୍ତି । ରବିବାର ରାତି ଘଟଣାରେ ପୋଲିସ ମଧ୍ୟ ଏକ ମଦ୍ୟପ ଯୁବକକୁ ଘଟଣାସ୍ଥଳରୁ ଗିରଫ କରି ତାର ଡାକ୍ତରୀ ମାଇନା କରିଛି । ହେଲେ ଏତେ ପୋଲିସ ପହରା ମଧ୍ୟରେ ଅଭଳି ଘ଼ୃଣ୍ୟକାମ କରିବାକୁ ଏହି ଯୁବକ ସାହସ କଲା କିପରି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏବେବି ଗାନ୍ଧି ମାର୍ଗରେ ଏକାଧିକ ସଂଗଠନ ନିଜର ଦାବି ପୂରଣ କରିବାକୁ ଅନଶନରେ ବସିଛନ୍ତି । କମିସନରେଟ ପୋଲିସ ପକ୍ଷରୁ ମଧ୍ୟ ଅସ୍ଥାୟୀ କ୍ୟାମ୍ପ କରାଯାଇ ପୋଲିସ ମୁତୟନ କରାଯାଇଛି । ତଥାପି ଏଭଳି ଅଭିଯୋଗ ଆସିବା ଫଳରେ ପୋଲିସର କାର୍ୟ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ଠିଆ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons