ଭୁବନେଶ୍ୱର ଏମ୍‌ସରେ ଆରମ୍ଭ ହେଲା କରୋନା ସ୍ବାବ୍ ନମୁନା ପରୀକ୍ଷା

Get real time updates directly on you device, subscribe now.

ଭୁବନେଶ୍ୱର : ଏମ୍‌ସ ଭୁବନେଶ୍ୱରରେ ଗତାକାଲିଠାରୁ କରୋନା ପରୀକ୍ଷଣ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୩ଟି ସାମ୍ପଲ୍‌ ବା ନମୁନା ପରୀକ୍ଷା ହୋଇଛି ଓ ସମସ୍ତ ରିପୋର୍ଟ ନେଗେଟିଭ୍‌ ଆସିଛି । ଇଣ୍ଡିଆନ କାଉନ୍‌ସିଲ୍‌ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ଅନୁମତି ଦେବା ପରେ ଏଠାରେ ପରୀକ୍ଷା ଆରମ୍ଭ ହୋଇଛି । ଅନ୍ୟ ସରକାରୀ ଓ ଘରୋଇ ହସ୍ପିଟାଲ ମଧ୍ୟ ଏମ୍‌ସ ଭୁବନେଶ୍ୱରରେ କରୋନା ପରୀକ୍ଷା ପାଇଁ ସାମ୍ପଲ୍‌ ପଠାଇ ପାରିବେ ।
ଦିନ ସାଢ଼େ ୧୦ଟାରୁ ୧୨ଟା ଭିତରେ ସାମ୍ପଲ୍‌ ପଠାଇଲେ ହିଁ ଏହାକୁ ଗ୍ରହଣ କରାଯିବ ବୋଲି ଏମସ୍‌ କର୍ତ୍ତୃପକ୍ଷ କହିଛନ୍ତି। କରୋନା ଭୟକୁ ଦୃଷ୍ଟିରେ ରଖି ଏମ୍‌ସ ଓପିଡିକୁ ଅନ୍ୟ ରୋଗୀ ନ ଆସିବାକୁ ପରାମର୍ଶ ଦିଆଯାଇଛି । କେବଳ ଜରୁରିକାଳୀନ ଚିକିତ୍ସା ୱାର୍ଡରେ ନୂଆ ରୋଗୀଙ୍କୁ ଆଡମିଶନ ଜାରି ରହିଛି ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons