ମଦ ବନ୍ଦ ବିରୋଧରେ ଅଣ୍ଟା ଭିଡିଲେ ମହିଳା

Get real time updates directly on you device, subscribe now.

ଟିକିରି:ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସଦର ଏବଂ ଏହାର ଆଖପାଖ ଅଞ୍ଚଳରେ ବେଆଇନ ମଦ କାରବାର ବଢି ଚାଲିଛି । ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ନାନା ପ୍ରକାରର ଅସାମାଜିକ କାର୍ଯ୍ୟକଳାପ ଦେଖିବାକୁ ମିଳୁଛି । ଏପରିସ୍ଥଳେ, ଅଞ୍ଚଳରେ ସମ୍ପୂର୍ଣ୍ଣ ଭାବେ ମଦ କାରବାର ବନ୍ଦ କରିବାକୁ ନକଟିଗୁଡା ଗ୍ରାମର ମହିଳାମାନେ ଅଣ୍ଟା ଭିଡିଛନ୍ତି । ସ୍ଥାନୀୟ ମହିଳା ମଣ୍ଡଳର ସଭ୍ୟାମାନେ ଏକତ୍ରିତ ହୋଇ ଶନିବାର ଟିକିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ମହିଳାମାନେ ଦାବି କରିଛନ୍ତି । ଅନ୍ୟଥା ମହିଳାମାନେ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବେ ବୋଲି ପୁଲିସ ନିକଟରେ ଲିଖିତ ଭାବେ ଜଣାଇଛନ୍ତି । ଏ ଦିଗରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଥିବା ମହିଳା ମଣ୍ଡଳ ସଭ୍ୟା ଜୟନ୍ତୀ ମାଝି, ସିଙ୍ଗାରୀ ମାଝି, ରୁପାଲି ମାଝି ପ୍ରମୁଖ କହିଛନ୍ତି ।
ମଣ୍ଡଳ ସଭ୍ୟା କହିଛନ୍ତି, ନକଟିଗୁଡା ଗାଁ ଛକରେ ସାନ ମାଟିକଣା ଗାଁର କିଛି ଅସାଧୁ ବ୍ୟବସାୟୀ ବେଆଇନ ଭାବେ ମଦ ବିକ୍ରି କରୁଛନ୍ତି । ଗାଁର ବହୁ ଲୋକଙ୍କ ସହ ଯୁବଗୋÂୀ ଏମାନଙ୍କର ଶିକାର ହେଉଛନ୍ତି । ନକଟିଗୁଡା ଗାଁର ଅଧିକାଂଶ ଲୋକ ମଦ ପିଇ ସର୍ବସ୍ୱାନ୍ତ ହୋଇଛନ୍ତି । ମଦ ଯୋଗୁ ଅନେକ ପରିବାରରେ ଅସନ୍ତୋଷ ଲାଗି ରହୁଛି । ପୁରୁଷଙ୍କ ରୋଜଗାରର ଅଧିକ ଅଂଶ କେବଳ ମଦରେ ଯାଉଛି । ସୂଚନାଯୋଗ୍ୟ, ଟିକିରି ଥାନା ଅଧୀନ ନକଟିଗୁଡା, ସାନମାଟିକଣା, ବଡମାଟିକଣା ଏବଂ ଟିକିରିର ବିଭିନ୍ନ ସାହିରେ ମଦ କାରବାର ବୃଦ୍ଧି ପାଉଥିବା ଅଭିଯୋଗ ହୋଇଆସୁଛି । ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚଢଉ କରାଯାଉ ନଥିବାରୁ ଏଥିରେ ରୋକ୍ ଲାଗିପାରୁନି । ଏପରିସ୍ଥଳେ, ଅଞ୍ଚଳରେ ମଦ କାରବାର ତୁରନ୍ତ ବନ୍ଦ କରିବାକୁ ସ୍ଥାନୀୟ ମହିଳା ସ୍ୱୟଂ ସହାୟିକା ଗୋÂୀ ଓ ମହିଳା ମଣ୍ଡଳ ସଭ୍ୟାମାନେ ଦାବି କରି ଆସୁଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons