ଜେକେପୁର,(ବି.ବି.ନୁ୍ୟଜ୍): ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଚିତାକଟା ବ୍ରିଜ ଉପରେ ଏକ ଭ୍ୟାନ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଛି ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ହେଲେ ସନ୍ନ୍ୟାସୀ ଗୁଆବଂଶ(୪୨), ଘର ଭୁଜବଳ ଗ୍ରାମରେ । ଆହତ ବ୍ୟକ୍ତିଙ୍କ ନାଁ ବୀର ସିଂ(୫୫), ଘର ତାମ୍ପରଗୁଡ଼ା । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ସାଢେ ୫ଟା ବେଳେ ସନ୍ନ୍ୟାସୀ ନିଜ ସାଇକେଲରେ ଜେକେ କାଗଜକଳକୁ ଡୁ୍ୟଟି କରିବାକୁ ଯାଉଥିଲେ । ସେହି ସମୟରେ ଭ୍ୟାନ (ଓଡି-୦୭-ଜି-୯୫୫୮) ତାଙ୍କୁ ପୋଲ ଉପରେ ଧକ୍କା ଦେଇଥିଲା । ପୋଲରେ ଭ୍ୟାନ୍ଟି ବାଡେ଼ଇ ହେବାପରେ ପ୍ରାତଃଭ୍ରମଣ କରୁଥିବା ବୀରଙ୍କୁ ମଧ୍ୟ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସନ୍ନ୍ୟାସୀଙ୍କ ମୃତୁ୍ୟ ହୋଇଥିବା ବେଳେ ବୀର ଗୁରୁତର ଆହତ ହୋଇଥିଲେ । ସମ୍ପର୍କୀୟମାନେ ବୀରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ବିଶାଖାପାଟନମ ସ୍ଥାନାନ୍ତର କରାଯାଇଛି ।
ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଭ୍ୟାନ୍ ଧରି ଡ୍ରାଇଭର୍ ଫେରାର୍ ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ଲୋକେ ଏହାକୁ ଅଟକାଇଥିଲେ । ପରେ ପରେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ସକାଳ ୬ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟା ଧରି ହୋଇଥିଲା ରାସ୍ତାରୋକ । ଏସ୍ଡିପିଓ ତପନ ନାରାୟଣ ରଥ, କୋଲନରା ବିଡିଓ ତାପସ କୁମାର ଭୋଇ ଏବଂ ଚାନ୍ଦିଲି ଆଇଆଇସି ଅଜିତ କୁମାର ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ହଟାଇଥିଲେ । ଦୁର୍ଘଟଣା ନେଇ ଚାନ୍ଦିଲି ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଛି ପୁଲିସ୍ ।
Comments are closed, but trackbacks and pingbacks are open.