ମଣିଷ, ବିଜ୍ଞାନ ଓ ପ୍ରକୃତି ମଧ୍ୟରେ ଏକାତ୍ମତା ରହୁ: ରାଜ୍ୟପାଳ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପ୍ରକୃତିର ଏକ ନିୟମ ବା ଶୃଙ୍ଖଳା ଅଛି । ସମଗ୍ର ବ୍ରହ୍ମାଣ୍ଡ ଶୃଙ୍ଖଳା ଆଧାରରେ ଚାଲିବା ଦରକାର । ମାତ୍ର ମଣିଷ ସବୁ ଶୃଙ୍ଖଳାକୁ ଭାଙ୍ଗୁଛି । ଏହାର ପରିଣାମ ଆମେ ସମସ୍ତେ ଭୋଗୁଛେ । ପରିବେଶ ପ୍ରଦୂଷିତ ହେଉଛି । ଜୀବଜଗତ ପାଇଁ ବିପଦ ଆସିଛି । ପ୍ରକୃତିର ଶୃଙ୍ଖଳାକୁ ଭାଙ୍ଗନି ବରଂ ସମ୍ମାନ ଜଣାଅ । ଆଞ୍ଚଳିକ ପ୍ରାକୃତିକ ଇତିହାସ ସଂଗ୍ରହାଳୟରେ ଆୟୋଜିତ ଓଡିÿଶା ପରିବେଶ କଂଗ୍ରେସ(ଓଇସି)କୁ ଉଦ୍ଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏହା କହିଛନ୍ତି ।
ରାଜ୍ୟପାଳ ତାଙ୍କ ବକ୍ତବ୍ୟରେ ଉଦ୍ବେଗ ଜଣାଇ କହିଥିଲେ, ମଣିଷ ପ୍ରକୃତିର ଶୃଙ୍ଖଳାରୁ ଭାଙ୍ଗୁଛି । ପଶୁ, ପକ୍ଷୀ, ବୃକ୍ଷଲତା, ଜୀବଜଗତ ସମସ୍ତେ ସଦ୍ଭାବନା ଆଧାରରେ ବଞ୍ଚିଛନ୍ତି । ମାତ୍ର ମଣିଷ ସେମାନଙ୍କ ସଦ୍ଭାବନାକୁ ଭାଙ୍ଗି ଚାଲିଛି । ଦେଶର ୩୫୦ନଦୀରେ ୨୦୦କୋଟି ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟ ମିଶୁଛି । ଖଣି ଜନିତ ପ୍ରଦୂଷଣ ବଢ଼ି ଚାଲିଛି । ଇଏ କି ପ୍ରକାର ସଭ୍ୟତା? ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ସେ ଚେତାଇ ଦେଇଥିଲେ ।
ରାଜ୍ୟପାଳ କ୍ଷୋଭର ସହ କହିଛନ୍ତି, ମଣିଷ, ବିଜ୍ଞାନ ଓ ପ୍ରକୃତି ମଧ୍ୟରେ ଯେଉଁ ସମନ୍ୱୟ ରହିବା କଥା, ଆମେ ତାକୁ ନଷ୍ଟ କରୁଛୁ । ଏହାର ପରିଣାମ ହେଉଛି ପର୍ଯ୍ୟାବରଣ ସମସ୍ୟା । ଏହାକୁ ଏଡ଼ାଇବାକୁ ସମଗ୍ର ବିଶ୍ୱକୁ ଶୃଙ୍ଖଳା ଆଧାରରେ ଚାଲିବାକୁ ହେବ । ସନ୍ ରାଇଜ୍ ଟେକ୍ନୋଲୋଜିକୁ ଗ୍ରହଣ କରିବାକୁ ପଡିବ ।
ସେ ଆହ୍ୱାନ ଦେଇ କହିଥିଲେ, ଆମ ଆଗରେ କଠିନ ସମୟ ଆସି ଛିଡ଼ା ହୋଇଛି । ପୂରା ବିଶ୍ୱକୁ ଏକ ହେବାକୁ ହେବ । ପରିବେଶ ପ୍ରଦୂଷଣ ଭଳି ସମସ୍ୟାର ସମାଧାନ ପାଇଁ କେବଳ ଓଡ଼ିଶା, ଭାରତ କି ଆମେରିକା ନୁହେଁ, ସମସ୍ତଙ୍କ ମଧ୍ୟରେ ଏକାତ୍ମତା ରହିବା ଦରକାର । ପ୍ରଧାନମନ୍ତ୍ରୀ ମୋଦି ସବୁବେଳେ ସନ୍ ରାଇଜ୍ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ସୂର୍ଯ୍ୟଙ୍କ ପ୍ରଥମ କିରଣ ଓ ଚନ୍ଦ୍ରର ଶୀତଳତା ଭିତରେ ସମନ୍ୱୟ ରହିବା ଉଚିତ୍ । ଏହାକୁ ଆମେ ଅଭ୍ୟାସରେ ପରିଣତ କରିବାକୁ ପଡ଼ିବ ବୋଲି ସେ କହିଥିଲେ ।
ଏ ବର୍ଷ ଓଡ଼ିଶା ପରିବେଶ କଂଗ୍ରେସର ଥିମ୍ ରହିଛି ପରିବେଶ ଓ ଖଣି । ଓଇଆର୍ସିର ପୂର୍ବତନ ଅଧ୍ୟକ୍ଷ ଡିକେ ରୟଙ୍କ ଅଧ୍ୟକ୍ଷତାରେ ଅନୁÂିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀ ମିଶ୍ର କହିଥିଲେ, ଓଡ଼ିଶାରେ ଖଣି ଜନିତ ପ୍ରଦୂଷଣ ରୋକିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଯେଉଁ ଖଣି ଉତ୍ତୋଳନକାରୀ ଓ ଶିଳ୍ପସଂସ୍ଥା ପ୍ରଦୂଷଣ ମାତ୍ରା ହ୍ରାସ ପାଇଁ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ୍ କରୁନାହାନ୍ତି, ସେମାନଙ୍କ ବିରୋଧରେ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାନୁÂାନ ନେଉ । ଖଣି ଜନିତ ପ୍ରଦୂଷଣ ହ୍ରାସ ପାଇଁ ବୈଜ୍ଞାନିକ ପଦ୍ଧତିରେ ଖଣି ଉତ୍ତୋଳନକୁ ଫୋକସ୍ କରାଯାଉ ବୋଲି ସେ କହିଥିଲେ ।
ଉଦ୍ଘାଟନୀ ସମାରୋହରେ ଓଇସିର ସଂଗଠନ ସମ୍ପାଦକ ସୁଦର୍ଶନ ଦାସ ସ୍ୱାଗତ ଭାଷଣରେ ଖଣି ଓ ପରିବେଶ ପ୍ରସଙ୍ଗର ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ । ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପରିବେଶ କଂଗ୍ରେସର ଦ୍ୱିତୀୟ ଅଧିବେଶନରେ ଡା. ଅରବିନ୍ଦ ବେହେରା, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ର ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ସଭାପତି ଭୃଗୁ ବrିପାତ୍ର ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons