ଭୁବନେଶ୍ୱର : ଭାରତ ୱେଷ୍ଟଇଣ୍ଡିଜ୍ ବାରବାଟୀ ଦିନିକିଆ ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ଖେଳାଳି । ଉଭୟ ଟିମ୍ରେ ଖେଳାଳି ପହଞ୍ଚିବା ପରେ ବିମାନ ବନ୍ଦରରୁ ସେମାନଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହୋଟେଲ୍କୁ ନିଆଯାଇଛି । ମେ ଫେୟାର ହୋଟେଲ୍ରେ ନାଚଗୀତ ମାଧ୍ୟମରେ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେପଟେ ମ୍ୟାଚ୍ ପାଇଁ କଟକ-ଭୁବନେଶ୍ବର ଟ୍ବିନ୍ ସିଟିରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଖେଳାଳିଙ୍କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଉଛି
ଟ୍ବିନ୍ ସିଟିରେ ଏବେ କ୍ରିକେଟ୍ ଫିଭର । ଆସନ୍ତା ରବିବାର ଭାରତ ୱେଷ୍ଟଇଣ୍ଡିଜ୍ ବାରବାଟୀ ୱାନ୍ଡେ ପାଇଁ ଏବେ ଭୁବନେଶ୍ବର କଟକ ଟ୍ବିନ୍ ସିଟି ଉଠୁଛି ପଡୁଛି । ନିର୍ଦ୍ଧାରିତ ସମୟର ୨୦ ମିନିଟ୍ ପୂର୍ବରୁ ଅର୍ଥାତ ପାଖାପାଖି ଗୋଟାଏ ବେଳେ ସ୍ବତନ୍ତ୍ର ବିମାନରେ ଉଭୟ ଟିମ୍ରେ ଖେଳାଳି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ । ବିମାନ ବନ୍ଦରର କାର୍ଗୋ ଟର୍ମିନାଲ୍ ଦେଇ ଖେଳାଳିମାନେ ବାହାରିଥିଲେ ।
ସେଠାରେ ଖେଳାଳି ଓ ଟିମ୍ ଅଫିସିଆଲ୍ ଓସିଏ କର୍ମକର୍ତ୍ତାଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା । ଉଭୟ ଟିମ୍କୁ ନେବା ପାଇଁ ଅପେକ୍ଷା କରିଥିବା ସ୍ବତନ୍ତ୍ର ବସ୍ରେ ପ୍ରଥମେ ଟିମ୍ ଇଣ୍ଡିଆ ଖେଳାଳି ଓ ଅଫିସିଆଲ୍ ବସିଥିବା ବେଳେ ଏହା ପଛରେ ଦ୍ବିତୀୟ ବସ୍ରେ ବସିଥିଲେ ୱେଷ୍ଟଇଣ୍ଡିଜ୍ ଖେଳାଳି ଓ ଟିମ୍ ଅଫିସିଆଲ୍ । ଉଭୟ ଟିମ୍ ବସ୍କୁ କଡା ସୁରକ୍ଷା ମଧ୍ୟରେ ହୋଟେଲ୍କୁ ନିଆଯାଇଥିଲା । ସେହିଭଳି ୧ ନମ୍ବର ଗେଟ୍ ଦେଇ ଅମ୍ପେୟାରମାନେ ଆସିଥିଲେ । ସେମାନଙ୍କୁ ସ୍ବତନ୍ତ୍ର ଗାଡିରେ ହୋଟେଲ୍କୁ ନିଆଯାଇଥିଲା ।
ଆଜି ଖେଳାଳିମାନେ ହୋଟେଲ୍ରେ ବିଶ୍ରାମ ନେବେ ।ଆସନ୍ତାକାଲି ଉଭୟ ଦଳ ଅଭ୍ୟାସ ପାଇଁ ବାରବାଟୀ ଷ୍ଟାଡିଅମ୍ ଯିବେ । ସକାଳେ ୯ଟାରେ ପ୍ରଥମେ ୱେଷ୍ଟଇଣ୍ତିଜ୍ ଓ ଅପରାହ୍ଣ ୨ଟାରେ ଭାରତୀୟ ଖେଳାଳିମାନେ ଅଭ୍ୟାସ କରିବାର କାର୍ୟ୍ୟକ୍ରମ ରହିଛି। ଦୁଇ ଦଳର ଖେଳାଳିଙ୍କ ଗସ୍ତକୁ ଆଖି ଆଗରେ ରଖି ଟ୍ବିନ୍ ସିଟିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଉଭୟ ଦଳର ଖେଳାଳିମାନଙ୍କୁ ସୁରକ୍ଷା ବଳୟ ମଧ୍ୟରେ ଷ୍ଟାଡିୟମ ନିଆଯିବ ।ଏଥିପାଇଁ ରୁଟ୍ ଚାଟ୍ ସହ ସ୍ବତନ୍ତ୍ର କମାଣ୍ଡୋ ପ୍ରସ୍ତୁତ ଅଛନ୍ତି ।
କେବଳ ଭୁବନେଶ୍ବରରେ ୧୨ ପ୍ଲାଟୁନ୍ ଫୋର୍ସ, ୧୨ ଜଣ ଆଇଆଇସି, ୪ ଜଣ ଏସିପି ନିୟୋଜିତ ଅଛନ୍ତି । ନିଜେ ଡିସିପି ସୁରକ୍ଷା ବ୍ୟବସ୍ଥାର ପ୍ରତ୍ୟେକ୍ଷ ଭାବେ ଅନୁଧ୍ୟାନ କରୁଛନ୍ତି ।ସେହିଭଳି କଟକରେ ବି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତ୍ରିଶୁଳିଆ ରାସ୍ତାରେ ସୁରକ୍ଷା ଜନିତ ସମସ୍ୟା ଥିବାରୁ ଖେଳାଳିମାନଙ୍କୁ ଜାତୀୟ ରାଜପଥ ପଟେ ଅଭ୍ୟାସ ଓ ମ୍ୟାଚ୍ ପାଇଁ ନେବା ଆଣିବା କରାଯିବ । କୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ବିକଳ୍ପ ପନ୍ଥା ବି ଗ୍ରହଣ କରାଯାଇଛି ।
Comments are closed, but trackbacks and pingbacks are open.