ଭୁବନେଶ୍ଵର : ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ଚାରି ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ସହରରେ ଜଣେ ଏବଂ କଟକ ସହରରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଭୁବନେଶ୍ଦଵରରେ ଚିହ୍ନଟ ପଞ୍ଚମ ରୋଗୀଙ୍କର କୌଣସି ବିଦେଶ ଗସ୍ତ ବା ରାଜ୍ୟ ବାହାରର ଗସ୍ତର ସୂଚନା ନଥିବାରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ସବୁ ଲୋକଙ୍କୁ ଖୋଜି ବାହାର କରିବା ଏକ କଠିନ ବ୍ୟାପାର ହୋଇଛି। କଟକରେ ଚିହ୍ନଟ ହୋଇ୍ଥିବା ଷଷ୍ଠ କରୋନା ପଜିଟିଭ୍ ଦିଲ୍ଲୀ ନିଜାମୁଦ୍ଦିନରେ ଅନୁଷ୍ଠିତ ଧର୍ମ ସଭାରେ ଯୋଗ ଦେଇଥିବା ତବଲିଗି ସଦସ୍ୟ ଅନ୍ୟ ପକ୍ଷରେ ଭଦ୍ରକରେ ଚିହ୍ନଟ କରୋନା ପଜିଟିଭ୍ ଜଣେ ଦୁବାଇ ଫେରନ୍ତା ଯୁବକ। ଏହି ପରିପ୍ରେକ୍ଷୀରେ ସାମାଜିକ ସଂକ୍ରମଣ ର ସମସ୍ତ ଆଶଙ୍କାକୁ ଚେକ୍ ଦେବାକୁ ଦୈତ ନଗରୀ ସହ ଭଦ୍ରକରେ ୪୮ ଘଣ୍ଟାର କର୍ଫ୍ୟୁ ଜାରି କରିଛନ୍ତି। ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ପର୍ୟ୍ୟନ୍ତ ଏହ ଵଳବତ୍ତର ରହିବ।
ଭୁବନେଶ୍ଵର ମହାନଗର ନିଗମ ସହିତ ଆଖପାଖ ଅଞ୍ଚଳର ୧୪ଟି ଗ୍ରାମ ପଞ୍ଚାୟତ ଏବଂ ବାଳକାଟିର ତିନୋଟି ଓ ଜଟଣୀର ଗୋଟିଏ ଗ୍ରାମ ପଞ୍ଚାୟତ ଏହି କର୍ଫ୍ୟୁ ପରିସରରେ ଆସୁଛି। କଟକ ମହାନଗର ନିଗମ ଏବଂ ଭଦ୍ରକ ପୌରାଞ୍ଚଳରେ ଏହି କର୍ଫ୍ୟୁ ଜାରି ରହିବ। ଏହି ସମୟରେ ଲକ୍ଡାଉନ୍ ବେଳେ ଖୋଲାଥିବା ଡାଲି ଚାଉଳ ଦୋକାନ, ପରିବା ଏବଂ ଆମିଷ ସାମଗ୍ରୀ ଦୋକାନ ବନ୍ଦ ରହିବ। କିନ୍ତୁ ମହାନଗର ନିଗମ ତଥା ପୌରାଞ୍ଚଳ ଦ୍ଵାରା ସୂଚିତ ନିର୍ଦ୍ଦିଷ୍ଟ କେତେକ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଖୋଲା ରହିବ। ଏହି ସମୟରେ କିନ୍ତୁ ଚିକିତ୍ସାଳୟ, ପୋଲିସ, ଅଗ୍ନିଶମ, ଆମ୍ବୁଲାନ୍ସ, ଟେଲିଫୋନ ଆଦି ଜରୁରୀ ସେବା ଜାରି ରହିବ।
ସରକାର କର୍ଫ୍ୟୁ ନିୟମକୁ କଡାକଡି ଭାବେ ପାଳନ କରିବାକୁ ଦୃଢ ଭାବେ କହିଛନ୍ତି। ସରକାରଙ୍କ କରୋନା ମୁକାବିଲା ସଂପର୍କିତ ଅଭିଯାନର ମୁଖପାତ୍ର ସୁବ୍ରତ ବାଗ୍ଚୀ ଏହି ସଂପର୍କରେ ସବିସ୍ତୃତ ଭାବେ ତଥ୍ୟ ରଖିବା ସହ ନିୟମ ଉଲ୍ଲଂଘନକାରୀଙ୍କୁ ୧୪ ଦିନ କ୍ଵାରେନଣ୍ଟାଇନରେ ରଖାଯିବା ସହ ବିପତ୍ତିକାଳିନ ନିୟମ ଉଲ୍ଲଙ୍ଘନ ଅନୁଯାୟୀ ଦଣ୍ଡିତ ମଧ୍ୟ ହେବେ। ଏହା ଉଲ୍ଲେଖ କରିବା ବେଳେ ଶ୍ରୀ ବାଗ୍ଚୀ ସ୍ପଷ୍ଟ କରିଛନ୍ତି ଯେ, କର୍ଫ୍ୟୁ ଅଞ୍ଚଳରେ ପୂର୍ବରୁ ଲକ୍ଡାଉନ୍ ସମୟରେ ଦିଆଯାଇଥିବା ପାସ୍ ଅକାମୀ ହୋଇଯିବ।
Comments are closed, but trackbacks and pingbacks are open.