ଭୁଶୁଡ଼ି ପଡ଼ିଲା ଇଟାଭାଟି: ଆଖି ବୁଜିଲେ ୨ ଭଉଣୀ

Get real time updates directly on you device, subscribe now.

ଭବାନୀପାଟଣା,(ବି.ବି.ନୁ୍ୟଜ୍): ପରିବାର ମୁହଁରେ ମୁଠାଏ ଦାନା ଦେବାକୁ କଳାହାଣ୍ଡି ଜିଲ୍ଲାର ୨ ଭଉଣୀ ଦାଦନ ଖଟିବାକୁ ସୁଦୂର ତାମିଲନାଡୁ ଯାଇଥିଲେ । ହେଲେ ଦଇବ ସହିଲାନି । ସେଠାରେ ଇଟାଭାଟିରେ କାମ କରୁଥିବା ବେଳେ ସେମାନଙ୍କ ଶୋଚନୀୟ ମୃତୁ୍ୟ ହୋଇଛି । ଭାଟି ଭୁଶୁଡ଼ି ପଡ଼ିବାରୁ ଏକାଥରେ ଆଖି ବୁଜିଛନ୍ତି ୨ ଭଉଣୀ । ମୃତା ଯୁବତୀ ଦ୍ୱୟ ହେଲେ ଗୋଲାମୁଣ୍ଡା ବ୍ଲକ ଅଞ୍ଚଳର ସଜନ ଚଣ୍ଡିଙ୍କ ଦୁଇ ଝିଅ ପ୍ରମିଳା ଓ ମଦନା । ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଇଟାଭାଟିରେ କାମ କରିବାକୁ ସେମାନେ ତାମିଲନାଡୁର ଥିରୁଭଲୁର ଜିଲ୍ଲାକୁ ଯାଇଥିଲେ । ହେଲେ ସେଠାରେ କାମ କରୁଥିବା ବେଳେ ହଠାତ୍ ଭାଟିଟି ଭୁଶୁଡ଼ି ପଡିଥିଲା । ଫଳରେ ତା’ ଭିତରେ ଚାପି ହୋଇ ଦୁଇ ଭଉଣୀଙ୍କ ମୃତୁ୍ୟ ହୋଇଥିଲା । ସ୍ଥାନୀୟ ଶ୍ରମିକଙ୍କ ସହାୟତାରେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons