ପୁରୀ: ଭୁଶୁଡିଲା ଇନ୍ଦ୍ରଦ୍ୟୁମ୍ନ ସୁରକ୍ଷା ପାଚେରୀ । ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପ୍ରବେଶ ପଥର ଅପରପାର୍ଶ୍ବ ସୁରକ୍ଷା ପ୍ରାଚୀର ଭଶୁଡି ପଡିଛି । ସୁରକ୍ଷା ପ୍ରାଚିର ଭୁଶୁଡି ପଡିବା ଫଳରେ ଏଥି ସହ ସଲଗ୍ନ ରାସ୍ତାରେ ଫାଟ ସୃଷ୍ଟି ହୋଇଛି । ପ୍ରାୟ ୨୦ ଫୁଟ ଲମ୍ବ ୪ ଫୁଟ ଓସାର ସୁରକ୍ଷା ପ୍ରାଚୀର ଭୁଶୁଡି ପଡିବା ଯୋଗୁ ରାସ୍ତାରେ ବିରାଟ ଗର୍ତ ସୃଷ୍ଟି ହୋଇଛି ।
ଐତିହ ସୁରକ୍ଷା ପାଇଁ ଉଦ୍ୟମ ହେଇଥିବା ବେଳେ ଶ୍ରୀକ୍ଷେତ୍ରରେ ଐତିହ୍ୟ ପଞ୍ଚତୀର୍ଥ ପୁଷ୍କରଣୀ ଏବେ ବିପଦରେ ରହିଛି । ଦିନକୁ ଦିନ ଏହି ଅବକ୍ଷୟମୁଖୀ ଏହି ପଞ୍ଚତୀର୍ଥ ପୁଷ୍କରିଣୀ ଆଜି ପର୍ୟନ୍ତ ପୁନରୁଦ୍ଧାର କାର୍ୟ ହୋଇପାରିନି । ପୂର୍ବରୁ ପଞ୍ଚତୀର୍ଥ ପୁଷ୍କରିଣୀ ଭତରୁ ଅନ୍ୟତମ ମାପ୍କଣ୍ଡ ପୁଷ୍କରିଣୀ ପାଚେରୀ ଏବେ ଭୁସୁଡି ପଡି ବିପଦପୁର୍ଣ୍ଣ ଅବସ୍ଥାରେ ଅଛି।


Comments are closed, but trackbacks and pingbacks are open.