ମଦ ଦୋକାନ ଲଟେରି

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ):କୋରାପୁଟ ଜିଲ୍ଲାର ୨୬ ଟି ସରକାରୀ ମଦ ଦୋକାନ ପାଇଁ ବୁଧବାର ଲଟେରି ଉଠାଣ ଶେଷ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ସ୍ଥାନୀୟ ସଦ୍ଭାବନା ସମ୍ମିଳନୀ କକ୍ଷରେ ଲଟେରି ହୋଇଛି । ମୋଟ ୭୭୪ ଟି ଆବେଦନ ମଧ୍ୟରୁ ଆବଶ୍ୟକ କାଗଜପତ୍ର ନଥିବାରୁ ୧୧ ଟି ନାକଚ ହୋଇଛି ।
ମୋଟ ୨୬ ଟି ଦୋକାନ ପାଇଁ ୭୭୪ ଟି ଆବେଦନ ପତ୍ର ପଡିଥିଲା । ଗୋଟିଏ ଦୋକାନ ପାଇଁ ଆବେଦନ ହାରାହାରି ୨୦ ରୁ ଅଧିକ ରହିଥିଲା । ସ୍ଥାନୀୟ ସଦଭାବନା ସମ୍ମିଳନୀ କକ୍ଷରେ ଲଟେରି ହୋଇଥିଲା । ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର, ଅତିରିକ୍ତ ଜିଲ୍ଲାପାଳ ଦେବେନ୍ କୁମାର ପ୍ରଧାନ, ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସଏ, ସହକାରୀ ଜିଲ୍ଲାପାଳ ଜଗତ ଜୀବନ ଚୌଧୁରୀ, କୋରାପୁଟ ଏସଡ଼ିପିଓ ଗୁଣନିଧି ମଲ୍ଲିକ, ଆଇଆଇସି ଧୀରେନ କୁମାର ପଟ୍ଟନାୟକ, କୋରାପୁଟ ଅବକାରୀ ଇନ୍ସପେକ୍ଟର ତେଜରାଜ ଜାନୀ, ଜୟପୁର ଅବକାରୀ ଇନ୍ସପେକ୍ଟର ବିମ୍ବାଧର ପଣ୍ଡା, ସବଇନ୍ସପେକ୍ଟର ସୁଦର୍ଶନ ଅଧିକାରୀ ଓ ଆବେଦନକାରୀ ଉପସ୍ଥିତ ଥିଲେ । ଯାଞ୍ଚବେଳେ ୧୧ ଟି ଆବେଦନ ନାକଚ ହୋଇଥିଲା । ଲଟେରି ଉଠାଣବେଳେ କୋଭିଡ଼ ଗାଇଡ଼ଲାଇନକୁ କଡ଼ାକଡ଼ି ପାଳନ କରାଯାଇଥିଲା । ସାମାଜିକ ଦୂରତା ରକ୍ଷା ସହ ମାସ୍କ ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଥିଲା । ଅବକାରୀ କର୍ମଚାରୀଙ୍କ ସହ ପୁଲିସ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons