ଉଦଳା,(ବି.ବି.ନୁ୍ୟଜ୍): ଭୂତ ଭୟ! ତାହା ପୁଣି ବିଦ୍ୟାଳୟର ଛାତ୍ରାବାସରେ । ଏପରି ଅହେତୁକ ଭୟ ଯୋଗୁଁ ୫ଜଣ ପିଲା ଛାତ୍ରାବାସ ଛାଡ଼ି ଚାଲିଆସିଥିଲେ । ସେମାନଙ୍କୁ ଉଦଳା ବସ୍ଷ୍ଟାଣ୍ଡରେ ସ୍ଥାନୀୟ ଯୁବକ ମାନେ ଠାବ କରିବା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି ।
ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳର ବା‚ାକଳ୍ପ ସଂସ୍କୃତ ବିଦ୍ୟାପୀଠ ଛାତ୍ରାବାସରୁୂ ଚାଲିଆସିଥିବା ୫ ଜଣ ଛାତ୍ର ରବିବାର ପୂର୍ବାହ୍ନ ସାଢେ ୧୦ ଟା ସମୟରେ ଉଦଳା ବସ୍ଷ୍ଟାଣ୍ଡରେ ବସ୍ରୁ ଓହ୍ଲାଇଥିଲେ । ଏହା ସ୍ଥାନୀୟ କିଛି ଯୁବକଙ୍କ ନଜରକୁ ଆସିଥିଲା । ସେମାନେ କିଛି ଅସୁବିଧା ଥିବା ସନେ୍ଦହ କରି ଛାତ୍ରମାନଙ୍କୁ ଅଟକାଇଥିଲେ । କୁଆଡେ ଯାଉଛନ୍ତି ବୋଲି ପଚାରିବାରୁ ପିଲାମାନେ କହିଥିଲେଯେ ‘ ଭୂତ ଭୟରୁ ହଷ୍ଟେଲ ଛାଡ଼ି ଚାଲିଆସିଲୁା ଘରକୁ ଯିବୁ ।’ ପରେ ଜଣାପଡିଥିଲାଯେ ଉକ୍ତ ଛାତ୍ରମାନଙ୍କ ଘର ଉଦଳା ଥାନା ଅନ୍ତର୍ଗତ ବଡସିଙ୍ଗାରିଆ ଏବଂ କଦଳୀବାଡିଆ ଅଞ୍ଚଳରେ । ଛାତ୍ରଙ୍କ କହିବାନୁସାରେ, ସେମାନେ ବା‚ାକଳ୍ପ ସଂସ୍କୃତ ବିଦ୍ୟାପୀଠରେ ରହି ପାଠ ପଢୁଥିଲେ । ତାଙ୍କ ହଷ୍ଟେଲରେ ବହୁ ସଂଖ୍ୟାରେ ଛାତ୍ର ରହନ୍ତି । ସେମାନଙ୍କ ମଧ୍ୟରୁ ଗତକାଲି ସୁଦ୍ଧା ରହିଥିବା ୧୫ ଜଣଙ୍କ ମଧ୍ୟରୁ ଗତକାଲି ସନ୍ଧ୍ୟାରେ ୫ ଜଣ ଛାତ୍ର ଘରକୁ ପଳାଇଥିଲେ । ଏହା ପରେ ଅନ୍ୟ ଦଶ ଜଣଙ୍କ ମଧ୍ୟରୁ ଗତକାଲି ରାତିରେ ଆଉ ୫ ଜଣ ପଳାଇଥିଲେ । ଉଦଳା ଅଞ୍ଚଳର ବାକି ଏହି ୫ଜଣ ଛାତ୍ରଙ୍କୁ ଭୂତ ଭୟ ଘାରିବାରୁ ସେଠାରୁ ଖସି ପଳାଇ ଆସିଛନ୍ତି । ଆଜି ଭୋର ସମୟରେ ସେମାନେ ସାଙ୍ଗରେ ନିଜର ବ୍ୟାଗ୍ ଧରି ବାହାରି ଆସିଥିଲେ ଏବଂ ଔପଦା ଛକ ନିକଟରେ ଉଦଳା ବସ୍ରେ ଚଢ଼ିଥିଲେ । ଦିନ ସାଢେ ଦଶଟା ରେ ଉଦଳା ବସ୍ଷ୍ଟାଣ୍ଡରେ ଓହ୍ଲାଇଥିଲେ । ୫ଜଣ ଛାତ୍ରଙ୍କ ମଧ୍ୟର ୩ ଜଣ ଷÂ ଶ୍ରେଣୀର ଏବଂ ଅନ୍ୟ ଦୁଇ ଜଣ ଅଷ୍ଟମ ଶ୍ରେଣୀର ବୋଲି ଜଣାଯାଇଛି । ଛାତ୍ରମାନଙ୍କୁ ଅଟକାଇଥିବା ସ୍ଥାନୀୟ ଲୋକେ ସବୁକିଛି ବୁଝିବା ପରେ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ । ପୁଲିସ ଜିମାରେ ନେବା ପରେ ସେମାନଙ୍କ ପରିବାର ଲୋକଙ୍କୁ ଡକାଇଥିଲା । ସେମାନଙ୍କ ହେପାଜତରେ ଛାତ୍ରମାନଙ୍କୁ ଛାଡିଥିବା ଜଣାଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛିଯେ, ପାଞ୍ଚ ଜଣ ଛାତ୍ର ଛାତ୍ରାବାସରୁ ବାହାରି ଆସିଥିବା ବେଳେ ଏ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣିପାରିଲେ ନାହିଁ କିପରି ? ଆଉ ଯଦି ତାଙ୍କ ଜାଣତରେ ଛାତ୍ରମାନେ ବାହାରକୁ ଆସିଛନ୍ତି ତେବେ ଅଭିଭାବକଙ୍କ ଜିମା ବିନା ସେମାନଙ୍କୁ ବାହାରକୁ ଛାଡିଲେ କିପରି? ଅନ୍ୟପକ୍ଷେ ଉଦଳା ପୁଲିସ ଖଇରାର ଉକ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ସହିତ ଯୋଗାଯୋଗ କରିବା ସହିତ ଏ ବାବଦରେ ଖଇରା ଥାନା ସହିତ ମଧ୍ୟ ଯୋଗାଯୋଗ କରିଛନ୍ତି । ଯାହାକି ଖଇରା ପୁଲିସ ଏହି ଘଟଣାର ଛାନଭିନ୍ କରିବ ବୋଲି କହିଥିବାର ଉଦଳା ପୁଲିସ ସୂତ୍ରରୁ ଜଣାପଡ଼ିଛି ।
Comments are closed, but trackbacks and pingbacks are open.