ଭୁବନେଶ୍ୱର,(ବି.ବି.ବୁ୍ୟରୋ): କଳିଙ୍ଗ ବୀରପୁତ୍ରଙ୍କୁ ଭାରତୀୟ ସେନା ଲୋଡୁଛି । ଯୁବପିଢ଼ି ଆଗ୍ରହ ଦେଖାନ୍ତୁ । ନାରୀ ଶକ୍ତି ବି ଆଗେଇ ଆସନ୍ତୁ । ବ୍ୟାପକ ସଂଖ୍ୟାରେ ଭାରତୀୟ ସ୍ଥଳ ସେନା, ନୌସେନା ଓ ବାୟୁସେନାରେ ଯୋଗ ଦିଅନ୍ତୁ । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ଓଡିÿଆ ଯୁବଗୋÂୀଙ୍କୁ ଏହି ଆହ୍ୱାନ ଦେଇଛନ୍ତି ।
ଭାରତୀୟ ସେନାର ଉପ-ମୁଖ୍ୟ ଅଧିକାରୀକୁ ପଦୋନ୍ନତି ପାଇଥିବା ଓଡ଼ିଆ ପୁଅ ଚଣ୍ଡୀ ପ୍ରସାଦ ଆଜି ଭୁବନେଶ୍ୱର ଆସିଛନ୍ତି । ଆର୍ମି ହେଲିକପ୍ଟରରେ ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେ ଗଣମାଧ୍ୟମକୁ କହିଛନ୍ତି, ‘କଳିଙ୍ଗ ରେଜିମେଣ୍ଟ‘ ପାଇଁ ଦୀର୍ଘ ଦିନ ହେଲା ଦାବି ରହିଛି । ବର୍ତ୍ତମାନ ପରିସ୍ଥିତିରେ ବିଧିବଦ୍ଧ ଭାବେ କିଛି କହିହେବନି । ଆଗକୁ ଓଡିÿଶା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବ ।
ଆଜି ଅପରାହ୍ଣରେ ଚଣ୍ଡୀପ୍ରସାଦ ୧୨୦(ଟିଏ) ବାଟାଲିୟନକୁ ଯାଇ ସେନା ଭେଟେରାନଙ୍କୁ ଭେଟିଥିଲେ । ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ସମସ୍ୟା ଓ ଅନ୍ୟ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ । ଲେଫ୍ଟନାଣ୍ଟ ଜେନେରାଲ୍ ଜେ କେ ମହାନ୍ତି, ଲେଫ୍ଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତି, ବ୍ରିଗେଡିଅର ବି ରାଉତରାୟ, ବ୍ରିଗେଡିଅର ପ୍ରଶାନ୍ତ ଚୌହାନ, ବ୍ରିଗେଡିଅର ଏଲ୍ସି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସେ ଆସନ୍ତାକାଲି ସୈନିକ ସ୍କୁଲରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ ।
ପ୍ରଥମ ଓଡ଼ିଆ ଭାବେ ଚଣ୍ଡୀପ୍ରସାଦ ଭାରତୀୟ ସେନାର ୪୨ତମ ଦ୍ୱିତୀୟ ସର୍ବୋଚ୍ଚ ପଦବୀ ତଥା ଭାଇସ ଚିଫ୍ ର୍ୟାଙ୍କକୁ ପଦୋନ୍ନତି ପାଇଛନ୍ତି । ସେ ବର୍ତ୍ତମାନ ଭାରତୀୟ ସେନାର ‘ସଦର୍ଣ୍ଣ କମାଣ୍ଡ’ର କମାଣ୍ଡିଂ ଇନ୍ ଚିଫ୍ ଅଛନ୍ତି । ଜାନୁଆରୀ ୩୧ ତାରିଖରେ ସେନା ଉପମୁଖ୍ୟ ଏସ୍.କେ ସାଇନିଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ ।
Comments are closed, but trackbacks and pingbacks are open.