ଭୁବନେଶ୍ୱରରେ ଦେଶର ପ୍ରଥମ ଅନ୍ତର୍ଜାତୀୟ ଦକ୍ଷତା କେନ୍ଦ୍ର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ): ଜଟଣୀ ତରାବୋଇସ୍ଥିତ ଦକ୍ଷତା ବିକାଶ ସଂସ୍ଥାନ (ଏସ୍ଡିଆଇ) ପରିସରରେ ଶନିବାର ଉଦ୍ଘାଟିତ ହୋଇଛି ଭାରତର ପ୍ରଥମ ଅନ୍ତର୍ଜାତୀୟ ଦକ୍ଷତା କେନ୍ଦ୍ର । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍ଘାଟନ କରିଛନ୍ତି । କୁଶଳୀ ଶ୍ରମିକମାନଙ୍କ ପାଇଁ ବିଦେଶରେ ସୁଯୋଗ ବଢ଼ାଇବା ଲକ୍ଷ୍ୟରେ ଅନ୍ତର୍ଜାତୀୟ ମାନକ ଅନୁଯାୟୀ ଓଡ଼ିଶା ସମେତ ଭାରତୀୟ ଯୁବକମାନଙ୍କୁ ଏଠାରେ ତାଲିମ ଦିଆଯିବ ।
ଏଥିସହିତ କେନ୍ଦ୍ରମନ୍ତ୍ରୀ ୱାର୍ଲଡ ସ୍କିଲ୍ସ ଏକାଡେମୀ ଓ ନ୍ୟାସନାଲ ଏକାଡେମୀ ଫର୍ ସ୍କିଲ୍ ଟିଚର୍ସ ଆଣ୍ଡ ଆସେସର୍ସର ମଧ୍ୟ ଶୁଭାରମ୍ଭ କରିଛନ୍ତି ।
ଏସ୍ଡିଆଇ ଓ ନ୍ୟାସନାଲ ସ୍କିଲ ଡେଭଲପ୍ମେଣ୍ଟ କର୍ପୋରେସନ୍ ଇଣ୍ଟରନ୍ୟାସନାଲ (ଏନ୍ଏସ୍ଡିସି ଇଣ୍ଟରନ୍ୟାସନାଲ) ମିଳିତ ସହଯୋଗରେ ପ୍ରଥମ ଅନ୍ତର୍ଜାତୀୟ ଦକ୍ଷତା କେନ୍ଦ୍ର ପ୍ରତିÂା ହୋଇଛି । ଏହାକୁ ଉଦ୍ଘାଟନ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ବିଦେଶୀ ନିଯୁକ୍ତିଦାତା ଓ କୁଶଳୀ ଭାରତୀୟ ଯୁବପିଢ଼ିଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ସହ ସେତୁ ପରି ଏହା ସଂଯୋଗ ସ୍ଥାପନ କରିବ । ଏହି ଅନ୍ତର୍ଜାତୀୟ କେନ୍ଦ୍ର ଆବଶ୍ୟକ ସହାୟତା ଯୋଗାଇବା ସହ ରୋଜଗାର ବଢ଼ାଇବା ଓ ସାମାଜିକ ସୁରକ୍ଷା ପ୍ରଦାନ କରିପାରିବ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରୁ ଅନେକ ପିଲା ବାହାର ଦେଶ ବିଶେଷ ଭାବରେ ଉପସାଗରୀୟ ଦେଶକୁ କାମ କରିବାକୁ ଯାଉଛନ୍ତି । ମାତ୍ର ଉପଯୁକ୍ତ ପ୍ରଶିକ୍ଷଣ ଅଭାବରୁ ସେମାନେ ବାହାରେ ସାମାଜିକ ସୁରକ୍ଷା ପାଉନାହାନ୍ତି ଏବଂ ଅନେକ କଷ୍ଟର ସମ୍ମୁଖୀନ ହେଉଛନ୍ତି । ଭାରତବର୍ଷରେ ଏହି ବର୍ଗର ପିଲାଙ୍କ ବୟସ ୧୫ ବର୍ଷରୁ ୨୫ ବର୍ଷ । ଦେଶରେ ଏହି ବର୍ଗର ପିଲାଙ୍କ ସଂଖ୍ୟା ୨୫ କୋଟି ଓ ଓଡ଼ିଶାରେ ୭୫ ଲକ୍ଷ । ଏହି ଯୁବବର୍ଗଙ୍କୁ ସ୍କିଲ, ଜ୍ଞାନ ଏବଂ ରୋଜଗାର ସହ ଯୋଡ଼ିବାକୁ ପଡ଼ିବ । ଯାହା ଦ୍ୱାରା ଓଡ଼ିଶା ଏବଂ ଭାରତ ବିକାଶର ଅଗ୍ରଭାଗରେ ରହିବ ।
