ମଦ ଜବତ, ୨ ଗିରଫ

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ): ବେଆଇନ ମଦ କାରବାର ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ପୁଲିସ । ସେମାନେ ହେଲେ ବାଲିଆ ପଞ୍ଚାୟତ ପାଲିଗୁଡ଼ାର ତ୍ରିନାଥ ବେହେରା(୪୦) ଏବଂ ଉମୁରୀ ପଞ୍ଚାୟତ କେରାପୁଟର ଚୈତନ୍ୟ ହାଲବା(୪୨) । ଅଭିଯୁକ୍ତଙ୍କ ନିକଟରୁ ୩୦ ଲିଟର ମଦ ଜବତ କରାଯାଇଛି । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଇ ଦିଆଯାଇଥିବା ଓଆଇସି ଉଷାବତୀ ଗୌଡ଼ କହିଛନ୍ତି ।
ଉଷାବତୀ କହିଛନ୍ତି, ପାଲିଗୁଡ଼ାର ତ୍ରିନାଥଙ୍କ ଘରେ ବେଆଇନ ମଦ କାରବାର ଚାଲିଥିବା ସମ୍ପର୍କରେ ସୂଚନା ମିଳିଥିଲା । ସେ, ଏଏସ୍ଆଇ ଏମ୍. ଲକ୍ଷ୍ମଣ ରାଓ ଏବଂ ଅନ୍ୟ କର୍ମଚାରୀ ସକାଳ ସାଢେ ୬ଟାରେ ଚଢଉ କରିଥିଲେ । ଖାନତଲାସି ବେଳେ ଘର ଭିତରେ ଏକ ଜାରକିନ୍ରେ ୨୦ ଲିଟର ମଦ ରହିଥିଲା । ମଦ ଜବତ ସହ ତ୍ରିନାଥଙ୍କୁ ଗିରଫ କରାଯାଇଥିଲା । ସେହିପରି ପାଟ୍ରୋଲିଂ ଚାଲିଥିବା ବେଳେ କେରାପୁଟର ଚୈତନ୍ୟ ଏକ ଜାରକିନ୍ ଧରି ଗାଁକୁ ଆସୁଥିଲେ । ଯାଞ୍ଚ ବେଳେ ତାଙ୍କ ନିକଟରୁ ୧୦ ଲିଟର ମଦ ଜବତ କରାଯାଇଥିଲା । ଏ ସମ୍ପର୍କରେ ୨ଟି ଭିନ୍ନ ଭିନ୍ନ ମାମଲା ରୁଜୁ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons