ମଙ୍ଗଳାଯୋଡ଼ିରେ ବିରଳ ୱେଷ୍ଟର୍ଣ୍ଣ ରିଫ୍ ଇଗ୍ରେଟ୍ ପକ୍ଷୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶାରେ ପ୍ରଥମ କରି ଠାବ କରାଯାଇଛି ୱେଷ୍ଟର୍ଣ୍ଣ ରିଫ୍ ଇଗ୍ରେଟ୍ ପକ୍ଷୀ । ଖୋର୍ଦ୍ଧା ଜିଲ୍ଲା ମଙ୍ଗଳାଯୋଡ଼ି ଠାରେ ଏହି ଚଢେ଼ଇକୁ ଠାବ କରିଛନ୍ତି ଖ୍ୟାତନାମା ବାର୍ଡ ଗାଇଡ୍ ମଧୁ ବେହେରା । କରୋନା କଟକଣା ପାଇଁ ମଙ୍ଗଳାଯୋଡ଼ିକୁ ପର୍ଯ୍ୟଟକ ଆସିବା ବାରଣ ଥିବାରୁ ସେଠାକୁ ଏବେ କେହି ବି ଯାଉ ନାହାନ୍ତି । ତେବେ ମଧୁ ନିଜର ଦୈନଦିନ କାର୍ଯ୍ୟ ହିସାବରେ ବନ ବିଭାଗର ସୁରକ୍ଷା କ୍ୟାମ୍ପରେ ରହି ପକ୍ଷୀମାନଙ୍କର ଗତିବିଧି ଲକ୍ଷ୍ୟ କରୁଛନ୍ତି । ବଗ ଭଳି ଦେଖା ଯାଉଥିବା କଳା ରଙ୍ଗର ଏହି ପକ୍ଷୀକୁ ଗତବର୍ଷ ମଧ୍ୟ ମଧୁ ଦେଖିଥିଲେ । ହେଲେ ଏତେ ଧ୍ୟାନ ଦେଇପାରି ନଥିଲେ । ଗତକାଲି ଫଟୋ ଉଠାଇବା ପରେ ବିଭିନ୍ନ ବାର୍ଡ ଫିଲ୍ଡ ଗାଇଡ୍ ସହ ମେଳ କରିବା ପରେ ତାହା ୱେଷ୍ଟର୍ଣ୍ଣ ରିଫ୍ ଇଗ୍ରେଟ୍ ବୋଲି ନିଶ୍ଚିତ ହୋଇଥିଲେ ।
ଉଲ୍ଲେଖଯୋଗ୍ୟ, ଚିଲିକା ଚଢେ଼ଇଙ୍କ ଉପରେ ବିଏନ୍ଏଚ୍ଏସ୍ ଏବଂ ୟୁ.ଏନ୍ ଦେବଙ୍କ ଲିଖିତ ବହିରେ ମଧ୍ୟ ଏହି ଚଢେ଼ଇର ଉଲ୍ଲେଖ ନାହିଁ । ଏହି ଚଢେ଼ଇର ବୈଜ୍ଞାନିକ ନାଁ ଇଗ୍ରେଟା ଗୁଲାରିସ । ଏହି ଚଢେ଼ଇଟି ଭାରତରେ ଯଦିଓ ଦେଖାଦିଏ ତେବେ ଓଡିଶାରୁ କେବେ ରେକର୍ଡ ହୋଇ ନଥିଲା ।
ଏହା ଡାକ୍ ଗ୍ରେ, ଇଣ୍ଟର ମେଡିଏଟ୍, ଏବଂ ଧଳା ମର୍ଫ ଦେଖାଯାଏ । ସାଧାରଣତଃ ଏହା ଏକୁଟିଆ ବିଚରଣ କରିଥାଏ । ଧଳା ମର୍ଫି ବେଳେ ଏହା ଲିଟିଲ ଇଗ୍ରେଟ ପକ୍ଷୀ ସହ ଭ୍ରମ ସୃଷ୍ଟି କରିଥାଏ । ହେଲେ ଏହାର ଥଣ୍ଟ ଲିଟିଲ ଇଗ୍ରେଟ ଅପେକ୍ଷା ବଡ଼ ଏବଂ ମୋଟା ହେବା ସହ ତଳ ଆଡ଼କୁ ସାମାନ୍ୟ ବଙ୍କା ହୋଇଥାଏ ।
ସୂଚନା ଥାଉକି, ଗତ ମାର୍ଚ୍ଚ ୧ ତାରିଖରେ ମଧୁ ଚିଲିକା ମଙ୍ଗଳାଯୋଡ଼ିରେ ବିଶ୍ୱର ବିରଳ ଆଲବିନୋ ପର୍ପଲ ମୁର ହେନ୍ ପକ୍ଷୀ ଠାବ କରି ଫଟୋ ଉଠାଇଥିଲେ । ସେହିପରି ଫେବ୍ରୁଆରୀ ୨ରେ ମଙ୍ଗଳାଯୋଡ଼ିରେ ବିରଳ ଅଷ୍ଟେ୍ରଲିଆନ୍ ଷ୍ଟିଲ୍ଟ ପକ୍ଷୀ ଦେଖିବାକୁ ମିଳିଥିଲା । ବାର୍ଡ ଗାଇଡ୍ ମଧୁ ଉକ୍ତ ଅଷ୍ଟେ୍ରଲିଆନ୍ ଷ୍ଟିଲ୍ଟ ପକ୍ଷୀର ଫଟୋ ଉଠାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons