ଭୋପାଳରେ ଗର୍ଜିଲେ ଜ୍ୟୋତିରାଦିତ୍ୟ, କହିଲେ ‘ସିନ୍ଧିଆ ପରିବାରକୁ ଚ୍ୟାଲେଞ୍ଜ୍ କରି ନିଆଁ ସହ ଖେଳିଛି କଂଗ୍ରେସ’

Get real time updates directly on you device, subscribe now.

ଭୋପାଳ: ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ପରେ ପ୍ରଥମ ଥର ପାଇଁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ଭୋପାଳ ଗସ୍ତ କରିଥିଲେ। ଏହାସହ ସେ କାର୍ୟ୍ୟକର୍ତାଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ଶିବରାଜ ସିଂ ଚୌହାନଙ୍କୁ ପ୍ରଶଂସା କରିବା ସହ କେବେ ହେଲେ କ୍ଲାନ୍ତ ହୋଇନଥିବା ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ।
ସିନ୍ଧିଆ କହିଥିଲେ ଯେ, ସେ ଯେଉଁ ପରିବାର ସହ ୨୦ ବର୍ଷ ବିତାଇଥିଲେ ତାହାକୁ ସେ ଛାଡିଛନ୍ତି। କିଛି ଲୋକଙ୍କ ଲକ୍ଷ୍ୟ ହିଁ ରାଜନୀତି। ଏହାର ମାଧ୍ୟମ ହେଉଛି ଜନତାଙ୍କ ସେବା। ଅଟଳ ବିହାରୀ ବାଜପେୟୀ, ନରେନ୍ଦ୍ର ମୋଦୀ ଓ ସିନ୍ଧିଆ ପରିବାରର ଅନ୍ୟ ସଦସ୍ୟ ସର୍ବଦା ଜନତାଙ୍କ ସେବା କରି ଆସିଛନ୍ତି। ବିରୋଧୀ ଓ ଶାସକଙ୍କ ମଧ୍ୟରେ ମତଭେଦ ହେବା ଅନୁଚିତ। ଶିବରାଜ ସିଂ ଚୌହ୍ୱାନ ସର୍ବଦା ରାଜ୍ୟବାସୀଙ୍କ ସେବା କରି ଆସିଛନ୍ତି। ଏବେ ସେ ଆଉ ଶିବରାଜ ଏକାଠି ରାଜ୍ୟବାସୀଙ୍କ ସେବା କରିବେ। ତେବେ କଂଗ୍ରେସ ସିନ୍ଧିଆ ପରିବାର ସହ ଲାଗି ବିପଦକୁ ଆମନ୍ତ୍ରଣ କରିଥିବା ସେ କହିଛନ୍ତି।ସେ ଆହୁରି କହିଛନ୍ତି ଯେ, ତାଙ୍କ ଜେଜେ ମା ଯେଉଁ ଦଳ ପାଇଁ ପରିଶ୍ରମ କରି ଦିନ ରାତି ଏକ କରିଥିଲେ ସେ ଏବେ ସେହି ଦଳକୁ ଚାଲି ଆସିଛନ୍ତି। ୧୯୮୭ରେ ତାଙ୍କ ଜେଜେ ମା ଓ ୧୯୯୦ରେ ତାଙ୍କ ପିତାଙ୍କୁ ଟାର୍ଗେଟ କରି କଂଗ୍ରେସର କ୍ଷତି ହୋଇଥିଲା। ଆଜି ସେ ନିଜେ ଏହାର ଶିକାର ହୋଇଛନ୍ତି।
ସିନ୍ଧିଆଙ୍କୁ ବିମାନ ବନ୍ଦରରେ ହଜାର ହଜାର ବିଜେପି କାର୍ୟ୍ୟକର୍ତ୍ତା ସ୍ୱାଗତ କରିଥିଲେ। କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ତାଙ୍କ ସହ ବିମାନ ବନ୍ଦରରେ ଉପସ୍ଥିତ ଥିଲେ। ସେ ଏକ ରୋଡ ସୋ କରି ବିଜେପି କାର୍ୟ୍ୟାଳୟ ପହଁଚିଥିଲେ। ସହର ସାରା ସିନ୍ଧିଆ ଓ ମୋଦୀଙ୍କ ହୋର୍ଡିଂରେ ଛାଇ ଯାଇଥିଲା।
ସୂଚନାଯୋଗ୍ୟ, ଆସନ୍ତାକାଲି ସିନ୍ଧିଆ ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons