ବହ୍ମପୁର: କରୋନା ମୁକାବିଲା ପାଇଁ ରାଜ୍ୟର ସମସ୍ତ ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତେଣୁ ପଞ୍ଚାୟତ ସ୍ତରରେ କିପରି କରୋନା ସଂକ୍ରମିତଙ୍କ ଚିକିତ୍ସା ହେବ, ସେନେଇ ସରପଞ୍ଚମାନେ ଅଧିକ କ୍ରିୟାଶୀଳ ହୋଇଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲା ମଣିତାରା ପଞ୍ଚାୟତ ସରପଞ୍ଚ ଶାନ୍ତିଲତା ନାୟକଙ୍କ କାର୍ୟ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ଟ୍ବିଟ୍ କରି ଶାନ୍ତିଲତାଙ୍କୁ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ମଣିତାରା ପଞ୍ଚାୟତର ସରପଞ୍ଚ ଶାନ୍ତିଲତା ନାୟକଙ୍କ ସମୟୋଚିତ ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ।
Comments are closed, but trackbacks and pingbacks are open.