ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ସ୍ଥାନୀୟ ସହିଦ ନଗରରେ ଡ୍ରିମ୍ ଜୋନ୍ ସ୍କୁଲ୍ ଅଫ୍ କ୍ରିଏଟିଭ୍ ଷ୍ଟଡିଜ୍ ଖୋଲିଛି । କ୍ୟାଡ୍ ସେଣ୍ଟର ଫର ଟ୍ରେନିଙ୍ଗ୍ ସର୍ଭିସେସ ପ୍ରା. ଲି.ର ଏହି ସୃଜନଶୀଳ ଦକ୍ଷତା ବିକାଶ କେନ୍ଦ୍ରକୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେ୍ଧବ ଶୁକ୍ରବାର ଉଦ୍ଘାଟନ କରିଛନ୍ତି । ବକ୍ତା ଭାବେ ଡ୍ରିମ୍ ଜୋନ୍ ପ୍ରବନ୍ଧକ (ବ୍ୟବସାୟ ବିକାଶ- ପୂର୍ବାଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳ) ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଭୁବନେଶ୍ୱର ଡ୍ରିମ୍ ଜୋନ୍ରେ ଫ୍ୟାସନ ଡିଜାଇନ, ଇଣ୍ଟେରିୟର ଡିଜାଇନ, ଗ୍ରାଫିକ୍ସ ଡିଜାଇନ ଓ ଆନିମେସନ, ୱେବ ଡିଜାଇନ, ଫଟୋଗ୍ରାଫି ଏବଂ ଜୁଏଲରି ଡିଜାଇନ ଆଦି ଉପରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ ।
ସୃଜନଶୀଳ ଓ ଡିଜାଇନ ଶିକ୍ଷା ପାଇଁ ବେଶ୍ ଜଣାଶୁଣା ଡ୍ରିମ୍ ଜୋନ୍ ହେଉଛି ଦେଶର ଏକ ଅଗ୍ରଣୀ ଶିକ୍ଷାନୁÂାନ । ୨୦୦୫ରେ ପ୍ରତିÂିତ ଏହି ଅନୁÂାନର ଭାରତରେ ୧୦୦ରୁ ଅଧିକ କେନ୍ଦ୍ର ରହିଛି । ୯୦ରୁ ଅଧିକ ପାଠ୍ୟକ୍ରମରେ ଏହା ଶିକ୍ଷା ପ୍ରଦାନ କରୁଛି । ଡ୍ରିମ୍ ଜୋନ୍ ଅତ୍ୟାଧୁନିକ ଶିକ୍ଷା ପଦ୍ଧତି ଓ କୌଶଳ ଆପଣାଇଛି । ୨୦୧୧ରେ ଏହା ସର୍ବୋ+ୃଷ୍ଟ ଫ୍ରାଞ୍ଚାଇଜିଙ୍ଗ୍ କନ୍ସେପ୍ଟ ଅଫ ଦ ଇୟର ପୁରସ୍କାର ପାଇଛି । ସବୁଠୁ ଲମ୍ବା ଅବଧିର ଫ୍ୟାସନ ସୋ ପାଇଁ ୨୦୧୩ରେ ଏହା ଲିମକା ବୁକରେ ସ୍ଥାନ ପାଇଥିଲା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତାକୁ ପ୍ରସ୍ଫୁଟିତ କରିବା ପାଇଁ ଏହା ନିୟମିତ ବ୍ୟବଧାନରେ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି । ଏହାଛଡ଼ା ପ୍ରଦର୍ଶନୀ, ଇଣ୍ଟେରିୟର ଡିଜାଇନ ପ୍ରଦର୍ଶନୀ, ଫ୍ୟାସନ ସୋ’ ଆଦି ଆୟୋଜନ କରୁଛି । ନିକଟରେ ଏହା ବାଂଲାଦେଶରେ ଏକ ଏକ୍ସକ୍ଲୁସିଭ୍ ସେଣ୍ଟର ସ୍ଥାପନ କରିଛି ।
Comments are closed, but trackbacks and pingbacks are open.