ଭାରତରୁ ଅନ୍ତର୍ଜାତୀୟ କ୍ଷେତ୍ରକୁ ଗତିଶୀଳତା ବଢ଼ିବା ଦ୍ୱାରା ଯୁବବର୍ଗଙ୍କ ଆଶା ଆକାଂକ୍ଷା ପୂରଣ ହୋଇପାରିବ । ଏପରି ଗତିଶୀଳତା ଓ ଡିଜିଟାଲ ରୂପାନ୍ତରଣ ଏକବିଂଶ ଶତାବ୍ଦୀର ଅଭିବୃଦ୍ଧିରେ ଇଞ୍ଜିନ ଭଳି ସହାୟକ ହୋଇପାରିବ । ଭାରତର ବିକାଶଧାରା ଜାରି ରହିଛି । ସଂସ୍କାର ଓ ନୀତିଗତ ପରିବର୍ତ୍ତନ ଦ୍ୱାରା ଏହା ସମ୍ଭବ ହୋଇପାରିଛି । ଏହି ପଦକ୍ଷେପ ଦକ୍ଷତା ବିକାଶ କ୍ଷେତ୍ରରେ ଅତୁଳନୀୟ ସାବ୍ୟସ୍ତ ହେବ । ଏହା ଜାତୀୟ ତଥା ବିଶ୍ୱ ଅର୍ଥନୀତି ପାଇଁ ଉପଯୋଗ ହୋଇପାରିବ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତୋ ବାଗ୍ଚୀ, ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଦକ୍ଷତା ବିକାଶ ଇନ୍ଷ୍ଟିଚୁ୍ୟଟ୍ର ଚେୟାରମ୍ୟାନ୍ ତଥା ଆଇଓସିଏଲ୍ ମାନବ ସମ୍ବଳ ବିଭାଗ ନିଦେ୍ର୍ଧଶକ ରଞ୍ଜନ ମହାପାତ୍ର, ସିଇଓ ସଞ୍ଜୟ ଶ୍ରୀବାସ୍ତବ, ଏନ୍ଏସ୍ଡିସିର ସିଇଓ ବେଦମଣି ତିୱାରୀ, ଜଟଣୀସ୍ଥିତ ଆଇଆଇଟିର ଚେୟାରମ୍ୟାନ୍ ଆର୍ପି ସିଂ ଅତିଥି ଭାବେ ଯୋଗଦେଇ ଦକ୍ଷତା ବିକାଶ ଉପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦେଉଥିବା ଗୁରୁତ୍ୱ ଉପରେ କହିଥିଲେ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ ଏନ୍ଏସ୍ଡିସି ସିଇଓ ବେଦମଣି ତିୱାରୀ ଓ ଏସ୍ଡିଆଇ ଭୁବନେଶ୍ୱରର ସିଇଓ ସଞ୍ଜୟ ଶ୍ରୀବାସ୍ତବ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତୋ ବାଗ୍ଚୀ ଓ ଏସ୍ଡିଆଇ ଭୁବନେଶ୍ୱରର ଚେୟାରମ୍ୟାନ୍ ରଞ୍ଜନ କୁମାର ମହାପାତ୍ରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା ।
ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଫଳରେ ଉଦ୍ଘାଟିତ ଅନ୍ତର୍ଜାତୀୟ କେନ୍ଦ୍ରରୁ ଯୁବକମାନେ ଉଚ୍ଚମାନର ତାଲିମ ପାଇପାରିବେ । ଅନ୍ତର୍ଜାତୀୟ ଚାହିଦା ଅନୁଯାୟୀ ଦକ୍ଷତା ପ୍ରଦାନ କରିବାକୁ ଏହି କେନ୍ଦ୍ରରେ ତାଲିମ ସୁବିଧା ଯୋଗାଇ ଦିଆଯିବ । ମୋବିଲାଇଜେସନ୍, କାଉନ୍ସେଲିଂ, ଦକ୍ଷତା ତାଲିମ, ବିଦେଶୀ ଭାଷା ତାଲିମ, ପ୍ଲେସ୍ମେଣ୍ଟ, ଇମିଗ୍ରେସନ ଆଦି ସହାୟତା ଉପଲବ୍ଧ ହୋଇପାରିବ । ଏହା ବ୍ୟତୀତ ଓଡ଼ିଶାରୁ ଅନ୍ୟ ଦେଶକୁ କୁଶଳୀ ତଥା ପ୍ରମାଣପ୍ରାପ୍ତ ଶ୍ରମିକଙ୍କ ଗମନ ପାଇଁ ଅନ୍ତର୍ଜାତୀୟ କର୍ମଜୀବୀ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସ୍କିଲ ଡେଭଲପ୍ମେଣ୍ଟ ଅଥରିଟି ଓ ଏନ୍ଏସ୍ଡିସିଆଇ ମଧ୍ୟରେ ଆଉ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୟୁଏଇର ଅନେକ ଅଗ୍ରଣୀ କମ୍ପାନୀର ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ । ସେମାନଙ୍କ ମଧ୍ୟରୁ ଏକ ବହୁମୁଖୀ ବ୍ୟବସାୟିକ କମ୍ପାନୀ ଇଏଏସ୍ଏ ସାଲେହ ଅଲ୍ ଗର୍ଗ ସହିତ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons