ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ଆଉ ୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୮ ଜଣ ଚିହ୍ନଟ ହୋଇଛନ୍ତି । ଆଉ ଏହି ୧୮ ଜଣଙ୍କ ମଧ୍ୟରୁ ୨ ଜଣ ଭୁବନେଶ୍ୱରର ପଟିଆ ଅଞ୍ଚଳର । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଦୁଇ ଆକ୍ରାନ୍ତଙ୍କ ଗୋଟିଏ ପରିବାରର । ସେମାନଙ୍କ ମଧ୍ୟରୁ ଜଣେ ୪୦ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୮ ବର୍ଷର ଝିଅ । ଦୁହେଁ ଦିଲ୍ଲୀରୁ ଫେରିଥିଲେ ଓ ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ । ଏହା ସହିତ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୮ ରେ ପହଞ୍ଚିଛି । ସେମାନଙ୍କ ମଧଞରୁ ୫୧ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩୪ ଜଣ ଚିକିତ୍ସାଧୀନ ଅଛନ୍ତି । ସେହିପରି ୩ ଜଣଙ୍କ ମୃତୁ୍ୟ ଘଟିଛି । ସୂଚନାଯୋଗ୍ୟ , ଖୋର୍ଦ୍ଧା ଜିଲ୍ଲାରେ ଏଯାବତ୍ ୨୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେହେଳ ୯୪ ଜଣ ସୁସ୍ଥ ହୋଇସାରିଛନ୍ତି । ୧୪୫ ଜଣ ଚିକିତ୍ସାଧୀନ ଥିବା ବେଳେ ୪ ଜଣଙ୍କ ମୃତୁ୍ୟ ଘଟିଛି । ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର ବି ମୃତୁ୍ୟ ଘଟିଛି । ତେବେ କରୋନା ଯୋଗୁ ତାଙ୍କର ମୃତୁ୍ୟ ହୋଇ ନଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକହିଛି ।
Comments are closed, but trackbacks and pingbacks are open.