ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଆସି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଥିଲେ ।
ଏହାପରେ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ବିଶ୍ୱ କବି ମହାକୁମ୍ଭରେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି। କବି ସମ୍ମିଳନୀ କାର୍ୟ୍ୟକ୍ରମ ସରିବା ପରେ ଉପରାଷ୍ଟ୍ରପତି ରାଜଭବନ ଯାଇ ବିଶ୍ରାମ ନେବେ। ଏହାପରେ ଅପରାହ୍ନ ୩ଟା ୧୦ରେ ରାଜଭବନରୁ କଟକ ଅଭିମୁଖେ ଯିବେ। ସେଠାରେ ଦୈନିକ ଖବରକାଗଜ ସମାଜର ଶତବାର୍ଷିକୀ ସମାରୋହରେ ଯୋଗଦେବା କାର୍ୟ୍ୟକ୍ରମ ରହିଛି। ପରେ ସନ୍ଧ୍ୟା ୫ଟା ୫୦ରେ ଭୁବନେଶ୍ୱର ହୋଇ ଦିଲ୍ଲୀ ଫେରିଯିବେ ଉପରାଷ୍ଟ୍ରପତି।
Comments are closed, but trackbacks and pingbacks are open.