ଫିଲ୍ମ ‘ଗଲି ବୟେ’ର ପ୍ରଯୋଜକ ଜୋୟା ଅଖତର୍ ଭୂତ କାହାଣୀ ଆଧାରିତ ଏକ ୱେବ ସିରିଜ୍ ନିର୍ମାଣ କରିବାକୁ ଯାଉଛନ୍ତି । ସେହି ଭୂତ କାହାଣୀରେ ଧଡକ୍ର ଅଭିନେତ୍ରୀ ଜାହ୍ନବୀ କପୁର ଅଭିନୟ କରିବେ । ଏହା ତାଙ୍କର ପ୍ରଥମ ଭୂତ କାହାଣୀ ଅଭିନୀତ ୱେବ ସିରିଜ ହେବ । ଜାହ୍ନବୀ ଏନେଇ ବହୁତ ଖୁସି ହୋଇ କହିଛନ୍ତି, ତାଙ୍କୁ ଭୂତ କାହାଣୀ ଭଲ ଲାଗେ ଏବଂ ସେ ଏହିପରି ଏକ କାହାଣୀ ଖୋଜୁଥିଲେ । ଜୋୟା ଏହି ୱେବ ସିରିଜ୍ର ନାମ ଘୋଷଣା କରିନାହାନ୍ତି । କିନ୍ତୁ କାହାଣୀର ନାୟକଙ୍କ ନାମ ଘୋଷଣା କରିଛନ୍ତି । ସେହି ନାୟକ ଜଣକ ହେଲେ ଅଭିନେତା ବିଜୟ ବର୍ମା । ସେ ଜୋୟାଙ୍କ ଫିଲ୍ମ ଗଲି ବୟେରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ବିଶେଷ କଥା ହେଲା, ଚାରୋଟି ଭୂତ କାହାଣୀର ମିଳିତରେ ଜୋୟାଙ୍କ ୱେବ ସିରିଜ୍ଟି ଗଠିତ ହେବ । ଚାରୋଟି କାହାଣୀ ପାଇଁ ଚାରୋଟି ଲୋକପ୍ରିୟ ନିର୍ଦ୍ଦେଶକ ମଧ୍ୟ ରହିଛନ୍ତି । ସେମାନେ ହେଲେ- କରନ୍ ଜୋହର, ଜୋୟା, ଅନୁରାଗ କଶ୍ୟପ ଏବଂ ଦିବାକର ବାନାର୍ଜୀ । ଖବର ଅନୁଯାୟୀ, ଜାହ୍ନବୀ ଏବେ କରନ ଜୋହରଙ୍କ ଫିଲ୍ମ ‘କୁଛ୍ କୁଛ୍ ହୋତା ହୈ’ ରିବୁଟ୍ରେ ଅଭିନୟ କରୁଛନ୍ତି । ସେ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ଏହାଛଡ଼ା ସେ ଗୁଞ୍ଜନ ସକ୍ସେନାଙ୍କ ବାୟୋପିକ୍ରେ ଅଭିନୟ କରୁଛନ୍ତି । ଗୁଞ୍ଜନ ହେଲେ ଜଣେ ଏୟାର୍ ଫୋର୍ସ ପାଇଲଟ୍ ଏବଂ ସେ ‘ସୂର୍ଯ୍ୟ ଚକ୍ର’ ସମ୍ମାନ ପାଇଥିବା ପ୍ରଥମ ମହିଳା । ଏହି ବାୟୋପିକ୍ ଫିଲ୍ମର ସୁଟିଂ ନିକଟରେ ଲକ୍ଷେ୍ମøରେ ଚାଲୁଥିଲା । ମାତ୍ର ସେଠାରେ ପ୍ରବଳ ଝଡ଼ ତୋଫାନ ହେବା କାରଣରୁ ଫିଲ୍ମର ସୁଟିଂକୁ ବାତିଲ କରାଯାଇଛି ।


Comments are closed, but trackbacks and pingbacks are open.