ଭୁବନେଶ୍ୱରରୁ ଗଞ୍ଜାମ୍‌ ଗଲେ ରାଷ୍ଟ୍ରପତି

Get real time updates directly on you device, subscribe now.

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାୟୁସେନାର ସ୍ୱତନ୍ତ୍ର ବିମାନ ରାଜକମଲରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଣୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ମୁଖ୍ୟ ଶାସନ ସଚିବ ତାଙ୍କୁ ସ୍ୱାଗତ ଜଣାଇଥିଲେ।
ଏହାପରେ ବାୟୁ ସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ସେ ଗୋଳାବନ୍ଧ ପାଇଁ ବାହାରିଯାଇଥିଲେ। ଏବେ ତାଙ୍କ ହେଲିକ୍ପଟର୍‌ ଗଞ୍ଜାମ୍‌ର ରଙ୍ଗେଇଲୁଣ୍ଡା ଏୟାର୍‌ ଷ୍ଟ୍ରିପ୍‌ରେ ଅବରତର କରିଛି। ଆସନ୍ତାକାଲି ସେ ଗୋଳାବନ୍ଧ ଆର୍‌ମି ଏୟାର୍ ଡିଫେନ୍ସ କଲେଜ ଦୀକ୍ଷାନ୍ତ ରେ ଯୋଗଦେବେ ରାଷ୍ଟ୍ରପତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons