ଭୁବନେଶ୍ୱରରେ ହେବ ଅତ୍ୟାଧୁନିକ ଫରେନ୍ସିକ୍ ଲାବ୍

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ସାଇବର ଅପରାଧ ମାମଲାର ତଦନ୍ତ କରିବା ସମୟରେ ଅପରାଧୀଙ୍କ କମ୍ପୁଟର, ଟାବ୍ଲେଟ୍, ମୋବାଇଲ୍ରୁ ଉଡାଇ ଦିଆଯାଇଥିବା ଡାଟା ସଂଗ୍ରହ କରିବା, ବିଭିନ୍ନ ବୈଷୟିକ ତଥ୍ୟ ଉନ୍ମୋଚନ କରିବା ଲାଗି ହାଇଦ୍ରାବାଦ, କୋଲକାତା, ଗାନ୍ଧୀନଗର ଫରେନ୍ସିକ୍ ଲାବ୍କୁ କ୍ରାଇମବ୍ରାଞ୍ଚ ଏବଂ ଓଡ଼ିଶା ପୁଲିସ୍କୁ ଆଉ ଦୌଡ଼ିବାକୁ ପଡିବ ନାହିଁ । ଅପରାଧୀମାନଙ୍କ ଦ୍ୱାରା ନଷ୍ଟ କରିଦିଆଯାଉଥିବା ବା ଉଡ଼ାଇ ଦିଆଯାଇଥିବା ଡାଟା ରିକଭରି, ଅଡିଓ, ଭିଡିଓ, ସିସିଟିଭି ଏବଂ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ବିଭିନ୍ନ ଅପରାଧ ସଂକ୍ରାନ୍ତୀୟ ତଥ୍ୟ ଓ ପ୍ରମାଣ ଯୋଗାଡ଼ ଲାଗି ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ଫରେନସିକ୍ ଲାବ୍ ପ୍ରତିÂା ହେବ ।
ଭୁବନେଶ୍ୱରରେ ନବନିର୍ମିତ ସାଇବର ଥାନା କୋଠାର ଉପର ମହଲାରେ ସାଇବର ଫରେନ୍ସିକ୍ ଟ୍ରେନିଂ ଲାବ୍ ପ୍ରତିÂିତ ହେବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ଆଜି ସୂଚନା ଦେଇଛନ୍ତି । କଟକ ବକ୍ସିବଜାରସ୍ଥିତ ପୁଲିସ୍ ମୁଖ୍ୟାଳୟରେ ଥିବା କ୍ରାଇମବ୍ରାଞ୍ଚ ସମ୍ମିଳନୀ କକ୍ଷରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏଡିଜି ଶ୍ରୀ ଉପାଧ୍ୟାୟ କହିଛନ୍ତି ଯେ, ସାଇବର ଅପରାଧ ହ୍ରାସକୁ ପାଇଁ ସଚେତନତା କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ପ୍ରତିଷେଧକ ମୂଳକ ପଦକ୍ଷେପ ପାଇଁ ମଧ୍ୟ କ୍ରାଇମ୍ବ୍ରାଞ୍ଚ୍ ପକ୍ଷରୁ ଯୋଜନା କରାଯାଉଛି । ରାଜ୍ୟ ତଥା ରାଜ୍ୟ ବାହାରୁ ସାଇବର ପରାମର୍ଶଦାତାଙ୍କ ଦ୍ୱାରା ବିଭିନ୍ନ ସହଯୋଗ ନିଆଯିବା ସହ ରାଜ୍ୟ ପୁଲିସ୍ ଅଧିକାରୀମାନଙ୍କୁ ସାଇବର ଅପରାଧର ବୈଷୟିକ ତଦନ୍ତ ପାଇଁ ଅତ୍ୟାଧୁନିକ ସାଇବର ଫରେନ୍ସିକ୍ ଲ୍ୟାବ୍ରେ ସ୍ୱତନ୍ତ୍ର ଟ୍ରେନିଂ ଦିଆଯିବ । ପ୍ରସ୍ତାବିତ ସାଇବର ଟ୍ରେନିଂ ଲାବ୍ରେ ଅତ୍ୟାଧୁନିକ ସାଇବର ଫରେନ୍ସିକ୍ ସରଞ୍ଜାମ ଉପଲବଧ୍ କରାଯାଉଛି । ଏଡିଜିଙ୍କ ସୂଚନାମୁତାବକ, ରାଜ୍ୟରେ ଦିନକୁ ଦିନ ସାଇବର ସଂକ୍ରାନ୍ତୀୟ ଅପରାଧ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ଅପରାଧ କିପରି ହ୍ରାସ କରାଯାଇପାରିବ ସେ ଦିଗରେ ରାଜ୍ୟ ପୁଲିସ୍ ବାହିନୀ ଗୁରୁତ୍ୱ ଦେଉଛି । ନୋଡାଲ୍ ଅଫିସର ଭାବେ କ୍ରାଇମବ୍ରାଞ୍ଚ ରାଜ୍ୟରେ ବିଭିନ୍ନ ସାଇବର ଅପରାଧ ମାମଲାର ଅନୁଧ୍ୟାନ କରୁଛି । ସାଇବର ଅପରାଧ ସଂକ୍ରାନ୍ତୀୟ ମାମଲାର ତଦନ୍ତ ପ୍ରକ୍ରିୟାକୁ କିପରି ଆହୁରି ଶାଣିତ କରାଯିବ ସେନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଇତିମଧ୍ୟରେ ଭୁବନେଶ୍ୱରରେ ୨୫୦ ଇନ୍ସପେକ୍ଟରଙ୍କୁ ତାଲିମ୍ ଦିଆଯାଇ ସାରିଲାଣି । ଆଗକୁ ରେଞ୍ଜ ସ୍ତରରେ ଆହୁରି ଅଧିକ ଅଫିସରମାନଙ୍କୁ ଟ୍ରେନିଂ ଦିଆଯିବାର ବନେ୍ଦାବସ୍ତ କରାଯାଇଛି । ଅନ୍ୟପକ୍ଷରେ ତଦନ୍ତକାରୀ ଅଧିକାରୀଙ୍କୁ ସାଇବର ଅପରାଧ ସଂକ୍ରାନ୍ତୀୟ ମାମଲାରେ ସହାୟତା ଦେବା ଲାଗି ରାଜ୍ୟ ପୁଲିସ୍ ବାହିନୀରେ କାର୍ଯ୍ୟରତ ଥିବା ହଜାରେ କନ୍ଷ୍ଟେବଲ୍ଙ୍କୁ ମଧ୍ୟ ସାଇବର ସଂକ୍ରାନ୍ତୀୟ ତାଲିମ୍ ପ୍ରଦାନ କରାଯିବ ଲାଗି ବ୍ୟବସ୍ଥା ରହିଛି ବୋଲି ଏଡିଜି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଅଗଷ୍ଟ ୩୦ ତାରିଖରୁ କାର୍ଯ୍ୟକ୍ଷମ ନ୍ୟାସନାଲ୍ ସାଇବର କ୍ରାଇମ ରିପୋର୍ଟିଙ୍ଗ୍ ପୋର୍ଟାଲ୍ରେ ଅନ୍ଲାଇନ୍ ଜରିଆରେ ଆମ ରାଜ୍ୟରେ ୨୧୬ ଜଣ ଅଭିଯୋଗ ଦାଏର କରିଛନ୍ତି । ଉକ୍ତ ୨୧୬ଟି ଅଭିଯୋଗପତ୍ରର ମଧ୍ୟ କ୍ରାଇମବ୍ରାଞ୍ଚ୍ ଅନୁଧ୍ୟାନ କରିବା ସହ ତଦନ୍ତ ମଧ୍ୟ ଚଳାଇଛି । ସେହିପରି ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ତଥା ସାଇବର ଅପରାଧ ସଂକ୍ରାନ୍ତୀୟ ମାମଲାରେ ତ୍ୱରିତ୍ୱ ପଦକ୍ଷେପ ନେବା ଲାଗି କ୍ରାଇମବ୍ରାଞ୍ଚରେ ଖୋଲାଯାଇଥିବା ପିଟିସନ୍ ସେଲ୍ ଏବେ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଚଳିତ ବର୍ଷ ୨ ହଜାର ୮ଶହରୁ ଅଧିକ ଲୋକ ସାଇବର ଅପରାଧ ସଂକ୍ରାନ୍ତରେ ଏହି ସେଲ୍ରେ ଅଭିଯୋଗ କରିଥିବର ଜଣାଯାଇଛି । ଉକ୍ତ ଅଭିଯୋଗପତ୍ରଗୁଡ଼ିକୁ ଯାଞ୍ଚ କରିବା ସହ ଅଭିଯୋଗକାରୀ ତଥା କ୍ଷତିଗ୍ରସ୍ତ ଲୋକେ ସେମାନଙ୍କ ଟଙ୍କା ଫେରସ୍ତ ପାଇବା ସହ ଅଶ୍ଳୀଳ ଭିଡ଼ିଓ ଏବଂ ଫଟୋ ଭାଇରାଲ୍ ହେବା ଆଦି ଘଟଣାରେ ଯୁବତୀ ଓ ମହିଳାମାନେ ମଧ୍ୟ ତ+ାଳ ଆଶ୍ୱସ୍ତି ପାଉଥିବା ଏଡିଜି ଶ୍ରୀ ଉପାଧ୍ୟାୟ ସୂଚନା ଦେଇଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ଅମିତେନ୍ଦ୍ର ସିହ୍ନା ଓ ଏସ୍ପି ସୁଧାଶୁଂ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons