ମତ୍ସ୍ୟଜୀବୀଙ୍କ ଜୀବିକା ପ୍ରଥମ, ପରେ ବିକାଶ

Get real time updates directly on you device, subscribe now.

ଗୋପାଳପୁର,(ବି.ବି.ନୁ୍ୟଜ): ମତ୍ସ୍ୟଜୀବୀଙ୍କ ଦାବି ଯଥାର୍ଥ । ବିଧାନସଭାରେ ଏ ପ୍ରସଙ୍ଗରେ ଆଲୋଚନା କରିବି । ସପ୍ତାହକ ମଧ୍ୟରେ ସରକାରୀ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ବୁଝାଇବାକୁ ଚେଷ୍ଟା କରିବେ । ବିଧାନସଭାରେ ପ୍ରସ୍ତାବ ପ୍ରଦାନ କରିବେ । ନଚେତ୍ ଆନେ୍ଦାଳନ ହେବ । ଆଇନ ଅନୁଯାୟୀ ଲଢେ଼ଇ କରାଯିବ । ବିକାଶ ନାଁରେ ବିନାଶ ନ ହେଉ । ସରକର ମତ୍ସ୍ୟଜୀବୀଙ୍କ ଜୀବିକା ପ୍ରତି ପ୍ରଥମେ ଦୃଷ୍ଟି ଦିଅନ୍ତୁ, ପରେ ବିକାଶ ପାଇଁ ଚେଷ୍ଟା କରନ୍ତୁ । ରବିବାର ଗୋପାଳପୁରରେ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା ବେଳେ ଏହି ମତବ୍ୟକ୍ତ କରିଛନ୍ତି ବରିÂ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ।
ଗୋପାଳପୁରରେ ପ୍ରସ୍ତାବିତ ବ୍ଲୁ- ଫ୍ଲାଗ୍ ବିଚ୍ ପାଇଁ ଜାଲ ଓ ଡଙ୍ଗା ହଟାଇବାକୁ ପ୍ରଶାସନର ନିଷ୍ପତ୍ତି ବିରୋଧରେ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ଗତ ମାସ ୧୭ ତାରିଖରେ ଏହା ପ୍ରତିବାଦରେ ରାସ୍ତାରୋକ ସାଙ୍ଗକୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମତ୍ସ୍ୟଜୀବୀ । ଶତାଧିକଙ୍କ ମତ୍ସ୍ୟଜୀବୀଙ୍କ ବିରୋଧରେ କେସ୍ ହୋଇଥିଲା । ପରେ ଏନ୍ଏସି କାର୍ଯ୍ୟଳୟରେ ମତ୍ସ୍ୟଜୀବୀଙ୍କ ପ୍ରତିନିଧି- ପ୍ରଶାସନ ବୈଠକ ହୋଇଥିଲା । ତଥାପି ସମାଧାନ ପନ୍ଥା ବାହାରିପାରିନି । ଗତ ୨୪ ତାରିଖରେ ଗୋପାଳପୁରର ମତ୍ସ୍ୟଜୀବୀ ସଂଘ ସଭାପତି ବି. ଦାନେୟା, ପି. କ୍ରିଷ୍ଣା, ପି. ତାମେୟ, କେ. ଯଗୁଲୁ, ଏମ୍. ବାବାଜୀ, ଡି.କର୍ଲେୟା, ଏ.ରାଜୁ ପ୍ରମୁଖ ନରସିଂହ ମିଶ୍ରଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ରବିବାର ନିଜ ପ୍ରତିଶ୍ରୁତି ମୁତାବକ ବିଧାୟକ ମିଶ୍ର ଗୋପାଳପୁର ଆସି ମତ୍ସ୍ୟଜୀବୀମାନଙ୍କ ସହ ସ୍ଥାନୀୟ ମତ୍ସ୍ୟ ଅବତରଣ କେନ୍ଦ୍ରରେ ଆଲୋଚନା କରିଥିଲେ । ପ୍ରସ୍ତାବିତ ଜାଗା ମଧ୍ୟ ବୁଲି ଦେଖିଥିଲେ ।
ରବିବାର ଆଲୋଚନାରେ ଗୋପାଳପୁର, ନୂଆ ବrିପଲ୍ଲୀ, ଭେଙ୍କଟରାୟପୁର, ଡିଗିପୁରୁ, ବନ୍ଦର, ରେଉକତୁରୁ, ନୂଆ ଗାଳାବନ୍ଧ, ପୁରୁଣା ଗୋଳାବନ୍ଧ, ବrିପଲ୍ଲୀ ଗ୍ରାମର ଶତାଧିକ ମତ୍ସ୍ୟଜୀବୀ ଯୋଗ ଦେଇଥିଲେ । ମତ୍ସ୍ୟଜୀବୀମାନେ ଦର୍ଶାଇଥିଲେ ଯେ- ପୂର୍ବ ପୁରୁଷରୁ ଏହି ସ୍ଥାନରେ ଡଙ୍ଗା ଓ ଜାଲ ରଖି ଆସୁଛୁ । ମାଛ ମାରି ଜୀବିକା ନିର୍ବାହ କରୁଛୁ । ପ୍ରତି ବର୍ଷ ବାତ୍ୟା ଆଶଙ୍କା ଥିବା ବେଳେ ମାଛ ମାରିବାକୁ ବାରଣ କରାଯାଉଛି । ସେମାନଙ୍କୁ ବହୁ କ୍ଷତି ସହିବାକୁ ପଡୁଛି । ବର୍ତ୍ତମାନ ସରକାର ଜୀବିକା ଛଡ଼ାଇ ନେଉଥିବା ଅଭିଯାଗ କରିଥିଲେ । ପର୍ଯ୍ୟଟକଙ୍କ ପାଇଁ ସ୍ପିଡ୍ ବୋଟ୍ ବ୍ୟବହାର କରାଯାଉଛି, ଅଥଚ କଇଁଛ ଅଣ୍ଡା ଦେବାକୁ ଆସୁଥିବାରୁ ମାଛ ଧରିବାକୁ ବାରଣ କରୁଛି ପ୍ରଶାସନ । ମୁହାଣ ଖୋଳିବା ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ କାମ କରୁନାହାନ୍ତି । ଏଣୁ ମରିବୁ ପଛେ ଜାଗା ଛାଡ଼ିବୁ ନାହିଁ ବୋଲି କହିଥିଲେ ମତ୍ସ୍ୟଜୀବୀ ।
ବିଧାୟକ ମିଶ୍ର କହିଥିଲେ ଯେ- କେନ୍ଦ୍ର ଓ ରାଜ୍ୟ ସରକାର ଯାହା କହନ୍ତି, ତାହା କରନ୍ତି ନାହିଁ । କରୋନା ବେଳେ ସୁରଟରୁ ଗୋପାଲୀ ଚିତ୍ର ଦେଖାଇ ପ୍ରବାସୀଙ୍କୁ ଆଣିଥିଲେ ମଧ୍ୟ କାମ ଦେଇ ପାରିଲେ ନାହିଁ । ପୁଣି ଦାଦନ ଖଟିବାକୁ ବାଧ୍ୟ ହୋଇ ବାହାରିଗଲେ । ଏହା ବିରୋଧରେ ଅହିଂସା ଭାବେ କ୍ରାନ୍ତି ଆରମ୍ଭ କରିବେ ବୋଲି କହିଥିଲେ ବଲାଙ୍ଗୀର ବିଧାୟକ । ସରକାରଙ୍କ ଦ୍ୱାରା ପର୍ଯ୍ୟଟକଙ୍କ ପାଇଁ ଉନ୍ନତିମୂଳକ ପଦକ୍ଷେପକୁ ସ୍ୱାଗତ କରିଥିଲେ ହେଁ ମତ୍ସ୍ୟଜୀବୀଙ୍କ ଜୀବିକାକୁ ପ୍ରଥମେ ଗୁରୁତ୍ୱ ଦେବାକୁ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି ନରସିଂହ ମିଶ୍ର ।
ଆଲୋଚନା ବେଳେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ସାନଖେମୁଣ୍ଡି ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା, ଗୋପାଳପୁର ବିଧାୟକ ପ୍ରାର୍ଥୀ ଏସ୍. ଧର୍ମରାଜ ରେ‡ୀ, ବ୍ରହ୍ମପୁର ନଗର ସଭାପତି ସୁଜୟ ଆଚାର୍ଯ୍ୟ, କୃଷକ ସେଲ୍ ସଭାପତି ରଶ୍ମିରଞ୍ଜନ ପଟ୍ଟନାୟକ, ଗୋପାଳପୁର ଏନ୍ଏସି ସଭାପତି ଏମ୍. ଚନ୍ଦ୍ରଶେଖର, ରଙ୍ଗେଇଲୁଣ୍ଡା ବ୍ଲକ୍ ସଭାପତି ସୁନିଲ କୁମାର ସାହୁ ଉପୁସ୍ଥିତ ଥିଲେ । ଜି. ଗୋପାମ୍ମା, ପି. କାରଲାମ୍ମା, ଜି. ରେଣୁ, ଏମ୍. କାମେଶ୍ୱରୀ, ପ୍ରିୟଙ୍କା ପାତ୍ର, ଗୋପାଳପୁର ମତ୍ସ୍ୟଜୀବୀ ସଂଘ ସଭାପତି ବି.ଦାନେୟା, ଜୋନ୍ ସଭାପତି କାମରାଜୁ, ସମ୍ପାଦକ ଏ.ରାଜୁ, କୋଷାଧ୍ୟକ୍ଷ କେ. ଯାଗୁଲୁ, ଜି. ସତ୍ୟା, ଟି.ଦାନେସୁ, ବି.ନାର୍ଶୀମୁଲୁ, ବି.ଗୋପାଳକ୍ରିଷ୍ଣା, ଏମ୍. ରମେଶ, ଏମ୍. ବାବାଜୀ, ବି. ବାବାଜୀ, ପି. ଦିଲେସ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons