ଭୁଶୁଡିÿଲା ୨ ମହଲା ଅସୁରକ୍ଷିତ କୋଠା

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍): କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ ବାରିଣୀପୁଟର ସିଭିଲ୍ କଲୋନିରେ ଘଟିଛି ଅଘଟଣ । ଭୁଶୁଡିÿପଡିଛି ଏକ ଅସୁରକ୍ଷିତ ଦୁଇ ମହଲା କୋଠା । ଏହା ଭିତରେ ଚାପି ହୋଇ ରହିଯାଇଛନ୍ତି ଗୋଟିଏପରିବାରର ୪ଜଣ । ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି । ତାଙ୍କ ନାଁ ନିତୁ ବାଘ(୨୫) । ତାଙ୍କ ଗୋଡ଼ ଭାଙ୍ଗିଯାଇଛି । ଗୁରୁତର ଅବସ୍ଥାରେ ନିତୁଙ୍କୁ ଫୁଲବାଡରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ଖବର ଲେଖାହେବା ଅର୍ଥାତ୍ ରାତି ସାଢେ ୮ଟାପର୍ଯ୍ୟନ୍ତ ଭୁଶୁଡିÿପଡିଥିବା କୋଠା ଭିତରୁ ଅନ୍ୟ ୩ଜଣଙ୍କୁ ଉଦ୍ଧାର କରାଯାଇପାରିନାହିଁ । କିନ୍ତୁ ସେମାନେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି ।ପୁଲିସ୍ ଏବଂପ୍ରଶାସନପକ୍ଷରୁ ଜେସିବି ସହାୟତାରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।
ମିଳିଥିବା ସୂଚନା ଅନୁଯାୟୀ, ସିଭିଲ୍ କଲୋନିର ଏହି ୨ ମହଲା କୋଠାକୁ ବହୁ ଦିନ ତଳେ ଅସୁରକ୍ଷିତ ଘୋଷଣା କରାଯାଇଥିଲା । କିନ୍ତୁ ଆଜି ସନ୍ଧ୍ୟାରେ ନିତୁଙ୍କପରିବାର ଲୋକେ କୌଣସି କାମରେ ଭିତରକୁପଶିଥିଲେ । ସେମାନେ ହେଲେ ନିଟୁଙ୍କ ସମେତ ତାଙ୍କ ମାଆ ଗୁଞ୍ଚୁ ବାଘ(୫୦), ଭଉଣୀ ରଶ୍ମି ଖରା(୨୭) ଓ ରଶ୍ମୀଙ୍କପୁଅ ଆସେର ଖରା(୧୦) । ସନ୍ଧ୍ୟାପ୍ରାୟ ସାଢେ ୬ଟା ବେଳେ ସେମାନେ ଭିତରେ ଥିବା ବେଳେ ହଠାତ୍ ଭୁଶୁଡିପଡିଥିଲା କୋଠା । ସୌଭାଗ୍ୟବଶତଃ ସେମାନେ ମୃତୁ୍ୟ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଭିତରେ ଥାଇ ଚିକ୍ରାର କରିବାପରେ ଆଖପାଖର ଲୋକେ ସେଠାରେ ରୁଣ୍ଡ ହୋଇଯାଇଥିଲେ ।ପୁଲିସ୍ ଏବଂପ୍ରଶାସନକୁ ଖବର ଦେବା ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ ।ପରେପରେପହଞ୍ଚିଥିଲେପୁଲିସ୍ ଓପ୍ରଶାସନିକ ଅଧିକାରୀ । ସ୍ଥାନୀୟ ତହସିଲଦାର ମାତାରାମ ଲେୟାଙ୍ଗୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ଜେସିବି ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ପ୍ରଥମେ ବହୁ କଷ୍ଟରେ ନିତୁଙ୍କୁ ଉଦ୍ଧାର କରାଯଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ଚିକିତ୍ସା ଚାଲିଛି । ଅନ୍ୟ ୩ଜଣଙ୍କୁ ଉଦ୍ଧାର ଲାଗି ଉଦ୍ୟମ ଜାରି ରହିଛି । ତେବେ ଭୁଶୁଡିÿପଡିଥିବା ଘର ଭିତରେ ଥାଇ ସେମାନେ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି । ତେଣୁ କୋରାପୁଟରୁ ଓଡ୍ରାଫ୍ ଟିମ୍କୁ ଅଣାଯାଇଛି । ସେମାନଙ୍କ ସହାୟତାରେ ଅତ୍ୟନ୍ତ ସତର୍କତାର ସହ ଉଦ୍ଧାର କାମ ଚାଲୁ ରହିଛି ।
ସୂଚନା ଥାଉକି, ଏହି କୋଠା ଜଳସେଚନ ବିଭାଗର । ଅସୁରକ୍ଷିତ ଘୋଷଣା କରାଯିବାପରେ ଏହାକୁ ଭାଙ୍ଗି ଦେବା ଲାଗିପ୍ରଶାସନପକ୍ଷରୁ ବିଭାଗକୁ ନିଦେ୍ର୍ଧଶ ଦିଆଯାଇଥିଲା । କିନ୍ତୁ ବିଭାଗପକ୍ଷରୁ କୌଣସିପଦକ୍ଷେପ ନିଆଯାଇନଥିଲା । ଆଜି ସନ୍ଧ୍ୟାରେ ନିତୁଙ୍କପରିବାର କୌଣସି କାମରେ ଭିତରେପଶିଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons