ଭୁବନେଶ୍ୱରରେ ନୂଆ ଅଡି ଏ ୬

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜର୍ମାନ୍ ସୌଖୀନ କାର୍ ନିର୍ମାତା ଅଡି ପକ୍ଷରୁ ଭାରତରେ ନୂଆ ଅଡି ଏ୬ର ବଜାର ପ୍ରବେଶ କରାଯାଇଛି । ଆଜି ଅଡି ଭୁବନେଶ୍ୱର ସୋ’ରୁମ୍ରେ ଏହି ମଡେଲ୍ର ଓଡ଼ିଶା ପ୍ରବେଶ ଘୋଷଣା ହୋଇଛି । ଆକର୍ଷଣୀୟ ମୂଲ୍ୟରେ ଆସିଥିବା ଏହି ନୂଆ ଅଡି ଏ୬ରେ ଶକ୍ତିଶାଳୀ ତଥା ପେପି ୨.୦ ଲିଟର ଟିଏଫ୍ଏସ୍ଆଇ ଇଞ୍ଜିନ ଖଞ୍ଜାଯାଇଛି । ଭାରତର ସମସ୍ତ ଅଡି ଡିଲରସିପ୍ରେ ଉପଲବ୍ଧ ଏହି ଗାଡ଼ିର ଦାମ ୫୪,୨୦,୦୦୦ ଟଙ୍କାରୁ ଆରମ୍ଭ ।
ବଜାର ପ୍ରବେଶ ଅବସରରେ ଅଡି ଭୁବନେଶ୍ୱରର ମହାପ୍ରବନ୍ଧକ ଭରାନି କୁମାର କହିଛନ୍ତି, ଭୁବନେଶ୍ୱରରେ ଆମେ ନୂଆ ଅଡି ଏ୬ର ବଜାର ପ୍ରବେଶ ବାବଦରେ ଘୋଷଣା କରି ଅତ୍ୟନ୍ତ ଆନନ୍ଦିତ । ପ୍ରତ୍ୟେକ ବଜାର ପ୍ରବେଶରେ ଅଡି ସହିତ ଆମ ସମ୍ପର୍କ ବଳିÂ ହେବାରେ ଲାଗିଛି । ଭବିଷ୍ୟତରେ ଆହୁରି ଅନେକ ନୂଆ ଉପôାଦ ଆସିବାକୁ ଯାଉଛି । ନୂଆ ଅଡି ଏ୬ ଦ୍ୱାରା ଆମେ ଓଡ଼ିଶା ବଜାରର କ୍ରମବଦ୍ଧିଷ୍ଣୁ ସୌଖୀନ କାର୍ ଚାହିଦା ପୂରଣ କରିବାକୁ ସମର୍ଥ ହେବୁ । ବଜାରରେ ସଫଳତା ହାସଲ କରିଥିବା ଏହି ‘ଫୁଲ୍-ସାଇଜ୍ ସେଡାନ୍’ର ଅଷ୍ଟମ ପିଢ଼ି ଭେଟିଦେଇଛୁ । ଉକ୍ତ ସେଗ୍ମେଣ୍ଟରେ ଆମେ ଅନେକ ନୂତନତ୍ୱ ଯୋଡ଼ିଛୁ, ଯାହା ଗ୍ରାହକଙ୍କୁ ବେଶ୍ ପସନ୍ଦ ଆସିବ । ଏହା ଏକ ବିଏସ୍-୬ ଅନୁପାଳନକାରୀ ମଡେଲ୍ ବୋଲି କୁମାର କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons