ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ରାଜଧାନୀ ଭୁବନେଶ୍ୱରରୁ ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ୭ ଆକ୍ରାନ୍ତ ମଧ୍ୟରୁ ୪ ଜଣ ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ । ଆଉ ୩ ଜଣ ଲୋକାଲ କେସ୍ ବୋଲି ଜଣାପଡିଛି । ତେବେ ହୋମ୍ କ୍ୱାରେଣ୍ଟାଇନ୍ ଥିବା ସମସ୍ତ ୪ ଆକ୍ରାନ୍ତ କର୍ମଚାରୀ । ସେମାନେ ସମସ୍ତେ ଦିଲ୍ଲୀରୁ ଫେରିଥିଲେ । ସମସ୍ତ ଆକ୍ରାନ୍ତ ପୁରୁଷ । ସେମାନଙ୍କ ବୟସ ଯଥାକ୍ରମେ ୩୦, ୩୧, ୩୪ ଓ ୩୮ । ଲୋକାଲ କେସ୍ ମଧ୍ୟରୁ ୨ ଜଣଡୁମୁଡୁମା ହାଉସିଂ ବୋର୍ଡ କଲୋନୀର । ସେମାନଙ୍କ ମଧ୍ୟରୁ ଜଣେ ୪୫ ବର୍ଷୀୟା ମହିଳା ଏବଂ ଅନ୍ୟ ଜଣେ ୧୦ ବର୍ଷର ନାବାଳକ । ଅନ୍ୟ ଜଣେ ଆକ୍ରାନ୍ତ ୩୧ ବର୍ଷୀୟ ମହିଳା ଘରୋଇ ହସ୍ପିଟାଲ କର୍ମଚାରୀ । ସୂଚନାଯୋଗ୍ୟ, ରାଜ୍ୟର ୧୭ ଜିଲ୍ଲାରୁ ଆଉ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୦ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଓ ୨୫ ଲୋକାଲ କେସ୍ ବୋଲି ଜଣାଯାଇଛି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୧୬୫ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
Comments are closed, but trackbacks and pingbacks are open.