ଭୁବନେଶ୍ୱର ରେଳ ଷ୍ଟେସନରୁ କରୋନା ଆକ୍ରାନ୍ତ ଚିହ୍ନଟ

Get real time updates directly on you device, subscribe now.

ଭୁବନେଶ୍ୱର : ଚିନ୍ତା ବଢାଇଲାଣି କରୋନାର ୨ୟ ଲହରୀ । ଦେଶରେ ପ୍ରତିଦିନ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ରାଜ୍ୟରେ ମଧ୍ୟ ଏବେ କରୋନା ଗ୍ରାଫ ଉପରମୁହାଁ ରହିଛି । ଏହିପରିପେକ୍ଷୀରେ ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ ୨ଜଣ ଯାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।
ଖବର ଅନୁଯାୟୀ, ରବିବାର ଦିନ ଭୁବନେଶ୍ୱର ରେଳ ଷ୍ଟେସନରୁ ପ୍ରଥମ ଥର ପାଇଁ ୨ଜଣ ଯାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାପରେ ତୁରନ୍ତ ଆକ୍ରାନ୍ତଙ୍କୁ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଉଭୟଙ୍କ ସଂସ୍ପର୍ଶରେ କିଏ କିଏ ଆସିଛି । ସେନେଇ କଣ୍ଟାକ୍ଟ ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରିକୁ ନେଇ ତନାଘନା ଚାଲିଛି । ତେବେ ରେଳ ଷ୍ଟେସନରେ ସଂକ୍ରମିତ ଚିହ୍ନଟ ପରେ ଟେଷ୍ଟିଂକୁ କାର୍ୟ୍ୟକୁ ତ୍ୱରାନ୍ୱିତ କରାଯାଇଛି।
ସେପଟେ ରାଜଧାନୀ ଭୁବନେଶ୍ୱରରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ବା ଏସବିଆଇର ମୁଖ୍ୟ କାର୍ୟ୍ୟାଳୟକୁ ସିଲ୍ କରାଯାଇଛି । କାର୍ୟ୍ୟାଳୟରୁ ୮ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ପରେ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons