ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ଭୁବନେଶ୍ୱର ସହରରୁ ଚିହ୍ନଟ ହୋଇଛନ୍ତି ୨୨ କରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୩ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା ବେଳେ ୧୯ ଟି ଲୋକାଲ କେସ୍ ବୋଲି ଜଣାପଡିଛି । ୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୨୯ ବର୍ଷୀୟ ରେଳ କର୍ମଚାରୀ ଥିବା ବେଳେ ସେ ଦିଲ୍ଲୀରୁ ଫେରିଥିଲେ । ଅନ୍ୟ ୨ ଜଣଙ୍କ ମଧ୍ୟରୁ ଜଣେ ଲୋକକାତାରୁ ଫେରିଥିବା ବେଳେ ଅନ୍ୟ ଜଣେ ଦିଲ୍ଲୀ ଫେରନ୍ତାଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ୧୯ ଲୋକାଲ କେସ୍ ମଧ୍ୟରୁ ୧୬ ଜଣ ଏକ ଘରୋଇ ହସ୍ପିଟାଲ କର୍ମଚାରୀ, ସେମାନଙ୍କ ମଧ୍ୟରୁ ୩ ପୁରୁଷ ଏବଂ ୧୩ ମହିଳା କର୍ମଚାରୀ ବୋଲି ଜଣାପଡିଛି । ଅପରପକ୍ଷେ ରାଜଧାନୀର ୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବିଏମ୍ସି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
Comments are closed, but trackbacks and pingbacks are open.