ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ରାଜ୍ୟରେ ଆଉ ୧୩୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଭୁବନେଶ୍ୱରର ଜଣେ ଯୁବକ ଅଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ୨୫ ବର୍ଷୀୟ ଯୁବକ ଜଣଙ୍କ ଡମଣା ଅଞ୍ଚଳର ହୋଇଥିବା ବେଳେ ସେ ମୁମ୍ବାଇରୁ ଫେରିଥିଲେ । ଏହାସହିତ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୫୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩୩ ଜଣ ଚିକିତ୍ସାଧୀନ ଅଛନ୍ତି । ତିନି ଜଣଙ୍କର ମୃତୁ୍ୟ ଘଟିଛି । ଏହା ପୂର୍ବରୁ ଗତକାଲି ଭୁବନେଶ୍ୱରରେ ଗୋଟିଏ ପରିବାରରୁ ଦୁଇ କରେନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେମାନେ ପଟିଆ ଅଞ୍ଚଳରେ ହୋଇଥିବା ବେଳେ ଦିଲ୍ଲୀରୁ ଫେରି ହୋମ କ୍ୱାରେଣ୍ଟାଇନରେ ରହିଥିଲେ ।ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଆଠ ବର୍ଷ ଝିଅ । ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪ ରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୨୫୭ ରହିଛି । ସେମାନଙ୍କ ମଧ୍ୟରୁ ୧୩୩ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୧୧୯ ଜଣ ଚିକିତ୍ସାଧୀନ ଅଛନ୍ତି । ଚାରିଜଣଙ୍କ ମୃତୁ୍ୟ ଘଟିଛି । ଅନ୍ୟ ଜଣେ କରୋନା ରୋଗୀଙ୍କ ମୃତୁ୍ୟ ଘଟିଥିଲେ ମଧ୍ୟ ତାହା କରୋନା ଯୋଗୁ ନୁହେଁ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ କହିଛି ।
Comments are closed, but trackbacks and pingbacks are open.