ଭୋଗ ଖାଇ ୧୫୦ ଅସୁସ୍ଥ: ୩୦ଜଣଙ୍କ ଅବସ୍ଥା ଗୁରୁତର

Get real time updates directly on you device, subscribe now.

ପଟ୍ଟାମୁଣ୍ଡାଇ : ପୂଜା ଭୋଗ ଖାଇ ୧୫୦ ଅସୁସ୍ଥ । କେନ୍ଦ୍ରାପଡା ଜିଲ୍ଲା ରାଜନଗର କୃଷ୍ଣନଗର ପଞ୍ଚାୟତ ପିନ୍ଛାପାଟିଆ ଗାଁରେ ଘଟିଛି ଏଭଳି ଘଟଣା । ଅସୁସ୍ଥଙ୍କ ମଧ୍ୟରୁ ୩୦ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ରାଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ମେଡିକାଲ ଟିମ୍‌ ସହାୟତାରେ ଅନ୍ୟମାନଙ୍କୁ ଗାଁ ସ୍କୁଲରେ ଚିକିତ୍ସା କରାଯାଉଛି । ରବିବାର ଗାଁରେ ଦୁର୍ଗାପୂଜା ଭୋଗ ଖାଇ ଅସୁସ୍ଥ ହୋଇଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons