ଭୁବନେଶ୍ୱରରୁ ୧୬ କରୋନା ଆକ୍ରାନ୍ତ ଚିହ୍ନଟ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ରାଜଧାନୀ ଭୁବନେଶ୍ୱରରେ ୧୬ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି । ଏହା ସହିତ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ ରେ ପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇସାରିଥିବା ବେଳେ ୫୮ ଜଣ ଚିକିତ୍ସାଧୀନ ଅଛନ୍ତି । ୩ ଜଣ ମୃତୁ୍ୟ ଘଟିଛି । ଏହି ୧୬ ଟି ନୂଆ କେସ୍ ମଧ୍ୟରୁ ୧୪ ଜଣ ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ । ଆଉ ୨ଟି ଲୋକାଲ୍ କେସ୍ । ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ୧୪ ଜଣଙ୍କ ମଧ୍ୟରୁ ୩ ଜଣ ପଟିଆର ଶ୍ରୀବିହାର ଅଞ୍ଚଳର । ସେମାନେ ଗୋଟିଏ ପରିବାରର ଓ ପୂର୍ବରୁ ପରିବାରର କରେନା ଆକ୍ରାନ୍ତ ସଦସ୍ୟଙ୍କ ଠାରୁ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ୩୧ ବର୍ଷୀୟ ଯୁବକ ଥିବା ବେଳେ ଜଣେ ୬୫ ବର୍ଷୀୟ ବୃଦ୍ଧ ଓ ୫୮ ବର୍ଷୀୟା ମହିଳା ଅଛନ୍ତି । ସେହିପରି ୨ ଜଣ ଜୟଦେବ ବିହାରର ବିଜୁ ପଟ୍ଟନାୟକ କଲେଜ ପାଖାପାଖି ଅଞ୍ଚଳର । ସେମାନଙ୍କ ମଧ୍ୟରୁ ଜଣେ ୭୨ ବର୍ଷୀୟ ବୃଦ୍ଧ ଓ ଜଣେ ୭୧ ବର୍ଷର ବୃଦ୍ଧା । ଉଭୟଙ୍କ ଟ୍ରାଭେଲ୍ ହିଷ୍ଟ୍ରି ରହିଛି । ସେମାନେ ଆମେରିକାରୁ ଫେରିଥିଲେ । ୨ଟି କେସ୍ ୟୁନିଟ୍- ୪ ଶାସ୍ତ୍ରୀ ନଗର ଅଞ୍ଚଳର । ସେମାନଙ୍କ ମଧ୍ୟରୁ ଜଣେ ୭୫ ବର୍ଷୀୟ ବୃଦ୍ଧ ଓ ଅନ୍ୟ ଜଣେ ୪୦ ବର୍ଷୀୟ ଯୁବକ । ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରୀ ରହିଛି । ସେମାନେ କୋଲକାତା ଗସ୍ତ କରିଥିଲେ । ସେହିପରି ଜଣେ ଡୁମୁଡୁମା ଅଞ୍ଚଳର ୨୨ ବର୍ଷୀୟ ଯୁବକ ଓ ସେ ପୁନେରୁ ଫେରିଥିଲେ । କଳିଙ୍ଗ ବିହାର ଅଞ୍ଚଳରୁ ଜଣେ ୩୪ ବର୍ଷୀୟ ଯୁବକ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ରହିଛି । ସେ ଅମାନରୁ ଫେରି ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ । ସତ୍ୟନଗରରୁ ଗୋଟିଏ କେସ୍ ଆସିଛି । ୩୩ ବର୍ଷୀୟ ଏହି ଯୁବକ ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ରହିଛି । ସେ ଦିଲ୍ଲୀ ଗସ୍ତ କରିଥିଲେ । ନୟାପଲ୍ଲୀ ଶବର ସାହିର ଜଣେ ୫୪ ବର୍ଷୀୟ ବ୍ୟକ୍ତି ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କର ବି ଟ୍ରାଭେଲ୍ ହିଷ୍ଟ୍ରୀ ରହିଛି । ସେ ଚେନ୍ନାଇରୁ ଫେରିଥିଲେ । ରସୁଲଗଡ଼ର ନେତାଜୀ ବିହାରର ଜଣେ ୪୭ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ଗୁରଗାଁଓରୁ ଫେରିଥିଲେ । ଯଦୁପୁରର ଜଣେ ୩୧ ବର୍ଷୀୟ ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ଥିଲା ଓ ସେ ଦିଲ୍ଲୀରୁ ଫେରିଥିଲେ । ଆଉ ଜଣେ ୟୁନିଟ୍ ୩ର ମସ୍ଜିଦ୍ କଲୋନୀର । ସେ ଜଣେ ୬୦ ବର୍ଷୀୟ ମହିଳା । ତାଙ୍କର ସଂପର୍କୀୟ କୋଲକାତାରୁ ଫେରିଥିଲେ । ଦୁଇଟି ଲୋକାଲ୍ କେସ୍ ମଧ୍ୟରୁ ଜଣେ ପଳାଶୁଣିର କପିଳେଶ୍ୱର ବିହାରର । ସେ ଜଣେ ୨୫ ବର୍ଷୀୟ ଯୁବକ । ସେ ନିକଟରେ ଭଦ୍ରକରୁ ଫେରିଥିଲେ । ଅନ୍ୟ ଜଣେ ଏଠାକାର ଏକ ଘରୋଇ ହସ୍ପିଟାଲର ଜଣେ ୩୨ ବର୍ଷୀୟ କର୍ମଚାରୀ ବୋଲି ବିଏମ୍ସି ସୂଚନା ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons