ଭୁଶୁଡ଼ୁଛି କାନ୍ଥ, ବିପଦରେ ସୂର୍ଯ୍ୟମହଲ

Get real time updates directly on you device, subscribe now.

ଜୟପୁର: ବର୍ଷା ଯୋଗୁ ଭୁଶୁଡ଼ିବାରେ ଲାଗିଛି କାନ୍ଥ । ବିପଦରେ ଏବେ ସୂର୍ଯ୍ୟମହଲ । ଏହାକୁ ନେଇ ସେଠାକାର ଲୋକଙ୍କ ମଧ୍ୟରେ ଭୟସଂଚାର ହୋଇଛି । ସୂର୍ଯ୍ୟମହଲ ରାସ୍ତାଦେଇ ସାହିବାସିନ୍ଦା ଯିବା ଆସିବା କରୁଥିବାରୁ ଆତଙ୍କିତ ହୋଇପଡିଛନ୍ତି । ଏହା ରାଜ ପରିବାରର ସମ୍ପତ୍ତି ହୋଇଥିବାରୁ ସେମାନେ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି ।
ସ୍ଥାନୀୟ ବାସିନ୍ଦା କହିଛନ୍ତି, ପୂର୍ବରୁ ଏଠାରେ ଷ୍ଟେଟବ୍ୟାଙ୍କ ଚାଲୁଥିଲା । ଏହାର ଗୋଟିଏ ପଟ ୧୦ ବର୍ଷ ତଳେ ଭୁଶୁଡି ପଡିଥିଲା । ରାତି ସମୟରେ ଭୁଶୁଡିଥିବାରୁ ଧନଜୀବନ ନଷ୍ଟ ହୋଇନଥିଲା । ପରବର୍ତ୍ତି ସମୟରେ ଏଠାରୁ ଷ୍ଟେଟବ୍ୟାଙ୍କକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ସେହିଦିନଠାରୁ ରାଜପରିବାର ପକ୍ଷରୁ ଏହାର ରକ୍ଷଣାବେକ୍ଷଣ ପ୍ରତି ଆଉ ଦୃଷ୍ଟି ଦିଆଯାଉନି । ସୂର୍ଯ୍ୟମହଲ ବିପଦପୂର୍ଣ୍ଣ ଅବସ୍ଥାରେ ଥିଲେ ମଧ୍ୟ ଏଠାରେ ଅସମାଜିକଙ୍କ ଆଡ୍ଡା ଜମୁଛି । ଜୁଆ ଖେଳ ଚାଲୁଛି । ବର୍ଷା ଆରମ୍ଭ ହୋଇଯିବା ପରେ ବଳକା କାନ୍ଥ ଭୁଶୁଡିବାରେ ଲାଗିଛି । ଧନଜୀବନ ନଷ୍ଟ ହେବା ପୂର୍ବରୁ ଏହାର ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ରାଜପରିବାରକୁ ପ୍ରଶାସନ ନିଦେ୍ର୍ଧଶ ଦେବା ଦରକାର ବୋଲି କହିଛନ୍ତି ସ୍ଥାନୀୟବାସିନ୍ଦା ।

ରିପୋର୍ଟ : ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons