କବିସୂର୍ଯ୍ୟନଗର,(ବି.ବି.ନୁ୍ୟଜ୍): ମଦ ବିକ୍ରି ବନ୍ଦ କରିବା ଦାବିରେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ. ବରିଡ଼ା ଗ୍ରାମରେ ଥିବା ଏକ ବିଦେଶୀ ମଦ ଦୋକାନକୁ ଜାଳି ଦେଇଛନ୍ତି ଗ୍ରାମବାସୀ । ବୁଧବାର ରାତି ୯ଟାରେ ଶହ ଶହ ପୁରୁଷ ଓ ମହିଳା ମଦ ଦୋକାନ ଆଗରେ ପହଞ୍ଚି ପ୍ରବଳ ପାଟିତୁଣ୍ଡ କରି ଦୋକାନ ବନ୍ଦ କରିବାକୁ ଦାବି କରିଥିଲେ । କିନ୍ତୁ ଦୋକାନ କର୍ମଚାରୀ ଶୁଣି ନଥିଲେ । ଫଳରେ ଉତ୍ତ୍ୟକ୍ତ ଲୋକ ଦୋକାନ ଭିତରେ ପଶି ଭଙ୍ଗାରୁଜା କରିବା ପରେ ନିଆଁ ଲଗାଇ ଦେଇଥିଲେ । ଦୋକାନ ଭିତରେ ଥିବା କର୍ମଚାରୀ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ । କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁଙ୍କ ନେତୃତ୍ୱରେ ପୁଲିସ ଟିମ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ନିଆଁ ଲିଭାଇବାକୁ ଦମକଳ ବାହିନୀ ପହଞ୍ଚିଥିଲା । ସେତେବେଳକୁ ବହୁ ମୂଲ୍ୟର ବିଦେଶୀ ମଦ ଜଳିପୋଡ଼ି ନଷ୍ଟ ହୋଇସାରିଥିଲା ।
ଦୀର୍ଘ ଦିନ ଧରି ମଦ ବିରୋଧୀ ଆନେ୍ଦାଳନ ଚଳାଇଥିôବା ସ୍ଥାନୀୟ ସମାଜସେବୀ ଏ. ବ୍ରହ୍ମାନନ୍ଦ ଆଚାରିଙ୍କୁ କେତେକ ମଦ ମାଫିଆ ଆଜି ଅପରାହ୍ନରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ସେ ଗ୍ରାମବାସୀଙ୍କୁ ଜଣାଇଥିଲେ । ପରେ ଗାଁ ଲୋକ ବୈଠକ କରି ପ୍ରତିବାଦ ସ୍ୱରୂପ ବିଦେଶୀ ମଦ ଦୋକାନ ଜାଳି ଦେଇଛନ୍ତି । ଏହି ଘଟଣାରେ ଥାନାରେ ଅଭିଯୋଗ ହୋଇ ନଥିବା ପୁଲିସ କହିଛି ।
Comments are closed, but trackbacks and pingbacks are open.